ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

IND Vs PAK: ପାକିସ୍ତାନ ଠାରୁ ମ୍ୟାଚ୍‌ ଛଡ଼ାଇନେବେ ଟିମ୍‌ ଇଣ୍ଡିଆର ଏହି ୩ ଖେଳାଳୀ; ହାରୁଥିବା ବାଜିକୁ ଜିତାଇବାରେ ମାହିର୍‌

28/08/2022 at 9:40 PM

ଦୁବାଇ ୨୮/୦୮: ଏସିଆ କପ୍‌ ୨୦୨୨ରେ ରବିବାର ସନ୍ଧ୍ୟା ୭:୩୦ରୁ ଆରମ୍ଭ ହୋଇଥିବା ଭାରତ-ପାକିସ୍ତାନ ପାକିସ୍ତାନ ମ୍ୟାଚରେ ଦୁଇଦେଶ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଭାରତୀୟ କ୍ରିକେଟ୍‌ ଦଳ ଏହି ମ୍ୟାଚ୍‌କୁ ଜିତିବା ନେଇ ଦାବିଦାରରହିଛି ବୋଲି ଇଣ୍ଡିଆ ଟିମ୍‌ର ସୁନ୍ଦର ଖେଳ ପ୍ରଦର୍ଶନରୁ କୁହାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିଛି। ଏହି ମ୍ୟାଚ୍‌ ଏସିଆ କପ୍‌ ୨୦୨୨ରେ ସବୁଠାରୁ ବଡ଼ ମୁକାବିଲାରେ ପରିଣତ ହୋଇଛି। କାରଣ ଏଥର ଭାରତର ତିନି ଖେଳାଳୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏହି ୩ ଖେଳାଳୀ ପାକିସ୍ତାନ ଉପରେ ସବୁଠୁ ଅଧିକ ଭାରି ପଡ଼ିବେ।

ଏକ ଲମ୍ୱା ବ୍ୟବଧାନ ପରେ ବିରାଟ୍ କୋହଲି ଟିମ୍‌ ଇଣ୍ଡିଆରେ ଖେଳୁଥିବା ଦେଖିବାକୁ ମିଳିଛି। ଏହା ତାଙ୍କର ୧୦୦ ତମ ଟିଟ୍ୱେଣ୍ଟି ମ୍ୟାଚ୍‌। ପାକିସ୍ତାନ ବିପକ୍ଷରେ ବିରାଟ୍‌ କୋହଲିଙ୍କ ରେକର୍ଡ ବହୁତ ଦମଦାର ରହି ଆସିଛି। ସେଥିପାଇଁ ବିରାଟ୍‌ କୋହଲୀ ପାକିସ୍ତାନ ପାଇଁ ଏହି ମ୍ୟାଚରେ ବଡ଼ ଘାତକ ସାଜି ପାରନ୍ତି। ବିରାଟ୍‌ ଟି-ଟ୍ୱେଣ୍ଟି ଫର୍ମାଟର ଏସିଆ କପ୍‌ରେ ବର୍ତ୍ତମାନ ସୁ୍ଦ୍ଧା ପାଞ୍ଚଟି ମ୍ୟାଚ୍‌ରେ ହାରାହାରି ୭୬.୫୦ ରେ ୧୫୩ ରନ୍‌ ହାସଲ କରିଛନ୍ତି।

ଟିମ୍‌ ଇଣ୍ଡିଆର ଦମ୍‌ଦାର ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବହୁତ ସୁନ୍ଦର ଫର୍ମରେ ରହିଛନ୍ତି। ସେ ଏସିଆ କପ୍‌ ୨୦୨୨ରେ ଇଣ୍ଡିଆର ସବୁଠାରୁ ବଡ଼ ମ୍ୟାଚ୍‌ ୱିନର୍‌ ସାବ୍ୟସ୍ଥ ହୋଇପାରନ୍ତି। ତାଙ୍କର ଏହି ଫର୍ମ ପାକିସ୍ତାନୀ ଟିମ୍‌ ପାଇଁ ଭାରି ପଡ଼ିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ୍‌ ବିରୋଧରେ ପୂର୍ବ ଟି-ଟ୍ୱେଣ୍ଟ ୱାର୍ଲଡ କପ୍‌ ମ୍ୟାଚ୍‌ ୨୦୨୧ ସମୟରେ ଖେଳିଥିଲେ। ସେହି ସମୟରେ ସେ ପୁରା ଫ୍ଲପ୍‌ ହୋଇଯାଇଥିଲେ। କିନ୍ତୁ ହାର୍ଦ୍ଦିକ ଏବେ ଭଲ ପ୍ରଦର୍ଶନ କରୁଛନ୍ତି।  

ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଏସିଆ କପ୍‌ରେ ଭାରତୀୟ ଟିମ୍‌ରେ ସାମିଲ୍ କରାଯାଇଛି। ବୋଲିଂରେ ଭୁବନେଶ୍ୱର କୁମାର ମଧ୍ୟ ସର୍ବଶ୍ରେଷ୍ଠ ବୋଲର ସାବ୍ୟସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଭୁବନେଶ୍ୱର କୁମାର ପାକିସ୍ତାନ ବିପକ୍ଷରେ ୪ ଟି, ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିସାରିଛନ୍ତି। ସେଥିରେ ସେ ୭.୨୧ ଇକୋନୋମିରେ ୫ ୱିକେଟ୍‌ ହାସଲ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ପାଖେ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଲମ୍ୱା ଅନୁଭବ ରହିଛି। ଯାହାକି ଟିମ୍‌ ଇଣ୍ଡିଆର କାମରେ ଆସିବ। ଏସିଆ କପ୍‌ ୨୦୨୨ରେ ବୁମରାହଙ୍କ ପରେ ଭୁବନେଶ୍ୱର କୁମାର ଟିମ୍‌ ଇଣ୍ଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳୀ

   Related Posts