ଏହି ଷ୍ଟାରମାନେ ୨୦୨୦ରେ କରିବେ ବଲିଉଡରେ ଡେବ୍ୟୁ : ଦେଖନ୍ତୁ ଫଟୋ

Published By : Prameya-News7 Bureau | January 01, 2020 IST

ମୁମ୍ବାଇ ୧/୧: ବଲିଉଡ ପ୍ରତି ବର୍ଷ ଯୁବପ୍ରତିଭାଙ୍କୁ ସୁଯୋଗ ଦେଇଥାଏ। ୨୦୧୯ରେ ମଧ୍ୟ ଅନେକ ନୂଆ ଚେହେରା ବଲିଉଡରେ ଏଣ୍ଟ୍ରି କରିଥିଲେ ଏବଂ ଏହି ଧାରା ୨୦୨୦ଯାଏଁ ଜାରି ରହିବ। ୨୦୨୦ରେ ମଧ୍ୟ ଅନେକ ନୂଆ ଚେହେରା ସିଲଭର ସ୍କ୍ରିନରେ ନିଜର ପ୍ରତିଭା ଦେଖାଇବେ। ଏମାନଙ୍କ ମଧ୍ୟରୁ ଷ୍ଟାରକିଡଙ୍କଠୁ ଆରମ୍ଭ କରି ବଡ଼ ନାଁ ମଧ୍ୟ ସାମିଲ ରହିଛି ଯେଉଁମାନେ ପ୍ରଥମ ଥର ବଲିଉଡ ଫିଲ୍ମରେ ନଜର ଆସିବେ।

{"id":205368,"sizeSlug":"large"}

୧.ମାନୁଷୀ ଛିଲ୍ଲାର : ୨୦୧୭ମସିହାରେ ମିସ୍ ଓ୍ବାଲର୍ଡ଼ ମୁକୁଟ ଜିତିଥିବା ମାନୁଷୀଙ୍କ ବଲିଉଡରେ ପ୍ରବେଶ କରିବାର ଶବର ଲଗାତାର ଭାବେ ଶୁଣିବାକୁ ମିଳୁଥିଲା ଯାହା ୨୦୧୯ନଭେମ୍ବରରେ ସତ ସାବ୍ୟସ୍ତ ହୋଇଥିଲା। ମାନୁଷୀ ଫିଲ୍ମ ‘ପୃଥ୍ବୀରାଜ ଚୌହାନ’ରୁ ବଲିଉଡରେ ଡେବ୍ୟୁ କରିବେ ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନୟ କରିବେ। ମାନୁଷୀ ଏହି ଫିଲ୍ମରେ ସଂଯୁକ୍ତା ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୨୦୨୦ମସିହା ଦୀପାବଳିରେ ରିଲିଜ ହେବ।

{"id":205369,"sizeSlug":"large"}

୨. ଶାଳିନୀ ପାଣ୍ଡେ : ତେଲୁଗୁ ଫିଲ୍ମ ‘ଅର୍ଜ୍ଜୁନ ରେଡ୍ଡୀ’ର ସଫଳତାର ସମସ୍ତ କ୍ରେଡିଟ୍ ବିଜୟ ଦେବରାକୋଣ୍ଡା ନେଇଯାଇଥିଲେ ଏବଂ ଫିଲ୍ମରେ ପ୍ରୀତିର ଭୂମିକାରେ ଅଭିନୟ କରିଥିବା ଶାଳିନୀ ପାଣ୍ଡେଙ୍କୁ ଅଧିକ ନୋଟିସ୍ କରାଯାଇନଥିଲା। କିନ୍ତୁ ତାମିଲ ଏବଂ ତେଲୁଗୁ ଫିଲ୍ମରେ କାମ କରିବା ପରେ ଶାଳିନୀଙ୍କୁ ବଲିଉଡରେ ବ୍ରେକ୍ ମିଳିଛି। ସେ ରଣବୀର ସିଂହଙ୍କ ସହ ‘ଜୟେଶ ଭାଇ ଜୋରଦାର’ରେ ନଜର ଆସିବେ।

{"id":205373,"sizeSlug":"large"}

୩.କ୍ରିଷ୍ଟଲ୍ ଡିସୁଜା : ‘ଏକ ହଜାରୋ ମେ ମେରି ବେହେନା ହେ’,‘ଏକ ନଇ ପେହଚାନ’ ଭଳି ଟେଲିଭିଜନ୍ ଶୋ ଏବଂ ‘ଫିତରତ’ ଓ୍ବେବ ସିରିଜରେ କାମ କରି ସାରିଥିବା କ୍ରିଷ୍ଟାଲ୍ ୨୦୨୦ରେ ନିଜର ବଲିଉଡ ଡେବ୍ୟୁ କରିବେ। ସେ ଅମିତାଭ ବଚ୍ଚନ,ଇମରାନ ହାସମୀ ଷ୍ଟାରର ‘ଚେହେରା’ରେ ନଜର ଆସିବେ। କ୍ରିଷ୍ଟାଲଙ୍କୁ କିଛି ଦିନ ହେବ ଫିଲ୍ମର ଅଫର ମିଳୁଥିଲା କିନ୍ତୁ ସେ ନିଜ ଡେବ୍ୟୁ ପାଇଁ ‘ଚେହେରା’କୁ ବାଛିଥିଲେ। କ୍ରିଷ୍ଟାଲ୍ ସୋଶିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ସେଲିବ୍ରିଟି ଏବଂ ଇନଷ୍ଟାଗ୍ରାମରେ ପାଖାପାଖି ତାଙ୍କର ୫.୭ମିଲିୟନ ଫଲୋଅର୍ସ ଅଛନ୍ତି।

{"id":205374,"sizeSlug":"large"}

 ୪. ଆଲିୟା ଫର୍ଣ୍ଣିଚରଓ୍ବାଲା : ପୂଜା ବେଦୀଙ୍କ ଝିଅ ଆଲିୟା ,ସୈଫ ଅଲ୍ଲୀ ଖାନ ଷ୍ଟାରର ‘ଜଓ୍ବାନି ଜାନେମନ’ରୁ ଡେବ୍ୟୁ କରିବେ। ଏହି ଫିଲ୍ମରେ ସେ ସୈଫ ଅଲ୍ଲୀ ଖାନଙ୍କ ଝିଅ ଭୂମିକାରେ ନଜର ଆସିବେ। ଫିଲ୍ମର ଡାଇରେକ୍ଟର ନିତିନ କକ୍କର ଏବଂ ଏଥିରେ ତବ୍ବୁ ମଧ୍ୟ ନଜର ଆସିବେ। ଫିଲ୍ମ ନିର୍ମାତା ଆଲିୟାଙ୍କ ପରଫରମାନ୍ସରେ ଏତେ ଖୁସି ଯେ ସେ ତାଙ୍କ ସହ ୩ଟି ଫିଲ୍ମର ଡିଲ୍ ସାଇନ୍ କରି ସାରିଲେଣି। ଏହା ଫେବୃୟାରୀରେ ରିଲିଜ ହେବ।

{"id":205375,"sizeSlug":"large"}

୫. ଅହାନ୍ ସେଟ୍ଟୀ : ସାଜିଦ ନାଦିଆଦଓ୍ବାଲା ମଧ୍ୟ ସୁନୀଲ ସେଟ୍ଟୀଙ୍କ ପୁଅ ଅହାନଙ୍କୁ ୨୦୨୦ରେ ଲଞ୍ଚ କରାଇବାକୁ ଯାଉଛନ୍ତି। ସାଜିଦ ମଧ୍ୟ ସୁନୀଲଙ୍କୁ ୧୯୯୩ମସିହାରେ ‘ଓ୍ବକ୍ତ ହମାରା ହେ’ରେ ବ୍ରେକ୍ ଦେଇଥିଲେ। ସାଜିଦ ତେଲୁଗୁ ଫିଲ୍ମ ‘ଆରଏକ୍ସ୧୦୦’ର ହିନ୍ଦୀ ରିମେକରେ ଅହାନଙ୍କୁ ଲଞ୍ଚ କରିବେ। ଫଲ୍ମ ମଇରେ ରିଲିଜ ହେବ।

{"id":205376,"sizeSlug":"large"}

୬. କୀର୍ତ୍ତି ସୁରେଶ : ୬୬ତମ ଜାତୀୟ ଫିଲ୍ମ ଆଓ୍ବାର୍ଡ଼ରେ ଫିଲ୍ମ ‘ମହାନତି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଆଓ୍ବାର୍ଡ଼ ଜିତିଥିବା କୀର୍ତ୍ତି ମଧ୍ୟ ବଲିଉଡରେ ଡେବ୍ୟୁ କରିବେ। ସେ ଫିଲ୍ମ ‘ମୈଦାନ’ରୁ ବଲିଉଡରେ ଡେବ୍ୟୁ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.