ମଙ୍ଗଳ ଦୋଷରୁ ମୁକ୍ତ ହେବେ ଏହି ୬ଟି ରାଶି, ଜାଣନ୍ତୁ କ’ଣ ମିଳିବ ଲାଭ

Published By : Prameya-News7 Bureau | December 17, 2019 IST

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିଚକ୍ରରେ ସାମିଲ ହୋଇଥିବା ରାଶିମାନଙ୍କ ମଧ୍ୟରୁ କିଛି ରାଶି ମଙ୍ଗଳ ଦୋଷରୁ ମୁକ୍ତ ହୋଉପାରନ୍ତି । ଯାହା ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଉତ୍ତମ ସମୟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏମାନଙ୍କ ଜୀବନରେ ଅଚାନକ ଅନେକ ପରିବର୍ତ୍ତନ ଆସିପାରେ । ଏହି ରାଶିର ବ୍ୟକ୍ତିଙ୍କ ସମସ୍ତ ସ୍ବପ୍ନ ସତ ହେବାର ସମ୍ଭାବନା ରହିଛି ।

ମେଷ, କୁମ୍ଭ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲମ୍ବା ସମୟ ପରେ ମେଷ ଏବଂ କୁମ୍ଭ ରାଶି ମଙ୍ଗଳ ଦୋଷରୁ ମୁକ୍ତ ହୋଇପାରନ୍ତି । ଏହି ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି ଉତ୍ତମ ରହିଛି । ଯାହା ଫଳରେ ଏମାନଙ୍କ ଜୀବନରେ ଉତ୍ତମ ସମୟ ଆଗମନର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରେମ ବ୍ୟାପାରରେ ଏମାନଙ୍କୁ ସଫଳତା ମିଳିପାରେ । ଏମାନଙ୍କ ଧନସମ୍ପତ୍ତି ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତ ସଦୃଢ ହେବାର ସମ୍ଭାବନା ରହିଛି । ଏହି ସମୟ ମେଷ ଏବଂ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ । ଏମାନଙ୍କ ଉପରେ ସର୍ବଦା ପ୍ରଭୁ ହନୁମାନଙ୍କ ଅସୀମ କୃପା ରହିବ ।

କର୍କଟ, ମୀନ ରାଶି :

ଏହି ଦୁଇ ରାଶି ମଧ୍ୟ ମଙ୍ଗଳ ଦୋଷ ଦୂର ହେବାକୁ ଯାଉଛନ୍ତି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଉତ୍ତମ ସମୟର ଆଗମନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇପାରେ । ଏମାନଙ୍କୁ ନିଜ ମନ ପସନ୍ଦର ଜୀବନସାଥୀ ମିଳିବାର ସମ୍ଭାବନା ମଧ୍ୟ ରହିଛି । ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ସୁଖ, ସମୃଦ୍ଧି ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି । ଏମାନଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହୋଇପାରେ । ଏମାନଙ୍କର ସମସ୍ତ ସ୍ବପ୍ନ ମଧ୍ୟ ପୂରଣ ହେବାର ସମ୍ଭାବନା ରହିଛି । ଏମାନେ ପ୍ରଭୁ ହନୁମାନଙ୍କ ଆରାଧନା କରିବା ଉଚିତ୍ ।

ତୁଳା, ବୃଷ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳା ଏବଂ ବୃଷ ରାଶି ମଙ୍ଗଳ ଦୋଷରୁ ମୁକ୍ତି ପାଇବେ । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖର ସମୟ ଆସିପାରେ । ବ୍ୟବସାୟରେ ଏମାନେ ଲାଭବାନ୍ ହୋଇପାରନ୍ତି । ଏମାନଙ୍କ ଆର୍ଥିକ ସ୍ଥିତ ସୁଦୃଢ ହୋଇପାରେ । ଏମାନଙ୍କ ବୈବାହିକ ଜୀବନ ସୁଖମୟ ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇପାରେ । ଏମାନଙ୍କୁ ଜୀବନସାଥୀଙ୍କ ସହଯୋଗ ମିଳିପାରେ । ଏମାନଙ୍କ ପାରିବାରିକ ଜୀବନ ସୁଖମୟ ହେବ । ଏମାନେ ଏକ ସଫଳ ଜୀବନ ଅତିବାହିତ କରିପାରନ୍ତି । ପ୍ରଭୁ ହନୁମାନଙ୍କ ଆରାଧନା ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.