ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବୁମରାଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଯାଇ ପାରନ୍ତି ଏହି ୨ ବୋଲର, ଜଣେ ବିଶ୍ଵ କପ୍‌ରେ ନେଇ ସାରିଛନ୍ତି ହ୍ୟାଟ୍ରିକ

3/10/2022 at 10:04 PM

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନା ପରେ ତାରକା ବୋଲର ଯଶପ୍ରୀତ ବୁମରା ଭାରତୀୟ ଟି-୨୦ ବିଶ୍ଵ କପ୍ ଦଳରୁ ବାଦ୍ ପଡିଛନ୍ତି। ସୋମବାର ବିସିସିଆଇ ଏହାର ଆନୁଷ୍ଠାନିକ ଘୋଷଣା କରିଛି। ଏହା ପୂର୍ବରୁ ବୁମରା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍ ପଡିଥିଲେ। ଡାକ୍ତରୀ ଦଳ ତାଙ୍କର ନିୟମିତ ଯାଞ୍ଚ କରୁଥିଲେ। ବୁମରାଙ୍କ ବଦଳ ଖେଳାଳି ଭାବେ କେଉଁ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯିବ ବିସିସିଆଇ ସ୍ପଷ୍ଟ କରିନି। କିନ୍ତୁ ବିସିସିଆଇ ଶୀଘ୍ର ବୁମରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିପାରେ। ଯଦି ଖେଳାଳିଙ୍କ ଉପରେ ନଜର ପକାଯିବ ତେବେ ବୁମରାଙ୍କ ସ୍ଥାନ ନେବା ସର୍ବାଗ୍ରେ ଅଛନ୍ତି ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ। ଅଷ୍ଟ୍ରେଲିଆ ପରି ବାଉନ୍ସିଂ ପିଚ୍‌ରେ ଦୁଇ ବୋଲର ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇ ପାରନ୍ତି। ଯଦି ଜଣଙ୍କୁ ବୁମରାଙ୍କ ସ୍ଥାନରେ ଦଳରେ ସାମିଲ୍ କରାଯାଏ ଅନ୍ୟ ଜଣଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇ ପାରିବ।

ମହମ୍ମଦ ସିରାଜ

ଯଶପ୍ରୀତ ବୁମରା ବାଦ୍ ପଡିବା ଭାରତୀୟ ଦଳ ପାଇଁ ବହୁତ ବଡ ଝଟକା। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳରେ ଚୟନ କରାଯାଇଛି। ସେ ଆସନ୍ତାକାଲି ତୃତୀୟ ଟି-୨୦ ମ୍ୟାଚ୍‌ ଖେଳି ପାରନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଖ୍ୟାତାନାମା ଅଲରାଉଣ୍ଡର ସେନ ଓ୍ଵାଟସନ ସିରାଜଙ୍କୁ ଟି-୨୦ ବିଶ୍ଵ କପ୍‌ରେ ସାମିଲ୍ କରିବା ଉଚିତ୍ ବୋଲି କହିଛନ୍ତି। ସିରାଜ ଘଣ୍ଟା ପ୍ରତି ୧୪୦ କିମି ବେଗରେ ବୋଲିଂ କରି ପାରନ୍ତି। ଭାରତକୁ ବୁମରାଙ୍କ ସ୍ଥାନରେ ଏମିତି ହିଁ ବୋଲରଙ୍କ ଆବଶ୍ୟକତା ରହିଛି, ଯିଏ ଅଷ୍ଟ୍ରେଲିଆ ପିଚ୍‌ର ଫାଇଦା ଉଠାଇ ପାରିବେ। ସିରାଜ ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ୫ ଟି-୨୦ ମୁକାବିଲା ଖେଳି ୫ ଓ୍ଵିକେଟ୍ ନେଇଛନ୍ତି। ସେ ଅଷ୍ଟ୍ରେଲିଆ ମାଟିରେ ଦମଦାର ପ୍ରଦର୍ଶନ କରି ସାରିଛନ୍ତି। ଅଷ୍ଟ୍ରେଲିଆ ପିଚ୍‌ରେ ଖେଳିବାର ଅଭିଜ୍ଞତା ତାଙ୍କ ନିକଟରେ ରହିଛି। ୨୮ ବର୍ଷୀୟ ସିରାଜ ମୋଟ୍ ୧୦୨ ଟି-୨୦ ମ୍ୟାଚ୍‌ରେ ୧୧୭ ଓ୍ଵିକେଟ୍ ନେଇଛନ୍ତି। ୩ ଥର ୪ ଓ୍ଵିକେଟ୍ ନେଇଛନ୍ତି।

ମହମ୍ମଦ ଶାମି

ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ଵ କପ୍‌ ଦଳ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଚୟନ କରାଯାଇଛି। କୋଭିଡ୍ ପଜିଟିଭ୍ କାରଣରୁ ଶାମି ଅଷ୍ଟ୍ରେଲିଆ ସିରିଜ୍ ସହ ଦକ୍ଷିଣ ଆଫ୍ରିକା ସିରିଜ୍‌ ଖେଳି ପାରି ନାହାନ୍ତି। ଏବେ ସେ କୋଭିଡ୍-୧୯ରୁ ସୁସ୍ଥ ହୋଇ ସାରିଛନ୍ତି, ଯାହା ଭାରତୀୟ ଦଳ ପାଇଁ ଆଶ୍ଵସ୍ତିକର ଖବର। ସଂପ୍ରତି ଶାମି ଯଶପ୍ରୀତ ବୁମରାଙ୍କ ସ୍ଥାନ ନେବା ପାଇଁ ସବୁଠୁ ବଡ ଦାବିଦାର। ଅଷ୍ଟ୍ରେଲିଆ ମାଟିରେ ଖେଳିବାର ତାଙ୍କର ଢେର ଅଭିଜ୍ଞତା ରହିଛି, ଯାହା ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଶାମି ନିଜର ଶେଷ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଗତ ବର୍ଷ ବିଶ୍ଵ କପ୍‌ରେ ଖେଳିଥିଲେ। ସେ ଭାରତ ପକ୍ଷରୁ ୧୭ ଟି-୨୦ ମୁକାବିଲାରେ ୧୮ ଓ୍ଵିକେଟ୍ ଦଖଲ କରିଛନ୍ତି। ମୋଟ୍ ୧୩୦ ଟି-୨୦ ମ୍ୟାଚ୍‌ରେ ସେ ୧୩୩ ଓ୍ଵିକେଟ୍ ନେଇଛନ୍ତି। ଆଇପିଏଲ ୨୦୨୨ରେ ସେ ଦମଦାର ବୋଲିଂ କରିଥିଲେ ଏବଂ ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

   Related Posts