ଟାଇଟଲ୍ ଜିତିବା ତ ଦୂର କଥା, ଟି-୨୦ ବିଶ୍ୱକପ ୨୦୨୪ରେ ଗୋଟିଏ ବି ମ୍ୟାଚ୍ ଜିତି ପାରିଲେନି ଏହି ୪ ଟିମ୍

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ର ଲିଗ୍ ପର୍ଯ୍ୟାୟ ଏବେ ଶେଷ ହୋଇଛି । ସୁପର୍ ୮ ଟିମ୍ ପୂର୍ବରୁ ସ୍ପଷ୍ଟ ହୋଇଥିଲା, କିନ୍ତୁ ବଳକା ଥିବା କିଛି ମ୍ୟାଚ୍ ଖେଳା ଯାଇଥିଲା । ଏବେ ମୋଟ ୮ ଟିମ୍, ଯେଉଁମାନେ ପରବର୍ତ୍ତୀ ରାଉଣ୍ଡକୁ ଯିବେ ସ୍ଥିର ହୋଇଛି । ଅନ୍ୟପଟେ ୧୨ଟି ଟିମର ଯାତ୍ରା ଏଇଠି ଶେଷ ହୋଇଛି । ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିବା ୧୨ ଟିମ୍ ମଧ୍ୟରେ ଏପରି ଚାରି ଟିମ୍ ଅଛନ୍ତି, ଯେଉଁମାନେ ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହାନ୍ତି ।

ଭାରତ ଯେଉଁ ଗ୍ରୁପରେ ଥିଲା ସେଥିରୁ ଟିମ୍ ଇଣ୍ଡିଆ ବ୍ୟତୀତ ଆମେରିକା ସୁପର ୮ରେ ନିଜ ସ୍ଥାନ ପକ୍କା କରିଛନ୍ତି । ପାକିସ୍ତାନ, କାନାଡା ଏବଂ ଆୟରଲାଣ୍ଡ ବାହାର ହୋଇଛନ୍ତି । ଏଥିରେ ଆୟରଲାଣ୍ଡ ଟିମ୍ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହିଁ । ଟିମର ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା, ତେଣୁ ଟିମକୁ ଗୋଟିଏ ଅଙ୍କ ମିଳିଥିଲା । ସେହିପରି ଗ୍ରୁପ Bରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି । ଏହି ଗ୍ରୁପରେ ଥିବା ଓମାନ ଟିମ୍ ଚଳିତ ବର୍ଷ ଗୋଟିଏ ମ୍ୟାଚ୍ ଜିତିପାରି ନାହିଁ ।

ଟି-୨୦ ବିଶ୍ୱକପର ଗ୍ରୁପ ସି'ରେ ୱେଷ୍ଟଇଣ୍ଡିଜ୍ ଏବଂ ଆଫଗାନିସ୍ତାନ ପରବର୍ତ୍ତୀ ରାଉଣ୍ଡ ପାଇଁ କ୍ୱାଲିଫାଏ କରିଛନ୍ତି । ଏହି ଗ୍ରୁପର ଟିମ୍ ପିଏନଜିର ସ୍ଥିତି ମଧ୍ୟ ସମାନ ରହିଛି । ଟିମ୍ ଚାରୋଟି ମ୍ୟାଚ୍ ଖେଳି କୌଣସି ମ୍ୟାଚ୍ ବି ଜିତି ପାରିନି । ସେହିପରି ଗ୍ରୁପ୍ Dରୁ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ଟିମ ସୁପର 8ରେ ସାମିଲ ହୋଇଛନ୍ତି । ଏହି ଗ୍ରୁପରୁ ନେପାଳ ଟିମ୍ ତିନୋଟି ମ୍ୟାଚ୍ ହାରିଛି, ଅନ୍ୟପଟେ ଗୋଟିଏ ମ୍ୟାଚ୍ ବର୍ଷା କାରଣରୁ ହୋଇପାରି ନଥିଲା । ଟିମ୍ ଗୋଟିଏ ଅଙ୍କ ପାଇଥିବା ବେଳେ ଗୋଟିଏ ବି ଜିତିପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.