ମୁମ୍ବାଇ ୨୬।୦୮ : ଦିନିକିଆ ବିଶ୍ୱକପ୍ ୨୦୨୩ । ଏହାପୂର୍ବରୁ ଏସିଆ କପ୍ରେ ଦମ୍ ଦେଖାଇବା ଟିମ୍ ଇଣ୍ଡିଆ । ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଦବ୍ଦବା ରହିଛି । ଚଳିତ ବର୍ଷ ବି ଟ୍ରଫି ଜିତିବାକୁ ଟାର୍ଗେଟ ରଖିଛି ଟିମ୍ ଇଣ୍ଡିଆ । ସେପଟେ ବିରୋଧୀ ଟିମ୍ ସବୁ ବି ସଜାଗ । ତେବେ ଚଳିତ ବର୍ଷ ଏସିଆ କପ୍ରେ ପାଞ୍ଚ ଭାରତୀୟ ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଯିଏକି କୌଣସି ବି ସ୍ଥିତିରେ ବିରୋଧୀ ଟିମ୍କୁ ଦେଇପାରନ୍ତି ଚକ୍ମା । ଆସନ୍ତୁ ଜାଣିବା କିଏ ସବୁ ଏହି ଖେଳାଳି...
ଶୁଭମନ୍ ଗିଲ୍ :
ଭାରତୀୟ ଟିମ୍ର ଷ୍ଟାର ଓପନର ଶୁଭମନ ଗିଲ୍ । ବର୍ଷ ୨୦୨୩ରେ ୧୨ଟି ମ୍ୟାଚ୍ ଖେଳି ୬୮.୧୮ ପ୍ରତିଶତରେ ୭୫୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ୩ଟି ଶତକ ସାମିଲ ରହିଛି । ଗତ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତରେ ଶୁଭମନ୍ ସେତେଟା ଭଲ ପ୍ରଦର୍ଶନ କରିନଥିଲେ । କିନ୍ତୁ ତାପରେ ବି ବିରୋଧୀଙ୍କ ପାଇଁ ମୁଣ୍ଡବ୍ୟଥା ସାଜିପାରନ୍ତି ଗିଲ୍ ।
କୁଲଦୀପ ଯାଦବ :
ଟିମ୍କୁ କମ୍ବ୍ୟାକ୍ ପରେ ଜବରଦସ୍ତ ଫର୍ମରେ ଅଛନ୍ତି କୁଲଦୀପ୍ ଯାଦବ । ୨୦୨୩ରେ କୁଲ୍ଦୀପ ମୋଟ ୧୧ଟି ମ୍ୟାଚ୍ ଖେଳି ୨୨ଟି ଓ୍ୱିକେଟ୍ ନେଇଛନ୍ତି । ଯେଉଁଥିରେ ୧୭.୧୮ ପ୍ରତିଶତରେ ଓ୍ୱିକେଟ୍ ନେଇଛନ୍ତି ।
wp:embed {"url":"https://www.prameyanews7.com/former-south-africa-superstar-ab-de-villiers-has-suggested-virat-kohli-could-be-the-answer-to-indias-no-4/","type":"wp-embed","providerNameSlug":"prameya-news-7"}ଜସ୍ପ୍ରୀତ୍ ବୁମ୍ରାହ :
ଦୀର୍ଘ ସମୟ ଧରି ଆହତ ଲାଗି ଟିମ୍ରୁ ବାହାରେ ଥିଲେ ଜସ୍ପ୍ରୀତ୍ ବୁମ୍ରାହ । ଏସିଆ କପ୍ ବୁମ୍ରାହଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ । ଭାରତୀୟ ଟିମ୍ ପାଇଁ ବୁମ୍ରାହଙ୍କ ଯୋଗଦାନ ବହୁତ ଜରୁରୀ । ସେ ଜଣେ ମ୍ୟାଚ୍ ଓ୍ୱିନର ଭାବେ ଟିମ୍ ପାଇଁ ସାବ୍ୟସ୍ତ ହୋଇପାରନ୍ତି ।
ବିରାଟ କୋହଲି :
ଏସିଆ କପ୍ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି । ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ଟିମ୍ ପାଇଁ ସଙ୍କଟମୋଚକ ହୋଇଥାନ୍ତି । ପାକିସ୍ତାନ ବିରୋଧରେ ସର୍ବଦା ବିରାଟଙ୍କ ବ୍ୟାଟ୍ ଗର୍ଜିଥାଏ ।
ରୋହିତ ଶର୍ମା :
୨୦୧୮ରେ ଏସିଆ କପ୍ରେ ଭାରତୀୟ ଟିମ୍ର ଅଧିନାୟକ ହୋଇଥିଲେ ରୋହିତ ଶର୍ମା । ପ୍ରଥମ ଥର ପାଇଁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଜିତିଥିଲେ ରୋହିତ ବାହିନୀ । ଓପନର ବ୍ୟାଟର ଭାବେ ରୋହିତଙ୍କ ବ୍ୟାଟ୍ ଖୁବ୍ ଗର୍ଜିଥାଏ । ଯେକୌଣସି ପରିସ୍ଥିତିରେ ବିରୋଧୀଙ୍କ ଚକ୍ମା ଦେବାରେ ରୋହିତ ମାହିର । ହିଟ୍ମ୍ୟାନ୍ଙ୍କ ବ୍ୟାଟରୁ ରନ୍ ବି ଏସିଆ କପ୍ରେ ଖୁବ୍ ବର୍ଷିଥାଏ ।
wp:embed {"url":"https://www.prameyanews7.com/sourav-ganguly-picks-team-india-squad-for-icc-odi-world-cup-2023/","type":"wp-embed","providerNameSlug":"prameya-news-7"}