oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

କୁମ୍ଭ, ମକର ସମେତ ଏହି ୫ ରାଶିର ବ୍ୟକ୍ତି ବହୁତ ବିପଦଜନକ: ଏମାନଙ୍କ ଠାରୁ ଦୁରେଇ ରହିବା ଭଲ…

12/11/2021 at 3:30 PM

ଭୁବନେଶ୍ୱର ୧୨/୧୧ : ଭାରତୀୟ ଜ୍ୟୋତିଷଶାସ୍ତ୍ରରେ ୧୨ ରାଶି ରହିଛି। ପ୍ରତ୍ୟେକ ରାଶିର ନିଜର ଗୁରୁ ଗ୍ରହ ଅଛି। ମେଷ ଓ ବିଛା ରାଶିର ଗୁରୁ ମଙ୍ଗଳ, ବୃଷ ଓ ତୁଳାର ଗୁରୁ ଶୁକ୍ର, କର୍କଟର ଚନ୍ଦ୍ରମା, ମିଥୁନ ଓ କନ୍ୟାର ବୁଧ, କୁମ୍ଭ ଓ ମକରର ଶନି, ସିଂହର ସୂର୍ଯ୍ୟ, ଧନୁ ଓ ମୀନର ବୃହସ୍ପତି। ଜ୍ୟୋତିଷଶାସ୍ତ୍ରରେ ୫ ରାଶିକୁ ବହୁତ ବିପଜ୍ଜନକ ବୋଲି କୁହାଯାଏ। ଅନ୍ୟମାନଙ୍କ ପାଇଁ ବିପଦ ନହେଲେ ମଧ୍ୟ ବେଳେବେଳେ ଏମାନେ ନିଜ ପାଇଁ ହିଁ ବିପଦ ହୋଇଯାଇଥାନ୍ତି।

ମେଷ – ମେଷର ଗୁରୁ ମଙ୍ଗଳ। ଏହା ଅଗ୍ନି ତତ୍ୱ ରାଶି। ଯଦି କୁଣ୍ଡଳୀରେ ମଙ୍ଗଳ ସ୍ଥିତି ଖରାପ ଥାଏ କିମ୍ବା ମାଙ୍ଗଳିକ ହୋଇଥାଏ ତାହେଲେ ଏହିଭଳି ବ୍ୟକ୍ତି କ୍ରୋଧୀ ହୋଇଥାନ୍ତି। ଏମାନେ ବହୁତ ଚାଲାକ ମଧ୍ୟ ହୋଇଥାନ୍ତି। ଏମାନେ ଜୀବନରେ ସବୁ ପ୍ରକାର ରିସ୍କ ନେବା ଜାଣିଥାନ୍ତି। ଏମାନେ ବନ୍ଧୁ ପାଇଁ ବନ୍ଧୁ ଓ ଶତ୍ରୁ ପାଇଁ ଶତ୍ରୁ ହୋଇଥାନ୍ତି। ଏମାନେ କାହା ସହ ବିଶ୍ୱାସଘାତକତା କରନ୍ତି ନାହିଁ। କିନ୍ତୁ ଵିଶ୍ଵାସଘାତ କରି ଏମାନଙ୍କ ଠାରୁ କେହି ରକ୍ଷା ପାଇନଥାନ୍ତି। ଏମାନଙ୍କ ସହ କିଏ କିଛି ଖରାପ କଲେ ଏମାନେ କ୍ଷମା ମଧ୍ୟ କରନ୍ତିନି। ଦେବାକୁ ଚାହିଁଲେ ଏମାନଙ୍କ ଠାରୁ କେହି ମହାଦାନୀ ନାହାନ୍ତି। ଏମାନେ ବହୁତ ମହତ୍ୱକାଂକ୍ଷା ହୋଇଥାନ୍ତି। ମଙ୍ଗଳ ଭଲ ସ୍ଥିତିରେ ଥିଲେ ଏମାନେ ରାଜନୀତି, ସେନା ଓ ପୋଲିସର ଉଚ୍ଚପଦରେ ଥାଆନ୍ତି।

ସିଂହ – ସିଂହ ରାଶିର ଗୁରୁ ସୂର୍ଯ୍ୟ | ଏହା ଅଗ୍ନି ତତ୍ୱ ରାଶି। ଏମାନେ ବହୁତ କ୍ରୋଧୀ ଓ ନିଜ ମନ କଥା ଶୁଣନ୍ତି। ଏମାନେ ବହୁତ ବୁଦ୍ଧିମାନ। ଏମାନେ ସଚ୍ଚୋଟ ଏବଂ ନିଜ ନୀତିରେ ଚାଲନ୍ତି। ଏମାନେ ପଛରେ ନୁହେଁ ସମ୍ନାସାମ୍ନି ହେବାରେ ବିଶ୍ୱାସ ରଖନ୍ତି। ଏମାନଙ୍କ ହାତରୁ ଶତ୍ରୁ ବାହାରିବା ମୁସ୍କିଲ। ସୁଯ୍ୟ ଭଲ ସ୍ଥିତିରେ ଥିଲେ ଶାସନ ପ୍ରଶାସନର ଉଚ୍ଚପଦରେ ରୁହନ୍ତି।

ବିଛା – ଏହି ରାଶିର ଗୁରୁ ଗ୍ରହ ମଙ୍ଗଳ। ଏହା ଜଳ ତତ୍ୱ ରାଶି। ଏମାନେ ମଧ୍ୟ କାହାର ବିଶ୍ୱାସଘାତକତା ଭୁଲନ୍ତି ନାହିଁ। ଏମାନେ ପ୍ରତିଶୋଧ ନେବାରେ ପାରଙ୍ଗମ। ଶତ୍ରୁକୁ କବଜା କରି ଜାଣିବାକୁ ବି ମଉକା ଦିଅନ୍ତିନି। ଏମାନଙ୍କ ହୃଦୟ ସଫା ଏବଂ ଏମାନେ ରଚନାତ୍ମକ ହୋଇଥାନ୍ତି। ଏମାନଙ୍କ ମନରେ କଣ ଚାଲିଛି କେହି ଜାଣି ପାରନ୍ତିନି। ଏମାନେ ବନ୍ଧୁତାକୁ ମହତ୍ତ୍ୱ ଦିଅନ୍ତି। ମଙ୍ଗଳ ଭଲ ସ୍ଥିତିରେ ଥିଲେ ଏମାନେ ଉଚ୍ଚ କିସମର କଳାକାର, ସାହିତ୍ୟକାର, ନେତା, ଶାସକ ଓ ଅଧିକାରୀ ହୋଇଥାନ୍ତି।

କୁମ୍ଭ – କୁମ୍ଭ ରାଶିର ଗୁରୁ ଶନି। ଏହା ବାୟୁ ତତ୍ୱ ରାଶି। ଏମାନଙ୍କୁ ନିଜ ବିଚାରରେ ସ୍ଥିର ରହିବା କଠିନ ହୋଇଥାଏ। ଏମାନେ ବହୁତ ମହତ୍ୱକାଂକ୍ଷା ହୋଇଥାନ୍ତି। ଏମାନେ କାହା ସହ କିଛି ଖରାପ କରନ୍ତିନି କିନ୍ତୁ ଖରାପ କରିଥିବା ଲୋକଙ୍କୁ ଛାଡ଼ନ୍ତିନି। ଏମାନଙ୍କ ବ୍ୟକ୍ତିତ୍ୱ ରହସ୍ୟମୟ ହୋଇଥାଏ | ଦେଖିବାକୁ ଶାନ୍ତ କିନ୍ତୁ ଭିତରେ ନିଆଁ ଭଳି ଗରମ। ଏମାନଙ୍କ ମନରେ କଣ ଚାଲିଥାଏ କେବଳ ଏମାନେ ହିଁ ବୁଝିପାରନ୍ତି। ନିଜ ଭାବନା ଲୁଚାଇବାରେ ଏମାନେ ମାହିର। ଶନି ଶୁଭ ସ୍ଥିତିରେ ଥିଲେ ନେତୃତ୍ତ୍ୱକର୍ତା, ରାଜନେତା, ସେନା ଅଧିକାରୀ, ପ୍ରଫେସର ଓ ଗବେଷକ ହୋଇଥାନ୍ତି।

ମକର – ମକର ରାଶିର ଗୁରୁ ଶନି। ମକର ରାଶି ବ୍ୟକ୍ତି ରାଗିଗଲେ ନିଜ ନିୟନ୍ତ୍ରଣ ହରାଇ ବସନ୍ତି। ଏମାନେ ପରିଶ୍ରମୀ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ନେତୃତ୍ୱ ଦକ୍ଷତା ବିଶିଷ୍ଟ ହୋଇଥାନ୍ତି। କୌଣସି କାମ ଏମାନଙ୍କ ହିସାବରେ ନହେଲେ ଏମାନେ ରାଗି ଯାଇଥାନ୍ତି। ଶନି ଭଲ ସ୍ଥିତିରେ ଥିଲେ ରାଜନେତା, ଉଚ୍ଚ ବ୍ୟବସାୟୀ, ଅଧିକାରୀ, ପ୍ରବନ୍ଧକ ଓ ବିଚାରକ ହୋଇଥାନ୍ତି

   Related Posts