ଶରୀରରେ ଏହି କେତୋଟି ପରିବର୍ତ୍ତନ ଦେଖାଦେଲେ ବୁଝିଯାଆନ୍ତୁ ଆପଣ ଗର୍ଭବତୀ ବୋଲି
21/08/2019 at 11:54 AM

ଗର୍ଭବତୀ ହେଲେ ମାଆ ହେବା ପ୍ରତ୍ୟେକ ମହିଳାଙ୍କ ଜୀବନରେ ସବୁଠୁ ବଡ଼ ଖୁସିର ମୁହୂର୍ତ୍ତ ହୋଇଥାଏ। ଯେତେବେଳେ କୌଣସି ମହିଳା ମାଆ ହେବା ପାଇଁ ବିଚାର କରିଥାନ୍ତି ସେତେବେଳେ ତାଙ୍କ ମନରେ ସବୁବେଳେ ଚିନ୍ତା ରହିଥାଏ ଯେ ସେ ଗର୍ଭବତୀ ଅଛନ୍ତି କି ନାହିଁ ବୋଲି କିପରି ଜାଣିବେ। ଯେତେବେଳେ କୌଣସି ମହିଳା ଗର୍ଭବତୀ ହୋଇଥାଆନ୍ତି ତେବେ ଶରୀରରେ କେତେକ ସଙ୍କେତ ଦେଖାଯାଇଥାଏ। ଏହି ସଙ୍କେତରୁ ଜଣା ପଡ଼ିଥାଏ ଯେ ସେ ମାଆ ହେବେ କି ନାହିଁ। ଗର୍ଭ ଧାରଣ ପୂର୍ବରୁ ଶରୀରରେ ଏହି ୩ଟି ପରିବର୍ତ୍ତନ ଦେଖାଯାଇଥାଏ। ଆସନ୍ତୁ ଜାଣିବା

୧. ଗର୍ଭ ଧାରଣ ପୂର୍ବରୁ ମହିଳାଙ୍କ ପରିସ୍ରାରେ ପରିବର୍ତ୍ତନ ହୋଇଥାଏ। ଯେତେବେଳେ ମହିଳାମାନେ ଗର୍ଭବତୀ ହୋଇଥାଆନ୍ତି ସେତେବେଳେ ବୃକକ୍ ପରିସ୍ରାକୁ ଠିକଭାବେ ଫିଲ୍ଟର କରିପାରିନଥାଏ। ଏଥିପାଇଁ ପରିସ୍ରାର ରଙ୍ଗ ହଳଦିଆ ହୋଇଯାଇଥାଏ। ଏହା ଗର୍ଭ ଧାରଣର ସଙ୍କେତ ହୋଇଥାଏ।

୨. ଯେତେବେଳେ ମହିଳାଙ୍କ ଗର୍ଭ ଧାରଣ ହୋଇଥାଏ ସେତେବେଳେ ଗର୍ଭ ଧାରଣ ହରମୋନ କ୍ଷରଣ ହୋଇଥାଏ। ଏହା ଯୋଗୁଁ ମହିଳାଙ୍କ ବାନ୍ତି ହୋଇଥାଏ ଏବଂ ମୁଣ୍ଡ ବୁଲାଇଥାଏ। ଯଦି ଏପରି ସଙ୍କେତ ଦେଖା ଦେଇଥାଏ ତେବେ ମହିଳାଙ୍କୁ ବୁଝି ଯିବା ଦରକାର ଯେ ସେ ମାଆ ହେବାକୁ ଯାଉଛନ୍ତି। ଏପରି ସଙ୍କେତକୁ ନଜରଅନ୍ଦାଜ କରନ୍ତୁ ନାହିଁ ଏବଂ ଡାକ୍ତରଙ୍କୁ ତୁରନ୍ତ ଦେଖାନ୍ତୁ। ଯାହା ଫଳରେ କୌଣସି ସମସ୍ୟା ହେବ ନାହିଁ।

୩. ଗର୍ଭ ଧାରଣ ପୂର୍ବରୁ ମହିଳାଙ୍କ ଶରୀରରେ କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ହୋଇଥାଏ। ଏହି ସଙ୍କେତ ଦେଖାଗଲେ ମହିଳାଙ୍କୁ ବୁଝିଯିବା ଉଚିତ୍ ଯେ ସେ ଗର୍ଭବତୀ ଅଛନ୍ତି। ଗର୍ଭବତୀ ହେବା ଦ୍ବାରା ଶରୀରରେ ଭ୍ରୃଣର ବିକାଶ ହୋଇଥାଏ। ଏଥିପାଇଁ କୋଷ୍ଠାକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ହୋଇଥାଏ। ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ।
