କାଲିଠୁ ଶୁଭ ଯୋଗରେ ରହିବେ ବୁଧ, ଏହି ୬ଟି ରାଶିର ଲୋକଙ୍କର ଦୂର ହେବ ସବୁ ସମସ୍ୟା

Published By : Prameya-News7 Bureau | October 22, 2019 IST

ଶାସ୍ତ୍ର ଅନୁସାରେ କାଲିଠୁ ବୁଧ ଶୁଭ ଯୋଗରେ ରହିବେ। ଏଥିପାଇଁ କିଛି ରାଶିର ଲୋକଙ୍କ ଦୁଃଖ କଷ୍ଟ ଦୂର ହେବ ତଥା ଦୈନନ୍ଦିନ ଜୀବନ ଉଜ୍ଜ୍ବଳ ହେବ। ଏହା ସହ ସବୁ ମନୋସ୍କାମନା ପୂରଣ ହେବ। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ ଜାଣନ୍ତୁ।

ମିଥୁନ ଓ ତୁଳା ରାଶି- ଶାସ୍ତ୍ର ଅନୁସାରେ କାଲିଠୁ ବୁଧ ଶୁଭ ଯୋଗରେ ରହିବେ। ଏଥିପାଇଁ ମିଥୁନ ଓ ତୁଳା ରାଶିର ଲୋକଙ୍କ ଜୀବନରେ ସୁଧାର ଆସିବ। ଉଭୟ ରାଶିର ଲୋକଙ୍କ ଦୁଃଖ ଦୂର ହେବ। ଏମାନଙ୍କ ଜୀବନ ଉଜ୍ଜ୍ବଳ ହୋଇପାରେ।ଏହି ରାଶିର ଲୋକଙ୍କୁ ବହୁତ ଖୁସି ଖବର ମିଳିବ। ଏମାନଙ୍କ ସ୍ବପ୍ନ ପୁରଣ ହେବ। ପ୍ରେମ ଓ ବୈବାହିକ ଜୀବନରେ ଖୁସି ଖବର ମିଳିବ। ଚାକିରୀ ଖୋଜୁଥିବା ଲୋକେ ସଫଳତା ହାସଲ କରିବେ। ଶ୍ରୀ ଗଣେଶଙ୍କ ଦର୍ଶନ କଲେ ଏହି ରାଶିର ଲୋକଙ୍କ ଜୀବନରେ ଗଣେଶଙ୍କ କୃପା ରହିବ।

କୁମ୍ଭ ଓ ବୃଷ ରାଶି- କାଲିଠୁ ବୁଧ ଶୁଭ ଯୋଗରେ ରହିବେ। ଏହା କୁମ୍ଭ ଓ ବୃଷ ରାଶିର ଲୋକଙ୍କ ପାଇଁ ବେଶ ଖୁସି ଖବର। ଏହି ରାଶିର ଲୋକଙ୍କ ଜୀବନରେ ଅନେକ ସୁଧାର ଆସିବ। ସବୁ ସମସ୍ୟାରୁ ମୁକ୍ତ ହେବେ ଏହି ରାଶିର ଲୋକେ। କୁମ୍ଭ ଓ ବୃଷ ରାଶିର ଲୋକଙ୍କୁ ଧନ ଓ ଅର୍ଥ ଲାଭ ହେବ। ଆର୍ଥିକ ସ୍ଥିତିରେ ଥିବା ଅସୁବିଧା ଦୂର ହେବ। ଘରେ ସୁଖ, ଶାନ୍ତି ଓ ସମୃଦ୍ଧିର ପରିବେଶ ରହିବ। ଶ୍ରୀ ଗଣେଶଙ୍କ କୃପା ସର୍ବଦା ରହିବ।

ବିଛା ଓ ମୀନ ରାଶି- ଶାସ୍ତ୍ର ଅନୁସାରେ ବିଛା ଓ ମୀନ ରାଶିର ଲୋକେ ଅନେକ ଜିନିଷରେ ସଫଳତା ପାଇବେ। ବ୍ୟବସାୟରେ ଲାଭ ହେବା ସହ ଉଚ୍ଚ ପଦ ହାସଲ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ହାରିଯାଇଥିବା ସମ୍ପତ୍ତି ହାସଲ ହେବ। ବୈବାହିକ ଜୀବନର ବନ୍ଧନ ମଜବୁତ ହେବ। ପ୍ରେମରେ ମେଳନ ହେବ। ସବୁ କାର୍ଯ୍ୟ ପାଇଁ ଏହା ଏକ ଶୁଭ ସମୟ ପ୍ରମାଣ ହେବ। ଶ୍ରୀ ଗଣେଶଙ୍କ ପୂଜା କଲେ ଜୀବନ ସୁଖମୟ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.