ବାହା ନହୋଇ ବି ବାପା ହୋଇ‌ଥିଲେ ଏହି ସବୁ କ୍ରିକେଟର; ଲିଷ୍ଟରୁ ବାଦ୍‌ ପଡ଼ି ନାହାନ୍ତି ଆଣ୍ଡ୍ର୍ୟୁ ସାଇମଣ୍ଡସ୍

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ ୧୬/୦୪ : ଦୁନିଆ ସହିତ କ୍ରିକେଟରମାନଙ୍କର ସବୁବେଳେ ସମ୍ପର୍କ ରହିଛି। ଏହି ଖେଳାଳୀମାନେ କ୍ରିକେଟ୍ ଖେଳ ପାଇଁ ଯେତିକି ପରିଚିତ ସେହିପରି ତାଙ୍କର ପ୍ରଶଂସକମାନେ ମଧ୍ୟ କ୍ରିକେଟରମାନଙ୍କ ବିଷୟରେ ପ୍ରତ୍ୟକ ଛୋଟ ଛୋଟ କଥା ଜାଣିବା ପାଇଁ ଚାହାନ୍ତି। ପ୍ରଶଂସକମାନେ ସବୁବେଳେ କ୍ରିକେଟରମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଚାହାନ୍ତି। କ୍ରିକେଟରମାନଙ୍କ ଲଭ୍‌ ଷ୍ଟୋରି ବିଷୟରେ ପ୍ରାୟ ଶୁଣିବାକୁ ମିଳିଥାଏ। କିନ୍ତୁ ଆଜି ଆସନ୍ତୁ ଏପରି ୫ଜଣ କ୍ରିକେଟରଙ୍କ ବିଷୟରେ ଜାଣିବା ଯେଉଁମାନେ ବାହାଘର ପୂର୍ବରୁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।     

{"id":629693,"sizeSlug":"full","linkDestination":"none"}
ଫଟୋ ସୌଜନ୍ୟ:~ Zee news

ହାର୍ଦ୍ଦିକ ପାଣ୍ଡ୍ୟା :~  ଭାରତୀୟ କ୍ରୀଡ଼ାବିତ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଏପରି ଭାରତୀୟ ଖେଳାଳୀ ଯିଏକି ବାହାଘର ପୂର୍ବରୁ ବାପା ହୋଇଥିଲେ। ସେ ୨୦୨୦ ଜୁଲାଏ ୩୦ ତାରିଖ ଘୋଷଣା କରିଥିଲେ ଯେ ତାଙ୍କ ଭାବି ସ୍ତ୍ରୀ  ନତାଶା ଷ୍ଟେନକୋଭିକ ଗର୍ଭବତି ଅଛନ୍ତି। କିନ୍ତୁ  ୨୦୨୦ ଜାନୁଆରୀ ୧ ତାରିଖରେ ଏହି ଦୁଇଜଣଙ୍କ ନିର୍ବନ୍ଧ ଦୁବାଇରେ ହୋଇଥିଲା ।  

{"id":629694,"sizeSlug":"full","linkDestination":"none"}
ଫଟୋ ସୌଜନ୍ୟ:~ Zee news

ଆଣ୍ଡ୍ର୍ୟୁ ସାଇମଣ୍ଡସ୍ :~  ଦୁନିଆରୁ ବିଦାୟ ନେଇ ସାରିଥିବା ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ରିକେଟ ଖେଳାଳୀ ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ମଧ୍ୟ ବାହାଘର ପୂର୍ବରୁ ବାପା ହୋଇଥିଲେ। ସାଇମଣ୍ଡସ ଓ ତାଙ୍କ ସ୍ତ୍ରୀ ଲୌରା ୨୦୧୪ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ଦୁଇ ଜଣ ତାଙ୍କ ପୁଅ ଜନ୍ମ ହେବାର ଗୋଟିଏ ବର୍ଷ ପରେ ବାହା ହୋଇଥିଲେ। ତାଙ୍କ ପରିବାରରେ ସ୍ତ୍ରୀ ଲୌରାଙ୍କ ବ୍ୟତିତ ସାଇମଣ୍ଡଙ୍କର ପୁଅ ଝିଅ ଏବଂ ଗୋଟିଏ ବିଲେଇ ଅଛି।  

{"id":629695,"sizeSlug":"full","linkDestination":"none"}
ଫଟୋ ସୌଜନ୍ୟ:~ Zee news

ଡେଭିଡ ୱାର୍ଣ୍ଣର :~ ଅଷ୍ଟ୍ରେଲିଆର ଧୂଆଁଧାର ବୋଲର୍‌ ଡେଭିଡ ୱାର୍ଣ୍ଣର ମଧ୍ୟ ବାହାଘର ପୂର୍ବରୁ ବାପା ହୋଇଥିଲେ। ଡେଭିଡ ୱାର୍ଣ୍ଣର ଓ ତାଙ୍କ ସ୍ତ୍ରୀ କେଣ୍ଡିସ ୱାର୍ଣ୍ଣର ୨୦୧୪ରେ ତାଙ୍କ ଝିଅକୁ ଜନ୍ମ ଦେଇଥିଲେ। ଦୁଇଜଣଙ୍କ ବାହାଘର ୨୦୧୫ରେ ହୋଇଥିଲା।

{"id":629696,"sizeSlug":"full","linkDestination":"none"}
ଫଟୋ ସୌଜନ୍ୟ:~ Zee news

କ୍ରିଶ୍‌ ଗେଲ୍‌ :~ ୟୁନିଭର୍ସ ବୋସ୍‌ ନାମରେ ଜଣାଶୁଣା ଲୋକପ୍ରିୟ କ୍ରିକେଟ୍‌ ତାରକା କ୍ରିଶ୍‌ ଗେଲ୍‌ ମଧ୍ୟ ବାହା ନହୋଇ ବାପା ହୋଇଥିବା ଖେଳାଳୀଙ୍କ ତାଲିକାରେ ଅଛନ୍ତି। ୨୦୧୭ରେ ତାଙ୍କର ଭାବି ସ୍ତ୍ରୀ ନତାଶା ବେରିଜ୍‌ ଏକ ଝିଅକୁ ଜନ୍ମ ଦେଇଥିଲେ। ଗେଲ୍‌ ବାପା ହେବା ପରେ ନତାଶା ବେରିଜ୍‌ ତାଙ୍କୁ ବିବାହ କରିଥିଲେ।   

{"id":629697,"sizeSlug":"full","linkDestination":"none"}
ଫଟୋ ସୌଜନ୍ୟ:~ Zee news

ଯୋ ରୁଟ୍‌ :~ ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ କ୍ୟାପ୍ଟେନ ଯୋ ରୁଟ୍‌ ବାହା ନହୋଇ ବାପା ହୋଇଛନ୍ତି। ଯୋ ରୁଟ୍‌ ଓ ତାଙ୍କ ଭାବି ସ୍ତ୍ରୀ କ୍ୟାରି କୋରଟେଲ୍‌ଙ୍କର ୨୦୧୬ରେ ନିର୍ବନ୍ଧ ହୋଇଥିଲା। କିନ୍ତୁ ବାହାଘର ପୂର୍ବରୁ ଯୋ ବାପା ହୋଇଥିଲେ । ୨୦୧୭ ଜାନୁଆରୀ ୭ ତାରିଖରେ କୋରଟେଲ ଆଲଫ୍ରେଡ ନାମକ ଏକ ପୁଅ ଜନ୍ମ ଦେଇଥିଲେ। ଏହାପରେ ଯୋ ଓ କ୍ୟାରି ବିବାହ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.