ସ୍ତନ କର୍କଟ ଚିହ୍ନଟ ଲାଗି ଆସିଲା ନୂଆ ଟେଷ୍ଟ, ରୋଗ ଆରମ୍ଭରୁ ଅତି ସହଜରେ ଜଣା ପଡିବ, ଜାଣନ୍ତୁ କିପରି...

Published By : Prameya-News7 Bureau | August 31, 2019 IST

 ନୂଆଦିଲ୍ଲୀ୩୧|୮: ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ବ୍ରେଷ୍ଟ କ୍ୟାନସରକୁ କମାଇବା ପାଇଁ ନିୟମିତ ସ୍କ୍ରିନିଂ କରିବା ସବୁଠାରୁ ଭଲ ଉପାୟ। ସ୍କ୍ରିନିଂ ଦ୍ବାରା ଟ୍ୟୁମର କେଉଁ ସ୍ଥାନରେ ହୋଇଛି ତାହା ଶୀଘ୍ର ଜଣା ପଡିଥାଏ। ରୋଗ ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ତାହାର ସଠିକ୍‌ ଚିକିତ୍ସା ଆରମ୍ଭ ହୋଇଯାଥାଏ। ଆମେରିକାରେ ୪୦ ବର୍ଷରୁ ଅଧିକ ବୟସର ମହିଳାଙ୍କ କ୍ଷେତ୍ରରେ ବ୍ରେଷ୍ଟ ଟ୍ୟୁମରଭଳି ଭୟଙ୍କର ରୋଗ ଦେଖା ଯାଇଥାଏ। ସେମାନଙ୍କ ଟ୍ୟୁମରକୁ ଚିହ୍ନଟ କରିବା ବହୁତ କଷ୍ଟକର ହୋଇପଡିଥାଏ। ଦୁଇ ଦଶକରେ ପ୍ରଥମଥର ପାଇଁ ଫୁଡ୍‌ ଏଣ୍ଡ୍ ଡ୍ରଗ୍ ଆଡ୍‌ମିନିସ୍ଟେ୍ରସନ (ଏଫଡିଏ) ମେମୋଗ୍ରାମ ନିୟମରେ ପରିବର୍ତ୍ତନ କରିବା ପାଇଁ ଯାଉଛି।

ଡାକ୍ତରଙ୍କ କହିବା ମୁତାବକ, ବ୍ରେଷ୍ଟରେ ହୋଇଥିବା ଟ୍ୟୁମରକୁ ପ୍ରଥମ ଥର ଅପରେସନରେ ଯଦି ନବାହାରେ ତେବେ ଏହା କ୍ୟାନସର ଆଡକୁ ଗତି କରିବା ଆରମ୍ଭ କିରିଥାଏ। ଏଥିସହ ବ୍ରେଷ୍ଟର ଟିସ୍ୟୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏବେ ମେମୋରିୟଲ ସ୍ଲୋନ କାଟରିଙ୍ଗ ସେଣ୍ଟରରେ ବ୍ରେଷ୍ଟ ଇମୋଜିଙ୍ଗ ସେବର ପ୍ରମୁଖ ଡକ୍ଟର ଏଲିଜାବେଥ ମରିସ୍ କହିଛନ୍ତି ଯେ,ବ୍ରେଷ୍ଟ ଟ୍ୟୁମର ଦ୍ବାରା ଶରୀରର ଟିସ୍ୟୁ ଉପରେ ପ୍ରଭାବ ପଡ଼ିଥାଏ। ଯାହା ଫଳରେ ମହିଳାଙ୍କ ବ୍ରେଷ୍ଟକୁ କ୍ୟାନସରେ ପରିଣତ କରି ଦେଇଥାଏ। ସ୍ତନର ଏକ୍ସରାୟ ବା ସ୍କ୍ରିନିଂ(ମେମୋଗ୍ରାମ) ଦ୍ବାରା ଜଣା ପଡିଥାଏ।

ବ୍ରେଷ୍ଟ କ୍ୟାନସର  ଚିହ୍ନଟ ପାଇଁ ଏଫଡିଆର ସାହାର୍ଯ୍ୟ ନିଆଯାଇଥାଏ। ଦରକାର ପଡିଲେ ଡାକ୍ତର ଅତିରିକ୍ତ ଭା​‌ବେ ସ୍କ୍ରିନିଂ କରି ପାରିବେ।ବ୍ରେଷ୍ଟ କ୍ୟାନସରକୁ ଭଲକରି ଚିହ୍ନଟ କରିବା ପାଇଁ ଡାଇର ବ୍ୟବହାର କରାଯାଇଥାଏ। ୩-ଡି ମେମୋଗ୍ରାମ, ଅଲଟ୍ରାସାଉଣ୍ଡ କିମ୍ବା ମେଗ୍ନେଟିକ ରିସୋନେନ୍ସ ଇମୋଜିଙ୍ଗ ଦ୍ବାରା ପ୍ରଥମରୁ ଆରମ୍ଭ ହୋଇଥିବା ବ୍ରେଷ୍ଟ କ୍ୟାନସର ଜଣା ପଡ଼ିଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.