ବଲିଉଡରେ ଲିଭିବାକୁ ବସିଲାଣି ଏହି ୫ଟି ବଲିଉଡ ଅଭିନେତ୍ରୀଙ୍କ ନାଁ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | October 19, 2019 IST

ମୁମ୍ବାଇ ୧୯/୧୦: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି,ଯେଉଁମାନେ କିଛି ବର୍ଷ ଯାଏଁ ବଲିଉଡରେ ରାଜ କରୁଥିଲେ ଏବଂ ସେହି ଅଭିନେତ୍ରୀଙ୍କ ସୈାନ୍ଦର୍ଯ୍ୟରେ ଲୋକେ ପାଗଳ ହୋଇଯାଇଥିଲେ। କିନ୍ତୁ ଏବେ ଏହି ଅଭିନେତ୍ରୀଙ୍କୁ ଫିଲ୍ମରେ ବହୁତ କମ୍ କାମ ମିଳୁଛି। କିଛି ଅଭିନେତ୍ରୀଙ୍କୁ ତ କାମ ମିଳିବା ବନ୍ଦ ହୋଇଯାଇଛି,ଯାହା ଫଳରେ ଏବେ ଏହି ଅଭିନେତ୍ରୀଙ୍କ ନାଁ ବଲିଉଡ ପୃଷ୍ଠାରୁ ଲିଭିବାକୁ ଯାଉଛି। ଆଜି ଆମେ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ

{"id":171674}

୧. ଆୟେଶା ଟାକିଆ : ସଲମାନ ଖାନଙ୍କ ସହ ଫିଲ୍ମ ‘ଓ୍ବାଣ୍ଟେଡ’ରେ କାମ କରିବା ପରେ ଆୟେଶା ଟାକିଆ ଖୁବ୍ ପ୍ରସିଦ୍ଧ ହୋଇଯାଇଥିଲେ,କିନ୍ତୁ ଏବେ ତାଙ୍କ କ୍ୟାରିୟର ସରିବାକୁ ବସିଲାଣି। ସେ ପାଖାପାଖି ୮ବର୍ଷ ତଳେ ଶେଷ ଥର ‘ମୁଡ’ ଫିଲ୍ମରେ କାମ କରିଥିଲେ। ଏହା ପରଠୁ ସେ ଆଉ କୌଣସି ଫିଲ୍ମରେ କାମ କରିନାହାନ୍ତି।

{"id":171675}

୨.ଅମିଷା ପଟେଲ୍ : ଅମିଷା ପଟେଲ୍ ନିଜ କ୍ୟାରିୟରରେ ‘କହୋ ନା ପ୍ୟାର ହେ’ ଏବଂ ‘ଗଦର’ ଭଳି ଧମାକାଦାର ଫିଲ୍ମରେ କାମ କରିଛନ୍ତି। ଦିନେ ଅମିଷା ପଟେଲ୍ ନିଜ ଦମଦାର ଅଭିନୟ ପାଇଁ ବଲିଉଡରେ ରାଜ କରିଥିଲେ,କିନ୍ତୁ ଶେଷ ଥର ତାଙ୍କୁ ୨୦୧୩ମସିହାରେ ଫ୍ଲପ୍ ଫିଲ୍ମ ‘ସର୍ଟକଟ ରୋମିଓ’ରେ ଦେଖାଯାଇଥିଲା। କିନ୍ତୁ ଏବେ ୪୨ବର୍ଷ ବୟସ୍କ ଏହି ଅଭିନେତ୍ରୀଙ୍କୁ ଫ୍ୟାନମାନେ ଭୁଲି ସାରିଲେଣି।

{"id":171676}

୩.ସ୍ନେହା ଉଲାଲ : ଶେଷ ଥର ୨୦୧୫ମସିହାରେ ‘ବେଜୁବାନ ଇସ୍କ’ରେ ସ୍ନେହାଙ୍କୁ ଦେଖା ଯାଇଥିଲା। ସ୍ନେହା ଉଲାଲଙ୍କୁ ପୂର୍ବତନ ମିସ ଓ୍ବାଲର୍ଡ଼ ଐଶ୍ବର୍ଯ୍ୟା ରାୟଙ୍କ ଯାଆଁଳା କୁହାଯାଇଥାଏ, କିନ୍ତୁ ସ୍ନେହା କେବେ ବଲିଉଡରେ ଏକ ସଫଳ ଅଭିନେତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିନାହାନ୍ତି। ଏବେ ତାଙ୍କ ଫ୍ୟାନମାନେ ବି ତାଙ୍କୁ ଭୁଲି ସାରିଲେଣି।

{"id":171677,"width":584,"height":372}

୪.ଅମୃତା ଅରୋରା : ଅମୃତା ଅରୋରା ନିଜ କ୍ୟାରିୟରରେ ଅନେକ ଭଲ ଭଲ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟର ଅନେକ ପ୍ରଶଂସକ ଥିଲେ। ଅମୃତା ନିଜ କ୍ୟାରିୟରକୁ ସଫଳ କରିବା ପାଇଁ ଅନେକ ପରିଶ୍ରମ କରିଥିଲେ କିନ୍ତୁ ବଲିଉଡରେ ସଫଳ ଅଭିନେତ୍ରୀ ହୋଇପାରିନଥିଲେ। ତାଙ୍କର କ୍ୟାରିୟର ଫ୍ଲପ୍ ହୋଇ ବୁଡ଼ି ଯାଇଥିଲା।

{"id":171678}

୫.ବିପାଶା ବାସୁ : ବିପାଶା ବାସୁ ନିଜ ଦମଦାର ଅଭିନୟ ଯୋଗୁଁ ବହୁତ ଦିନ ଯାଏଁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିଛନ୍ତି,କିନ୍ତୁ ୨୦୧୫ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଏଲୋନ’ ପରେ ତାଙ୍କୁ କୌଣସି ଫିଲ୍ମରେ କାମ କରିବାର ସୁଯୋଗ ମିଳିନଥିଲା। ଫଳରେ ତାଙ୍କର କ୍ୟାରିୟର ଏତିକିରେ ସରିଯାଇଥିଲା ଏବଂ ତାଙ୍କ ନାଁ ବଲିଉଡରେ ଲିଭିଯିବାକୁ ବସିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.