oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡିପାରେ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ, ବର୍ତ୍ତିବା ପାଇଁ କରନ୍ତୁ ଏହି କାମ

11/05/2022 at 6:06 PM

ମେ’ ୧୬ ତାରିଖରେ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣକୁ ଜ୍ୟୋତିଷଙ୍କ ଦୃଷ୍ଟିରେ ମହତ୍ବପୂର୍ଣ୍ଣ ବୋଲି ବିଶ୍ବାସ କରାଯାଉଛି । ଚନ୍ଦ୍ରଗ୍ରହଣକୁ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ଘଟଣା ବୋଲି ବିବେଚନା କରାଯାଏନାହିଁ । ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ପୀଡିତ ହୋଇଯାଇଥାନ୍ତି । ଚନ୍ଦ୍ରଗ୍ରହଣର ପ୍ରଭାବ ମନୁଷ୍ୟ ଉପରେ ଅଧିକ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରକୁ ଏକ ଜଳୀୟ ଗ୍ରହ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ସମସ୍ତ ପ୍ରକାର ତରଳ ପଦାର୍ଥ ଚନ୍ଦ୍ର ଅଧିନରେ ଥାଏ । ଚନ୍ଦ୍ରକୁ ପଶ୍ଚିମ ଦିଗର ସ୍ବାମୀ କୁହାଯାଇଥାଏ । ଏହାସହ ଚନ୍ଦ୍ର କର୍କଟ ରାଶିରେ ଉଚ୍ଚ ଏବଂ ବିଛା ରାଶିରେ ନୀଚ ବୋଲି ବିଶ୍ବାସ କରାଯାଇଥାଏ । ଚଳିତ ଥର ଚନ୍ଦ୍ରଗ୍ରହଣ ବିଛା ରାଶିରେ ଲାଗିବାକୁ ଯାଉଛି । ଏହି କାରଣରୁ ଏହା କିଛି ରାଶି ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି ।

ବୃଷ ରାଶି :

ଚନ୍ଦ୍ରଗ୍ରହଣ ପରେ ଆପଣଙ୍କ ଜୀବନରେ କିଛି ସମୟ ଯାଏଁ ହଲଚଲ ସ୍ଥିତି ହୋଇପାରେ । ଚାକିରୀ, ବ୍ୟବସାୟ ଏବଂ କ୍ୟାରିୟର କ୍ଷେତ୍ରରେ କିଛି ବାଧାବିଘ୍ନ ଅନୁଭବ କରିପାରନ୍ତି । ଧନ ସମ୍ବନ୍ଧୀୟ ମାମଲାରେ ମନ ମୁତାବକ ଲାଭ ପ୍ରାପ୍ତ କରିବାର ସମ୍ଭାବନା କମ୍ ରହିବ । ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଯଦି ପୂର୍ବରୁ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ତାକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଚିକିତ୍ସାରେ କୌଣସି ପ୍ରକାରର ଅବହେଳା କରନ୍ତୁନାହିଁ ।

କନ୍ୟା ରାଶି :

ଘନିଷ୍ଠ ସଂପର୍କରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ବଡ ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରନ୍ତୁ । ଅର୍ଥ ସଞ୍ଚୟ ପାଇଁ କରାଯାଇଥିବା ସମସ୍ତ ପ୍ରୟାସରେ ନକାରାତ୍ମକ ପରିଣାମ ଦେଖିବାକୁ ମିଳିପାରେ । ଏହି ସ୍ଥିତି ଆପଣଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିପାରେ । ମାନସିକ ଚାପ ଏବଂ ଅଜ୍ଞାତ ଭୟ ଯୋଗୁଁ ଆତ୍ମବିଶ୍ବାସ ମଧ୍ୟ ହ୍ରାସ ପାଇପାରେ । ପ୍ରେମ ସମ୍ପର୍କରେ ମଧ୍ୟ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଧର୍ଯ୍ୟ ଏବଂ ସଂଜତ ରଖିବା ଆବଶ୍ୟକ ।

ବିଛା ରାଶି :

ଚନ୍ଦ୍ରଗ୍ରହଣ ଆପଣଙ୍କ ରାଶିରେ ଲାଗୁଛି । ତେଣୁ ଗ୍ରହଣର ସବୁଠୁ ଅଧିକ ପ୍ରଭାବ ଆପଣଙ୍କ ରାଶି ଉପରେ ପଡିବାକୁ ଯାଉଛି । ଏହି ସମୟରେ କିଛି କଷ୍ଟର ସାମ୍ନା କରିବାକୁ ପଡିପାରେ । ପ୍ରତିଦ୍ବନ୍ଦୀମାନେ ଆପଣଙ୍କୁ ସମସ୍ୟାରେ ପକାଇପାରନ୍ତି । ଆପଣଙ୍କ ଲାଭକୁ ମଧ୍ୟ ପ୍ରଭାବିତ କରିପାରନ୍ତି । ଯେଉଁମାନେ ନିୟମ ପାଳନ କରନ୍ତି ନାହିଁ ନିଜ ସ୍ବାର୍ଥ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି ଏମିତି ଲୋକଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ଦ୍ବନ୍ଦ୍ବ ମଧ୍ୟ ଉପୁଜିପାରେ । ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ପରଖିନିଅନ୍ତୁ । ଜୀବନସାଥୀଙ୍କ ପରାମର୍ଶ କାମରେ ଆସିପାରେ ।

ଚଳିତ ଥର ଚନ୍ଦ୍ରଗ୍ରହଣ ୧୬ ମେ’ ୨୦୨୨ରେ ଲାଗିବାକୁ ଯାଉଛି । ସେହି ଦିନ ସୋମବାର । ସୋମବାରକୁ ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରି ଧଳା ଜିନିଷ ଦାନ କରିବା ଦ୍ବାରା ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବରୁ ବର୍ତ୍ତି ପାରିବେ ।

   Related Posts