Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଦେଶୀ ମୁଦ୍ରା ନିୟମରେ ହେବ ବଡ଼ ପରିବର୍ତ୍ତନ, ଆଇନରେ ବଦଳି ଏଜେଣ୍ଡା ଅର୍ଥ ମନ୍ତ୍ରାଳୟକୁ ପଠାଇଲା RBI

4/06/2023 at 10:18 PM

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରାକୁ ଦେଶକୁ ଆଣିବା ଏବଂ ଅନ୍ୟ ଦେଶକୁ ଟଙ୍କା ନିଆଯିବା କିମ୍ୱା ନିବେଶ ଉପରେ ବର୍ତ୍ତମାନର ନିୟମରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତତି ଚାଲିଛି । ବିଶ୍ୱ ଆର୍ଥିକ ସ୍ତରରେ ବର୍ତ୍ତମାନ ସୁଯୋଗର ଲାଭ ନେବା ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାରେ ଆବଶ୍ୟକୀୟ ଏହି ପରିବର୍ତ୍ତନର ଏଜେଣ୍ଡା ଆରବିଆଇ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ପରିବର୍ତ୍ତନ ବିଦେଶୀ ବିନିମୟ ପ୍ରବନ୍ଧନ ଆଇନ, ୧୯୯୯ (ଫେମା)ରେ କରାଯିବ ।

ଏହାର ସୂଚନା ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ବାର୍ଷିକ ରିପୋର୍ଟ ଦିଆଯାଇଛି । ଏହା ଜରିଆରେ ରପ୍ତାନକାରୀଙ୍କୁ ସୁବିଧା ମିଳିବ ଏବଂ ଅନ୍ତରାଷ୍ଟ୍ରୀୟ ବାଜାରରେ ଟଙ୍କାରେ ନେଣଦେଣକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହାଛଡ଼ା ଭାରତୀୟ ଉଦ୍ୟୋଗୀଙ୍କୁ ବିଦେଶୀ ବଜାରରୁ ଅଧିକ ଋଣ ନେବା ପାଇଁ ଅନୁମତି ମିଳିବ ।

ପଢନ୍ତୁ: SBIଙ୍କ ରିପୋର୍ଟରେ ସମସ୍ତେ ଆଶ୍ଚର୍ଯ୍ୟ, ଜାଣନ୍ତୁ ଲୋକେ ୨ହଜାର ଟଙ୍କା ନୋଟ୍‌ର କରୁଛନ୍ତି କ’ଣ?

ଏହି ରିପୋର୍ଟରେ ଆରବିଆଇ ୨୦୨୩-୨୪ରେ ଫେମା ନିୟମରେ ଆଠ ପ୍ରକାର ପରିବର୍ତ୍ତନ କଥା ଉଲ୍ଲେଖ କରିଛି । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ଏହା ଦିଆଯାଇଛି ଯେ, ଫେମା, ୧୯୯୯ରେ ଅପରାଧିକ ନିୟମରେ ବଡ଼ ଧରଣ ସମୀକ୍ଷା କରାଯିବ । ପୂର୍ବରୁ ଏଥିରେ ପରିବର୍ତ୍ତନ କରାଯାଇଛି, କିନ୍ତୁ ଏବେ କେନ୍ଦ୍ରୀୟ ବ୍ୟାଙ୍କ ନିକଟ ବର୍ଷରେ ନିଜ ଅନୁଭବ ଆଧାରରେ ପୁଣି ଥରେ ଏଥିରେ ପରିବର୍ତ୍ତନ କଥା କହିଛି ।

ଏହିପରି ଅନ୍ୟ ଏକ ପରିବର୍ତ୍ତନ ଫେମା ଅଧିନରେ କମ୍ପାନିଗୁଡିକ ଦ୍ୱାରା ଦାଖଲ କରାଯାଉଥିବା ବାର୍ଷିକ ରିପୋର୍ଟ ଉପରେ କରାଯିବ । ଏହି ପୂରା ପ୍ରକ୍ରିୟାକୁ ଅଧିକରୁ ଅଧିକ ସରଳ କରାଇବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ଯାହା ଦ୍ୱାରା ବିଦେଶୀ ମୁଦ୍ରା କାରବାର ସହ ଜଡିତ କମ୍ପାନି ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ ।

କେନ୍ଦ୍ରୀୟ ବ୍ୟାଙ୍କର ପ୍ରସ୍ତବ

ପ୍ରବାସୀଙ୍କ ପାଇଁ ଭାରତୀୟ ମୁଦ୍ରାରେ ଆକାଉଣ୍ଟ ଖୋଲିବା ନେଇ ବର୍ତ୍ତମାନର ପ୍ରକ୍ରିୟା ଅଧିକ ସରଳ କରାଯାଉ । ବିଦେଶୀ ମୁଦ୍ରାର କାରବାର କରୁଥିବା ମନି ଏକ୍ସଚେଞ୍ଜରଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଉ । ବିଦେଶୀ ମିନିମୟ ପରିଚାଳନା ଆଇନ ଅଧିନରେ କାରବାରର ଗାଇଡଲାଇନର ପରିପର୍ତ୍ତନ କରାଯାଉ ।

   Related Posts