scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ୩ଟି ଗୋଲାପ ଫୁଲରୁ ଗୋଟିଏ ବାଛନ୍ତୁ ଓ ଜାଣନ୍ତୁ କଣ ଅଛି ଆପଣଙ୍କ ଭାଗ୍ୟରେ

24/10/2019 at 11:27 AM

ବିଭିନ୍ନ ଫୁଲଙ୍କ ମଧ୍ୟରୁ ଗୋଲାପ ଫୁଲ ହେଉଛି ଆକର୍ଷଣର କେନ୍ଦ୍ର। ଗୋଲାପ ଫୁଲ ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଲୋକଙ୍କ ମନକୁ ଶାନ୍ତି ଦେଇଥାଏ। ଏହି ଫୁଲ ଦେଖିବା ମାତ୍ରେ ଅଧିକାଂଶ ଲୋକ ଖୁସି ହୁଅନ୍ତି। ଗୋଲାପ ଫୁଲ କୋମଳ ଓ ସୌନ୍ଦର୍ଯ୍ୟ ପାଇଁ ବେଶ ପ୍ରସିଦ୍ଧ।  ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ମଧ୍ୟ କୁହାଯାଏ।

କିଏ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରେ ତ ଆଉ କିଏ ନିଜ ମନର ଭାବନା ପ୍ରକାଶ କରେ। କାରଣ ଗୋଲାପ ଫୁଲ କେବଳ ପ୍ରେମ ପାଇଁ ନୁହେଁ ବରଂ ସାଙ୍ଗ ସାଥୀ, ମା, ବାପା ସମସ୍ତଙ୍କୁ ଏହି ଫୁଲ ଦେଇ ଜୀବନରେ ତାଙ୍କ ମହତ୍ବକୁ ପ୍ରକାଶ କରାଯାଏ।।ଗୋଲାପ ଫୁଲର ୧୦୦ରୁ ଅଧିକ ପ୍ରଜାତି ରହିଛି।

ଆମେରିକା, ୟୁରୋପ, ଏସିୟା, ଆଫ୍ରିକା ଚାରିଆଡେ ଗୋଲାପର ବିଭିନ୍ନ ରୂପ ଦେଖିବାକୁ ମିଳେ।  ଭାରତ ସରକାର ଫେବୃଆରୀ ମାସ ୧୨ ତାରିଖକୁ ଗୋଲାପ ଦିବସ ଭାବେ ଘୋଷଣା କରିଛନ୍ତି। ତେବେ ୩ଟି ଗୋଲାପ ମଧ୍ୟରୁ ଗୋଟେ ବାଛି ନିଜ ଭାଗ୍ୟ ବିଷୟରେ କିଛି ନିଆରା କଥା ଜାଣନ୍ତୁ। 

୧- ଲାଲ ରଂଗର ଗୋଲାପ: ଆପଣଙ୍କ ଜୀବନରେ ଅନେକ ଖୁସି ଆସିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ଯେଉଁଥିରେ ହାତ ଦେବେ ତାହା ଉନ୍ନତି ଆଡେ ବଢିବ। ଜୀବନର ସବୁ କଷ୍ଟ ଓ ଦୁଃଖ ଦୂର ହେବ ଓ ସବୁ ମନୋସ୍କାମନା ପୁରଣ ହେବ।

୨- ହଳଦିଆ ରଂଗର ଗୋଲାପ

ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବ।  ଜୀବନରେ ଧନ ଓ ଅର୍ଥ ଲାଭ ହେବ। ବ୍ୟବସାୟରେ ଭାବିଚିନ୍ତି ଟଙ୍କା ଲଗାଇବା ଜରୁରୀ। ସାଙ୍ଗ ସାଥୀ ଓ ସମ୍ପର୍କ ମଜବୁତ ହେବ।

୩- ନୀଳ ରଂଗର ଗୋଲାପ

ଆପଣଙ୍କ କାର୍ଯ୍ୟରେ ବାଧା ହୋଇପାରେ। ଆଗକୁ ବଢିବା ପାଇଁ ଅନେକ ପରିଶ୍ରମ କରିବାକୁ ହେବ। ହେଲେ ଜୀବନରେ ପରିବାରର ସହଯୋଗ ସବୁବେଳେ ମିଳିବ। ସଚ୍ଚୋଟ ଜୀବନସାଥୀ ମିଳିବ। ଯିଏ ଜୀବନରେ ଅନେକ ଖୁସି ଖବର ଆଣିବ।

 

   Related Posts