ପିତୃପକ୍ଷ : ମୃତ୍ୟୁ ସମୟରେ ଏହି ୪ଟି ସାମଗ୍ରୀ ପାଖରେ ଥିଲେ ବିନା ଶ୍ରାଦ୍ଧରେ ବି ମିଳିପାରେ ସ୍ୱର୍ଗ

Published By : Prameya-News7 Bureau | September 15, 2022 IST

ଭାଦ୍ରବ ପୂର୍ଣ୍ଣିମା ସହ ସାରା ଦେଶରେ ଏବେ ପାଳିତ ହେଉଛି ପିତୃପକ୍ଷ । ଲୋକେ ନିଜନିଜ ପିତରଙ୍କ ତୃପ୍ତି ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରୁଛନ୍ତି। କୁହାଯାଏ ଶ୍ରାଦ୍ଧପକ୍ଷରେ ପିଣ୍ଡଦାନ କଲେ ପିତରଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ। ତେବେ ଗରୁଡ ପୂରଣା ଅନୁସାରେ ଯଦି କୌଣସି ବ୍ୟକ୍ତିର ମରଣ ସମୟରେ ତା ନିକଟରେ ୪ଟିରୁ ଯେ କୌଣସି ଗୋଟିଏ ବି ଥିଲେ ବିନା ପିଣ୍ଡଦାନରେ ବି ଆତ୍ମାର ସ୍ୱର୍ଗପ୍ରାପ୍ତି ହୁଏ। ତେବେ ଆସନ୍ତୁ ଜାଣିବା ୪ଟି ଚିଜ କ’ଣ ?

ତୁଳସୀ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଥିବା ତୁଳସୀ ତୀର୍ଥ ରୂପି। କୁହାଯାଏ ଯେଉଁ ବ୍ୟକ୍ତି ତୁଳସୀ ମଞ୍ଜରୀ ଯୁକ୍ତ ହୋଇ ପ୍ରାଣ ତ୍ୟାଗ କରେ ସେ କେବିବି ଜମ ଲୋକକୁ ଯାଏନି। ଯଦି ମୃତକଙ୍କୁ ତୁଳସୀ ଗଛ ମୂଳରେ ଶୁଆଇ ଦିଆଯାଏ ମୁହଁ ଓ ମଥାରେ ତୁଳସୀ ପତ୍ର ଓ ମଞ୍ଜରୀ ରଖି ଦିଆଯାଏ ତେବେ ବ୍ୟକ୍ତିର ପରଲୋକ ସୁଧାର ହୋଇଯାଇଥାଏ।

{"id":684391,"sizeSlug":"full","linkDestination":"none"}

ଗଙ୍ଗାଜଳ
ଗରୁଡ ପୂରଣା ଅନୁସାରେ ବ୍ୟକ୍ତିର ମୃତ୍ୟୁ ସମୟ ନିକଟ ହୋଇଗଲେ ତା ମୁହଁରେ ମୁନ୍ଦେ ଗଙ୍ଗାଜଳ ଦେଇଦେବା ଦରକାର। ଭଗବାନ ବିଷ୍ଣୁଙ୍କ ଚରଣ କମଳରୁ ବାହାରିଥିବା ଗଙ୍ଗା ପାପର ବିନାଶ କରନ୍ତି। ଫଳରେ ବ୍ୟକ୍ତିକୁ ବୈକୁଣ୍ଠ ପ୍ରାପ୍ତ କରିବାରେ ଅସୁବିଧା ହୋଇ ନଥାଏ। ଏଣୁ ମୃତବ୍ୟକ୍ତିଙ୍କ ଅସ୍ତି ଗଙ୍ଗାରେ ବିସର୍ଜିତ କରାଯାଏ। କୁହାଯାଏ ଯେଉଁ ପର୍ଯ୍ୟନ୍ତ ଅସ୍ତି ଗଙ୍ଗାରେ ଥାଏ ପରଲୋକଗତ ଆତ୍ମା ସ୍ୱର୍ଗସୁଖ ପ୍ରାପ୍ତ କରିଥାଏ।

ରାଶି
ଶ୍ରାଦ୍ଧପକ୍ଷରେ ରାଶି ବା ତିଳର ଗୁରୁତ୍ୱ ଢେର ବେଶି । ଭଗବାନ ବିଷ୍ଣୁଙ୍କ ଝାଳରୁ ସୃଷ୍ଟ ତିଳ ଅତ୍ୟନ୍ତ ପବିତ୍ର ମନେ କରାଯାଏ। ଏଣୁ ଯେଉଁ ବ୍ୟକ୍ତିର ମୃତ୍ୟୁ ନିକଟତର ହୁଏ ତା ଦ୍ୱାରା ତିଳ ଦାନ କରାଇବାର ବିଧି ରହିଛି। ତିଳଦାନକୁ ମହାଦାନ ମନେ କରାଯାଏ। ଏହି ଦାନ ଦ୍ୱାରା ଅସୁର ଦୈତ୍ୟ ଓ ଦାନବ ଦୂରରେ ରହନ୍ତି। ଏଣୁ ଯେଉଁ ଲୋକର ମୃତ୍ୟୁ ନିକଟର ଥାଏ ତାଙ୍କ ମୁଣ୍ଡ ଉପରେ କଳା ରାଶି ରଖିବାକୁ କୁହାଯାଏ।

କୁଶ
ସନାତନ ଧର୍ମରେ କୁଶକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। କୁଶ ଏକପ୍ରକାରର ଘାଷ। କୁଶବିନା ଈଶ୍ୱରଙ୍କ ପୂଜା ପୂର୍ଣ୍ଣ ହୋଇପାରେନା। ଶାସ୍ତ୍ର ଅନୁସାରେ କୁଶ ଭଗବାନ ବିଷ୍ଣୁଙ୍କ ରୋମରୁ ଜାତ। ଏଣୁ ଆସନ୍ନ ମୃତ୍ୟୁ ଆଶଙ୍କାରେ ପ୍ରାଣୀକୁ କୁଶ ସଜ୍ୟାରେ ଶୁଆଇ ଦେବାକୁ କୁହାଯାଏ। କୁଶ ସଜ୍ୟାରେ ସୁଆଇ ମୁଣ୍ଡ ଉପରେ ତୁଳସୀ ପତ୍ର ଅଥବା ମଞ୍ଜରି ରଖିବାକୁ ପରାମର୍ଶ ଦିଆଯାଏ। ମୃତ୍ୟୁବେଶକୁ ଏହି ସବୁ ସାମଗ୍ରୀ ଆଖପାଖରେ ଥିଲେ ପ୍ରାଣୀର ପରଲୋକରେ ବିନା ଶ୍ରାଦ୍ଧରେ ବି ସ୍ୱର୍ଗପ୍ରାପ୍ତି ହୁଏ ବୋଲି ପୁରାଣରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.