ଆସନ୍ତା ୧୫ ଯାଏ ରାଜ୍ୟରେ ହେବନି ଅଧିକ ବର୍ଷା, ଆସିବ ୨ଟି ଲଘୁଚାପ, କିନ୍ତୁ…
3/07/2023 at 10:09 PM

ଭୁବନେଶ୍ଵର: ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଅଧିକ ବର୍ଷା ହେବ ନାହିଁ । ଏହି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ମାନେ । ଏହି ଭିତରେ ଦୁଇଟି ଲଘୁ ଚାପ ହେବାର ସମ୍ଭାବନା ଥିଲେ ମଧ୍ୟ ତାହା ସେତେ ଅଧିକ ଘନିଭୂତ ହେବ ନାହିଁ । ତେବେ ସମଗ୍ର ରାଜ୍ୟ ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି ।

ଜୁଲାଇ ମାସରେ ବର୍ଷା ବିଶେଷ ଅଧିକ ହେବ ନାହିଁ ବୋଲି ପୁର୍ବାନୁମାନ କରିଛନ୍ତି ପାଣିପାଗ ବିଶେଶଷଜ୍ଞ ମାନେ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏପରି ସ୍ତିତି ରହିବ । ଦକ୍ଷିଣ ଓଡ଼ିଶାକୁ ଛାଡ଼ି ଦେଲେ ଅଧିକାଂଶ ଜିଲାରେ ବର୍ଷାର ମାତ୍ର କମ ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ। ଗତ ୨ ରୁ ୩ ବର୍ଷ ହେଲା ଦେଖିବାକୁ ମିଳିଛି ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ତେବେ ଚଳିତ ବର୍ଷ ମଧ୍ୟ ୧୫ ତାରିଖ ପର୍ଯ୍ୟନ୍ତ ଏହି ପରି ସ୍ଥିତି ରହିବ । ତେବେ ଏହି ଭିତରେ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଥିଲେ ମଧ୍ୟ ଏହାର ପ୍ରଭାବ ସମଗ୍ର ରାଜ୍ୟ ଅପକ୍ଷୋ ଦକ୍ଷିଣ ଓଡ଼ିଶାରେ ମାତ୍ର ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଶତର ଚନ୍ଦ୍ର ସାହୁ ପୁର୍ବାନୁମାନ କରିଛନ୍ତି ।

ଜୁଲାଇରେ ୪ ରୁ ୫ ଟି ଲଘୁଚାପ ସୃଷ୍ଟି ହୋଇ ଥାଏ । ଯାହାକି ମୌସୁମି ବାୟୁକୁ ସକ୍ରିୟ କରିବାରେ ସହାୟକ କରେ । କିନ୍ତୁ ବର୍ଷ ତମାନ ସୁଧା ଲଘୁଚାପ କ୍ଷେତ୍ରୀ ସ୍ପଷ୍ଟ ହୋଇ ନାହିଁ । ତେବେ ଦକ୍ଷିଣ ପୂର୍ବ ଓ ଏହା ର ଆଖାପାଖ ଅଞ୍ଚଳରେ ଘୁର୍ଣିବଳୟ ରହିଥିଲେ ମଧ୍ୟ ଳଘୁଚାପ ରେ ପରିଣତ ହେବକି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା କାଲିଠାରୁ ଉତ୍ତର ଓଡ଼ିଶା ଓ ୫ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଚଳିତ ମାସ ସ୍ବଭାବିତ ବର୍ଷା ହେବା କୁ ନେଇ ପୁର୍ବନୁମାନ କରିଛି ଆଇଏଡି ।
ରାଜ୍ୟରେ ଜୁନ ୨୨ ରୁ ମୌସୁମି ପ୍ରବେଶ କରିଥିବାବେଳେ ଏକ ସ୍ପତାହ ପରେ ମୌସୁମି ବାୟୁ ଦୁର୍ବଳ ରହିଛି । ତେବେ ଏକ ଜୁନ ରୁ ଆଜି ପର୍ଯ୍ୟନ୍ତ ସ୍ବଭାବିକ ଠାରୁ ୨୯ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି।