ପିଟି ଉଷା, ବୀରେନ୍ଦ୍ର ହେଗଡେଙ୍କ ସମେତ ଏହି ଚାରି ବ୍ୟକ୍ତି ଯିବେ ରାଜ୍ୟସଭା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | July 06, 2022 IST

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ମନୋନୀତ ହେଲେ ଦେଶର ମହାନ ଆଥଲେଟ୍ ପିଟି ଉଷା। ତାଙ୍କ ସହ ସଙ୍ଗୀତକାର ଇଲେୟାରାଜା, ଫିଲ୍ମର କାହାଣୀ ଲେଖକ ଭି. ରାଜେନ୍ଦ୍ର ପ୍ରସାଦ ଗାରୁ ଏବଂ ବୀରେନ୍ଦ୍ର ହେଗଡେଙ୍କୁ ସଂସଦର ଉଚ୍ଚସଦନକୁ ମନୋନୀତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ବୁଧବାର ଏହାର ସୂଚନା ଦେଇଛନ୍ତି। ଚାରି ଜଣଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ପିଟି ଉଷାଙ୍କ ପାଇଁ ଲେଖିଛନ୍ତି, ପିଟି ଉଷାଜୀ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣା। କ୍ରୀଡାରେ ତାଙ୍କ ଉପଲବ୍ଧିକୁ ଲୋକେ ବ୍ୟାପକ ଭାବେ ଜାଣିଛନ୍ତି। ଗତ ଅନେକ ବର୍ଷରେ ଉଦୀୟମାନ ଆଥଲେଟ୍‌ଙ୍କୁ ମାର୍ଗଦର୍ଶନ ଦେବାରେ ପ୍ରଶଂସନୀୟ କାମ କରିଛନ୍ତି। ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯିବା ନେଇ ଅଭିନନ୍ଦନ।

wp:html /wp:html

ଭି. ବିଜୟେନ୍ଦ୍ର ପ୍ରସାଦ ଗାରୁଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯିବା ଉପରେ ସେ ଲେଖିଛନ୍ତି,  ଭି ବିଜୟେନ୍ଦ୍ର ଗାରୁ ଦଶନ୍ଧି ଧରି ରଚନାତ୍ମକ ଦୁନିଆ ସହ ଜଡିତ ଥିଲେ। ତାଙ୍କ ରଚନା ଭାରତର ଗୌରବଶାଳୀ ସଂସ୍କୃତିକୁ ପ୍ରଦର୍ଶିତ କରୁଛି। ବିଶ୍ଵସ୍ତରରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇ ଥିବାରୁ ଅଭିନନ୍ଦନ।

ଏହି ସବୁ ଫିଲ୍ମରେ କାହାଣୀ ଲେଖିଛନ୍ତି ବିଜୟେନ୍ଦ୍ର ପ୍ରସାଦ ଗାରୁ

ବିଜୟେନ୍ଦ୍ର ପ୍ରସାଦ ଗାରୁ ବାହୁବଳୀ, ଆରଆରଆର, ବଜରଙ୍ଗୀ ଭାଇଜାନ, ରାଉଡି ରାଠୋର, ମଣିକର୍ଣ୍ଣିକା ଏବଂ ମାର୍ଶଲ ପରି ଫିଲ୍ମର କାହାଣୀ ଲେଖିଛନ୍ତି। ୨୦୧୬ରେ ବଜରଙ୍ଗୀ ଭାଇଜାନ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ କାହାଣୀ ପାଇଁ ଫିଲ୍ମଫେୟାର ଆଓ୍ଵାର୍ଡ ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ଅର୍ଦ୍ଧାଙ୍ଗିନୀ, ରାଞ୍ଝଣା ଏବଂ ଶ୍ରୀବଲ୍ଲୀ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ରାଜ୍ୟସଭାକୁ ମନୋନୀତ ତୃତୀୟ ସଦସ୍ୟ ପାଇଁ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବୀରେନ୍ଦ୍ର ହେଗଡେ ଜୀ ଉତ୍କୃଷ୍ଟ ସାର୍ବଜନୀନ ସେବାରେ ସବୁଠୁ ଆଗରେ ଅଛନ୍ତି। ଧର୍ମସ୍ଥଳ ମନ୍ଦିରରେ ପ୍ରାର୍ଥନା କରିବା, ସ୍ଵାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତିରେ ତାଙ୍କ ଦ୍ଵାରା ହୋଇଥିବା ମହାନ କାର୍ଯ୍ୟକୁ ଦେଖିବାର ସୁଯୋଗ ମୋତେ ମିଳିଛି। ନିଶ୍ଚିତ ରୂପେ ସେ ସଂସଦର ଗୃହ କାର୍ଯ୍ୟକୁ ଆହୁରି ସମୃଦ୍ଧ କରିବେ।

ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଟୁଇଟ୍‌ରେ ଲେଖିଛନ୍ତି, ଇଲେୟା ରାଜା ଜୀ ପିଢି ପରେ ପିଢି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ତାଙ୍କ ରଚନା ଅନେକ ଭାବନାକୁ ସୁନ୍ଦରତାର ସହ ଦର୍ଶାଇଥାଏ। ତାଙ୍କ ଜୀବନ ଯାତ୍ରା ମଧ୍ୟ ସେତିକି ପ୍ରେରଣାଦାୟୀ। ସେ ଏକ ବିନମ୍ର ପୃଷ୍ଠଭୂମିରୁ ଆସି ବହୁତ କିଛି ହାସଲ କରିଛନ୍ତି। ମୁଁ ଖୁସି ଯେ, ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି।

କିଏ ଏହି ଇଲେୟା ରାଜା

ଇଲେୟା ରାଜା ତାମିଲ ଫିଲ୍ମର ପ୍ରସିଦ୍ଧ ସଙ୍ଗୀତକାର। ସେ ଏ ପର୍ଯ୍ୟନ୍ତ ୧୪୦୦ ଫିଲ୍ମର ସାତ ହଜାର ଗୀତ କମ୍ପୋଜ କରିଛନ୍ତି। ତାମିଲ ସହିତ ତେଲୁଗୁ ଫିଲ୍ମରେ ମଧ୍ୟ ସେ ସ୍ଵର ସଂଯୋଜନା କରିଛନ୍ତି। ଇଲେୟା ରାଜାଙ୍କୁ ପାଶ୍ଚାତ୍ୟ ସଙ୍ଗୀତକୁ ଦକ୍ଷିଣ ଭାରତୀୟ ସିନେମାରେ ପ୍ରସିଦ୍ଧ କରାଇବା ପାଇଁ ପରିଚିତ। ସେ ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଲାଇଭ୍ କନସର୍ଟ ମଧ୍ୟ କରିଛନ୍ତି। ସେ ଭାରତୀୟ ସଙ୍ଗୀତ ଜଗତର ସବୁଠୁ ମହାନ ସଙ୍ଗୀତକାର ମଧ୍ୟରୁ ଜଣେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.