ଏହି ୫ ଖେଳାଳି ଟିମ୍ ଇଣ୍ଡିଆକୁ କରି ପାରନ୍ତି ଟି-୨୦ ବିଶ୍ଵକପ୍ ଚାମ୍ପିଅନ

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ:  ଆଇପିଏଲ ସମାପ୍ତ ପରେ ଆଉ କିଛି ଦିନ ପରେ ଆରମ୍ଭ  ହେବାକୁ ଯାଉଛି ଟି-୨୦ ବିଶ୍ଵକପ୍ ୨୦୨୪। ଏବେ ସଭିଙ୍କ ନଜର ଟି-୨୦ର ଏହି ମହାକୁମ୍ଭ ଉପରେ ରହିଛି। ଦୀର୍ଘ ବର୍ଷ ଧରି ଆଇସିସି ଟ୍ରଫି ମରୁଡିର ଅନ୍ତ ଘଟାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ଏହା ପୂର୍ବରୁ ୨୦୨୨ରେ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପ୍‌ରେ ଭାରତ ସେମି ଫାଇନାଲ୍‌ରୁ ବିଦାୟ ନେଇଥିଲା। ଏଥର ଦଳ ଚାମ୍ପିଅନ ହେବା ନେଇ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଦଳରେ ଏମିତି ୫ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଭାରତୀୟ ଦଳକୁ ଟି-୨୦ ବିଶ୍ଵକପ୍ ଟ୍ରଫି ଜିତାଇ ପାରିବେ।

୧ – ବିରାଟ କୋହଲି

ଟି-୨୦ ବିଶ୍ଵକପ୍ ୨୦୨୪ରେ ବିରାଟ କୋହଲି ଭାରତୀୟ ଦଳର ବ୍ୟାଟିଂ ମେରୁଦଣ୍ଡ ହୋଇ ପାରନ୍ତି। ଏହା ପୂର୍ବରୁ ୨୦୨୨ ବିଶ୍ଵକପ୍‌ରେ କୋହଲି ସର୍ବାଧିକ ରନ ହାସଲକାରୀ ବ୍ୟାଟର ହୋଇଥିଲେ। ସେ ଦଳ ପାଇଁ ଅନେକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଆଉ ବର୍ତ୍ତମାନ ଫର୍ମରେ ମଧ୍ୟ ଅଛନ୍ତି। 

୨ – ରୋହିତ ଶର୍ମା

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତୀୟ ଦଳ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ  ହୋଇ ପାରନ୍ତି। ରୋହିତ ଓପନିଂ ବ୍ୟାଟିଂର ଦାୟିତ୍ଵ ସମ୍ଭାଳିବେ। ୨୦୨୩ ଦିନିକିଆ ବିଶ୍ଵକପ୍ ପରି ଯଦି ରୋହିତ ଭଲ ଆରମ୍ଭ ଦେଇ ଦିଅନ୍ତି ତେବେ ଏହା ଦଳକୁ ବେଶ ଫାଇଦା ଦେବ।

୩ – ଯଶପ୍ରୀତ ବୁମରା

ବୁମରା ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତୀୟ ଦଳର ମୁଖ୍ୟ ବୋଲର। ତାଙ୍କ ଉପରେ କେବଳ ଭାରତ ନୁହେଁ ପୁରା ବିଶ୍ଵ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି। ନିଜର ଶାଣିତ ବୋଲିଂ ଦମରେ ବୁମରା ଟିମ୍ ଇଣ୍ଡିଆକୁ ଟାଇଟଲ୍ ଜିତାଇ ପାରନ୍ତି।

୪ – ସୂର୍ଯ୍ୟକୁମାର ଯାଦବ

ଟି-୨୦ ଅନ୍ତର୍ଜାତୀୟର ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟକୁମାର ଯାଦବ କିଛି ବଲରେ ହିଁ ମ୍ୟାଚ୍‌ର ଗତିପଥ ବଦଳାଇବାର ସାମର୍ଥ୍ୟ। ସୂର୍ଯ୍ୟ ଯଦି ଭଲ ଫର୍ମରେ ରହିବେ, ତେବେ ଭାରତୀୟ ଦଳକୁ ରୋକିବା ମୁସ୍କିଲ। ୨୦୨୨ ଟି-୨୦ ବିଶ୍ଵକପରେ ସେ ୨୩୯ ରନ କରିଥିଲେ। ସର୍ବାଧିକ ରନହାସଲକାରୀ ବ୍ୟାଟର ତାଲିକାରେ ତୃତୀୟ ସ୍ଥାନରେ ଥିଲେ।

୫ – କୁଲଦୀପ ଯାଦବ

କୁଲଦୀପ ଯାଦବଙ୍କ ଚତୁର ବୋଲିଂ ଟି-୨୦ ବିଶ୍ଵକପରେ ଭାରତୀୟ ଦଳ ପାଇଁ ଫାଇଦା ରହିପାରେ। କୁଲଦୀପ ଦଳର ମୁଖ୍ୟ ସ୍ପିନର ଭାବେ ଖେଳିବେ। କୁଲଦୀପଙ୍କ ଭଲ ଫର୍ମ ଭାରତୀୟ ଦଳକୁ ଟ୍ରଫି ଜିତିବାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇ ପାରନ୍ତି। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.