ସେପ୍ଟେମ୍ବରରେ ଗୋଚର ହେବେ ୩ ପ୍ରମୁଖ ଗ୍ରହ, ଏହି ୫ଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

Published By : Prameya-News7 Bureau | August 31, 2022 IST

ନୂଆଦିଲ୍ଲୀ ୩୧।୮: ସେପ୍ଟେମ୍ବର ୨୦୨୨ ଗ୍ରହ ଗୋଚର ଦୃଷ୍ଟିରୁ ସ୍ବତନ୍ତ୍ର । ଏହି ମାସରେ ବୁଧ, ଶୁକ୍ର ଏବଂ ସୂର୍ଯ୍ୟ ଗ୍ରହ ରାଶି ପରିବର୍ତ୍ତନ କରିବେ । ଏହା ବ୍ୟତୀତ ବୁଧ ଗ୍ରହ ବକ୍ରି ହେବେ ଏବଂ ଶୁକ୍ର ଗ୍ରହ ଅସ୍ତ ହେବେ । ଗ୍ରହମାନଙ୍କର ଗତିବିଧି ଏବଂ ସ୍ଥିତିର ପରିବର୍ତ୍ତନ ସମସ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ ପ୍ରଭାବ ପକାଇବ ।କିଛି ରାଶି ଉପରେ ଏହି ଗ୍ରହ ପରିବର୍ତ୍ତନର ଖରାପ ପ୍ରଭାବ ମଧ୍ୟ ପଡିପାରେ ।

ସିଂହ ରାଶି : ସିଂହ ରାଶିର ବ୍ୟବସାୟୀମାନେ କାହାଠାରୁ ପରାମର୍ଶ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଉଚିତ । ନଚେତ ସମସ୍ୟାରେ ପଡିପାରନ୍ତି । ଆର୍ଥିକ ସ୍ଥିତିରେ ଉତ୍ଥାନ-ପତ୍ତନ ରହିବ । ନିବେଶ କରନ୍ତୁ ନାହିଁ, କ୍ଷତି ହୋଇପାରେ । ଯଦି ନିବେଶ କରୁଛନ୍ତି ତେବେ ଭଲଭାବେ ଭାବିଚିନ୍ତି କରନ୍ତୁ । ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।

ତୁଳା ରାଶି : ତୁଳା ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟୀମାନେ ଫଳାଫଳକୁ ନେଇ ସନ୍ତୁଷ୍ଟ ହେବେ ନାହିଁ । ଇଚ୍ଛା ଅନୁସାରେ ସଫଳତା ପାଇବେ ନାହିଁ । ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । କୌଣସି ବିଷୟରେ ବିବାଦ ହୋଇପାରେ । ନିଜ ଆର୍ଥିକ ସ୍ଥିତି ଦେଖି ଖର୍ଚ୍ଚ କରନ୍ତୁ । ସ୍ବାସ୍ଥ୍ୟଜନିତ ଛୋଟମୋଟ ସମସ୍ୟା ଲାଗିରହିବ ।

ବିଛା ରାଶି : ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ସେପ୍ଟେମ୍ବର ମାସରେ ଆର୍ଥିକ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବୁଝିବିଚାରି ଖର୍ଚ୍ଚ କରନ୍ତୁ । କୌଣସି ବଡ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷଜ୍ଞ କିମ୍ବା ବଡମାନଙ୍କଠାରୁ ପରାମର୍ଶ ନିଅନ୍ତୁ । ଅନାବଶ୍ୟକ ଖର୍ଚ୍ଚର ସାମ୍ନା କରିପାରନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ମକର ରାଶି : ସେପ୍ଟେମ୍ବର ମାସରେ ମକର ରାଶିର ବ୍ୟକ୍ତିଙ୍କ ପାଇଁ କ୍ୟାରିୟରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ । ଧୈର୍ଯ୍ୟର ସହିତ ଏହି ସମୟ ଅତିବାହିତ କରନ୍ତୁ । ଦେଖିଚାହିଁ ବ୍ୟବସାୟୀମାନେ ନିବେଶ କରନ୍ତୁ । ଯୋଗ ଏବଂ ମେଡିଟେସନର ସାହାରା ନିଅନ୍ତୁ । ସକରାତ୍ମକ ଚିନ୍ତାଧାରା ରଖନ୍ତୁ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ସେପ୍ଟେମ୍ବର ମାସ ଉତ୍ଥାନ-ପତ୍ତନର ସମୟ ଆଣିବ । କିନ୍ତୁ ଚେଷ୍ଟା ଜାରି ରଖନ୍ତୁ । ତେବେ ଯାଇ ସଫଳତା ପାଇବେ । କାର୍ଯ୍ୟରେ କଠିନ ପରିଶ୍ରମ କରନ୍ତୁ । ବିଦ୍ୟାର୍ଥୀମାନେ ମଧ୍ୟ କଠିନ ପରିଶ୍ରମ କରନ୍ତୁ । ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ସମସ୍ୟା ଦେଖାଦେଇପାରେ । କିଛି ପ୍ରସଙ୍ଗରେ ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ । ଧୈର୍ଯ୍ୟର ସହିତ କଥାବାର୍ତ୍ତା କରିବା ଉଚିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.