ବଲିଉଡର ଏହି ୪ଜଣ ଅଭିନେତ୍ରୀ ଜେଜେମାଆ ହେବା ବୟସରେ କଲେ ବିବାହ
21/08/2019 at 3:58 PM

ମୁମ୍ବାଇ୨୧|୮: ଫିଲ୍ମ ଜଗତରେ ସବୁକିଛି ସମ୍ଭବ ବୋଲି କୁହାଯାଏ।ସେହିଭଳି ବଲିଉଡର ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ୪୦ ବର୍ଷ ବୟସ ପରେ ମଧ୍ୟ ବିବାହ କରିଛନ୍ତି।ଏମାନଙ୍କ ମଧ୍ୟରୁ ଜଣେ ତ ୬୦ ବର୍ଷ ବୟସରେ ବିବାହ କରିଛନ୍ତି। ଏହି ୪ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ।

୧- ଉର୍ମୀଳା ମାତୋଣ୍ଡକର- ୧୯୭୪ ମସିହା ଫେବୃଆରୀ ମାସ ୪ ତାରିଖରେ ଉର୍ମିଳାଙ୍କ ଜନ୍ମ ହୋଇଥିଲା। ୪୫ ବର୍ଷ ବୟସ୍କା ଉର୍ମିଳା ବଲିଉଡରେ ଅନେକ ହିଟ୍ ଫିଲ୍ମ କରିଛନ୍ତି।ଉର୍ମିଳା ୪୪ ବର୍ଷ ବୟସରେ ଜଣେ ୪୨ ବର୍ଷ ବୟସ୍କ କାଶ୍ମିରୀ ବ୍ୟବସାୟୀ ମୋହସିନ ଅଖତଙ୍କୁ ବିବାହ କରିଛନ୍ତି।

୨- ନିନା ଗୁପ୍ତା- ୬୦ ବର୍ଷ ବୟସ୍କା ବଲିଉଡ ଅଭିନେତ୍ରୀ ନିନା ଗୁପ୍ତା ୱେଷ୍ଟଇଣ୍ଡିଜ୍ କ୍ରିକେଟର ଭିଭିଆନ ରିଚାର୍ଡ୍ସଙ୍କୁ ଲମ୍ବା ସମୟ ଯାଏଁ ଡେଟ କରୁଥିଲେ ।ସେମାନଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ତେବେ ୨୦୦୮ ମସିହାରେ ସେ ପୁଣି ବିବେକ ମେହେରାଙ୍କୁ ବିବାହ କରିଥିଲେ।

୩- ପ୍ରିତି ଜିଣ୍ଟା- ବଲିଉଡର କ୍ୟୁଟ ଗାର୍ଲ ଭାବେ ପ୍ରୀତି ପରିଚିତ। ତାଙ୍କର ଏଭରଗ୍ରୀନ ଫିଲ୍ମ ଆଜି ମଧ୍ୟ ଅନେକ ଦର୍ଶକ ଦେଖିବା ପସନ୍ଦ କରନ୍ତି।ଆଇପିଏଲର ଏକ ଟିମ୍ର ମାଲିକାଣୀ ହେଉଛନ୍ତି ପ୍ରୀତି। ପ୍ରୀତି ଜଣେ ଆମେରିକାନଙ୍କୁ ବିବାହ କରିଛନ୍ତି। ଜିନି ଗୁଡ୍ ନାମକ ବ୍ୟକ୍ତିଙ୍କୁ ଲୁଚି ଛପି ବିବାହ କରିଥିଲେ ପ୍ରୀତି। ୨୦୧୬ ମସିହା ଫେବୃଆରୀ ମାସ ୨୯ ତାରିଖରେ ପ୍ରୀତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେତେବେଳେ ତାଙ୍କୁ ୪୧ ବର୍ଷ ପୁରିଥିଲା।

୪- ସୁହାସିନି ମୁଲେ- ବଲିଉଡର ଚର୍ଚ୍ଚିତା ଅଭିନେତ୍ରୀ ସୁହାସିନି ୨୦୧୧ ମସିହାରେ ବିବାହ କରିଥିଲେ।ବୋଲ୍ଡ ସିନ୍ କରି ବଲିଉଡରେ ଅନେକ ହିଟ୍ ଫିଲ୍ମ କରିଛନ୍ତି ଏହି ଅଭିନେତ୍ରୀ। ୧୯୯୦ ମସିହା ପର୍ଯ୍ୟନ୍ତ ସେ ରିଲେସନଶିପ୍ରେ ରହିଥିଲେ। ରିଲେସନଶିପ୍ ସଫଳ ନହୋଇଥିବାରୁ ସେ ବିବାହ କରିନଥିଲେ। ହେଲେ ୨୦୧୧ ମସିହାରେ ସେ ଅତୁଲ ଗୁଡ୍ଡୁଙ୍କୁ ବିବାହ କରିଥିଲେ। ସେତେବେଳେ ତାଙ୍କୁ ୬୦ ବର୍ଷ ହୋଇଥିଲା।