୨୦୨୦ ଏହି ୫ଟି ରାଶିର ଲୋକଙ୍କ ପାଇଁ ଆଣିବ ଦମ୍‌ଦାର ଖୁସି; କିନ୍ତୁ ହୁସିଆର, କରନ୍ତୁ ନାହିଁ ଏପରି କିଛି ଭୁଲ…

Published By : Prameya-News7 Bureau | December 27, 2019 IST

୪ ଦିନ ମଧ୍ୟରେ ୨୦୧୯ ମସିହା ଶେଷ ହେବାକୁ ଯାଉଛି। ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ ୨୦୨୦ ମସିହା ୫ଟି ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ତେବେ କେଉଁ ୫ଟି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବ ଜାଣନ୍ତୁ।

{"id":203297,"width":564,"height":570,"sizeSlug":"large"}

ମେଷ ରାଶି- ୨୦୨୦ ମସିହା ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଗଣନା ଅନୁସାରେ ଏହି ରାଶିର ଭାଗ୍ୟ ସ୍ଥାନରେ ସୂର୍ଯ୍ୟ, ବୁଧ, ଗୁରୁ, ଶନି ଓ କେତୁ ରହିଲେ ଭାଗ୍ୟ ପକ୍ଷ ମଜବୁତ ହେବ। କିଛି ମାସ ପରିବାରରେ ସମସ୍ୟା ସୃଷ୍ଟି ହୋଇପାରେ ଏଥିପାଇଁ ପାରିବାରିକ କଳହରୁ ଦୂରାଇ ରହିବା ଭଲ ହେବ। ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା ହେବା ମହଙ୍ଗା ପଡିପାରେ। ୨୦୨୦ ମସିହାରେ ମେଷ ରାଶିର ଲୋକଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।  

{"id":203298,"width":579,"height":397,"sizeSlug":"large"}

ବୃଷ ରାଶି- ୨୦୨୦ ମସିହାରେ ବୃଷ ରାଶିର ଲୋକେ ଅନେକ ଖୁସି ଖବର ପାଇବେ। ପ୍ରତ୍ୟେକ ଜିନିଷରେ ସଫଳତା ହାସଲ ହେବ। ଶନିଙ୍କ କବଳରୁ ମୁକ୍ତ ହେବାର ସକରାତ୍ମକତାର ପ୍ରଭାବ ଭାଗ୍ୟ ଓ କ୍ୟାରିଅରରେ ଦେଖିବାକୁ ମିଳିବ। ଆସନ୍ତା ବର୍ଷରେ ବୃଷ ରାଶିର ଲୋକଙ୍କୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଏଥିପାଇଁ ୨୦୨୦ ମସିହାରେ ଏହି ରାଶିର ଲୋକଙ୍କୁ ଟଙ୍କା ମାମଲାରେ ସାବଧାନ ରହିବା ଜରୁରୀ। ବାଦ ବିବାଦରୁ ଦୂରାଇ ରହିବା ଉଚିତ୍‌ ନହେଲେ ଝଗଡା ହେବାର ସମ୍ଭାବନା ରହିଛି।

{"id":203299,"width":588,"height":332,"sizeSlug":"large"}

ସିଂହ ରାଶି- ୨୦୧୯ ମସିହା ତୁଳନାରେ ୨୦୨୦ ମସିହା ସିଂହ ରାଶିର ଲୋକଙ୍କ ପାଇଁ ଭଲ ପ୍ରମାଣ ହୋଇପାରେ। ମଙ୍ଗଳ ଚତୁର୍ଥ ସ୍ଥାନରେ ବିରାଜମାନ ହେବାରୁ ନୂଆ ଘର ଓ ଗାଡି କିଣିବାର ଯୋଗ ରହିଛି। ଧନ କ୍ଷତି ହେବାର ସମ୍ଭାବନା ରହିଛି ଏଥିପାଇଁ ଲେଣଦେନ ମାମଲାରେ ଭାବିଚିନ୍ତି ପୂର୍ଣ୍ଣ ବିଚାର ନେବା ଜରୁରୀ। ଶତ୍ରୁଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରତି ନିଷ୍ପତ୍ତି ସଠିକ୍‌ ଭାବେ ନେବା ନିହାତି ଜରୁରୀ।

{"id":203300,"width":581,"height":392,"sizeSlug":"large"}

ବିଚ୍ଛା ରାଶି- ବିଚ୍ଛା ରାଶିର ଲୋକଙ୍କ ପାଇଁ ୨୦୨୦ ମସିହା ଶୁଭ ରହିବ। ଏମାନଙ୍କର ସୁଖ, ସମୃଦ୍ଧି ବୃଦ୍ଧି ହେବ। ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବର୍ଷର କିଛି ମାସରେ ଉତ୍ଥନ ପତନ ହୋଇପାରେ। ଏଥିପାଇଁ ମାନସିକ ରୂପରୁ ମଜବୁତ ରହିବା ଜରୁରୀ। ଦୃଢ ଆତ୍ମବିଶ୍ବାସ ଓ ଶକ୍ତି ଦ୍ବାରା ସବୁ ସମସ୍ୟାର ସମାଧାନ ହୋଇପାରିବ।

{"id":203304,"width":586,"height":426,"sizeSlug":"large"}

ମୀନ ରାଶି- ମୀନ ରାଶିର ଲୋକଙ୍କ ପାଇଁ ୨୦୨୦ ମସିହା ଅତ୍ୟନ୍ତ ଶୁଭ ରହିବ। ଧନ ସମ୍ପତ୍ତି ମାମଲାରେ ସତର୍କ ରହିବା ଜରୁରୀ ନହେଲେ ଆର୍ଥିକ ଅସୁବିଧା ହୋଇପାରେ। ଏହା ସହ ସ୍ବାସ୍ଥ୍ୟ ଧ୍ୟାନ ରଖିବା ମଧ୍ୟ ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.