ଏହି ୧୦ ବିଗ୍ବସ୍ ପ୍ରତିଯୋଗୀ ଫିଲ୍ମରେ କରିଛନ୍ତି କାମ…
10/02/2020 at 3:26 PM

ମୁମ୍ବାଇ୧୦|୨: ବହୁ ପ୍ରତିକ୍ଷୀତ ରିୟାଲିଟି ଶୋ’ ବିଗ୍ବସ୍ର ଲୋକପ୍ରିୟତା ଅନ୍ୟ ଧାରାବାହିକଠୁ ବହୁତ ଅଧିକ। ପ୍ରତି ବର୍ଷ ଏହି ଶୋ’ କଲର୍ସ ଚ୍ୟାନେଲରେ ପ୍ରସାରିତ ହୁଏ। ସଲମାନ ଖାନ ଏହି ଶୋ’କୁ ହୋଷ୍ଟ କରନ୍ତି। ତେବେ ବିଗ୍ବସ୍ର ଏମିତି କିଛି ପ୍ରତିଯୋଗୀଙ୍କ ବିଷୟରେ ଜାଣନ୍ତୁ ଯିଏ ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି।

ବିଗ୍ବସ୍ ୨୩ରେ ନଜର ଆସୁଥିବା ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି। ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆ’ରେ ଆଲିୟା ଭଟ୍ଟ ଓ ବରୁନ୍ ଧୱନଙ୍କ ବିପକ୍ଷରେ ଅଭିନୟ କରିଥିଲେ ସିଦ୍ଧାର୍ଥ।

ଡଲି ବିନ୍ଦ୍ରା ବିଗ୍ବସ୍ ସିଜିନ୍ ୪ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ। ଡଲି ଅନେକ ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି।

କାମ୍ୟା ପଞ୍ଜାବୀ ବିଗ୍ବସ୍ ସିଜିନ୍ ୭ରେ ନଜର ଆସିଥିଲେ। ବଲିଉଡର ଅନେକ ଫିଲ୍ମରେ କାମ୍ୟା ଛୋଟ ଛୋଟ ଭୂମିକାରେ ଅଭିନୟ କରିଛନ୍ତି।

ସନ୍ତୋଷ ଶୁକ୍ଳା ବିଗ୍ବସ୍ ସିଜିନ୍ ୬ରେ ନଜର ଆସିଥିଲେ। ସଲମାନ ଖାନଙ୍କ ସହ ଫିଲ୍ମ ‘ଜୟ ହୋ’ରେ ଅଭିନୟ କରିଥିଲେ ସନ୍ତୋଷ।

ଗୌହର ଖାନ ବିଗ୍ବସ୍ ସିଜିନ୍ ୭ର ଟାଇଟେଲ ଜିତିଥିଲେ। ବଲିଉଡର ଅନେକ ଫିଲ୍ମରେ ଗୌହର କାମ କରିସାରିଛନ୍ତି।

ସନା ଖାନ ବିଗ୍ବସ୍ସିଜିନ୍ ୬ରେ ନଜର ଆସିଥିଲେ। ଏହା ପରେ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା। ସେ ବଲିଉଡରେ ମଧ୍ୟ କାମ କରିଛନ୍ତି।

ଟେଲିଭିଜନ୍ ଜଗତର ପପୁଲାର ଅଭିନେତ୍ରୀ ରଶ୍ମୀ ଦେଶାଇ ଚଳିତ ସିଜିନ୍ ବିଗ୍ବସ୍ ୧୩ରେ ନଜର ଆସୁଛନ୍ତି। ସଲମାନଙ୍କ ଫିଲ୍ମ ଦବଙ୍ଗ ୨ର ଦଗାବାଜ୍ ଗୀତରେ ନଜର ଆସିଥିଲେ ରଶ୍ମୀ।

ବଲିଉଡ ଅଭିନେତ୍ରୀ ସନୀ ଲିୟନୀ ବିଗ୍ବସ୍ ୫ରେ ନଜର ଆସିଥିଲେ। ଏବେ ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସନୀ।

ବିଗ୍ବସ୍ ସିଜିନ୍ ୧୩ ପ୍ରତିଯୋଗୀ ଆସିମ୍ ରିଆଜ୍ ଫିଲ୍ମ ମୈ ତେରା ହିରୋରେ ନଜର ଆସିଥିଲେ।