ଭଦ୍ରକରେ ନିର୍ମାଣ ହେବ ଅକ୍ସିଜେନ ପ୍ଲାଣ୍ଟ୍, ସାଂସଦଙ୍କ ସହ ଆଲୋଚନା କଲେ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ

Published By : Prameya-News7 Bureau | May 13, 2021 IST

ଭଦ୍ରକ ୧୩।୫: ଭଦ୍ରକ ଜିଲ୍ଲାରେ ନିର୍ମାଣ ହେବ ଅକ୍ସିଜେନ ପ୍ଲାଣ୍ଟ ।ଏହି ପ୍ଲାଣ୍ଟକୁ ରାଜପଥ ପ୍ରାଧିକରଣ ବୋର୍ଡ ନିର୍ମାଣ କରିବ । ଏଥିପାଇଁ ଜାତୀୟ ରାଜପଥ ପ୍ରାଧିକରଣ ବୋର୍ଡର ଅଧିକାରୀମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସ୍ଥାନ ନିରୂପଣ କରିଥିଲେ  । ଏବେ  ଭଦ୍ରକ ସାଂସଦଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣ ବୋର୍ଡର ପ୍ରକଳ୍ପ ନିର୍ଦ୍ଦେଶକ ଓ ଏକ ଉଚ୍ଚ ସ୍ତରୀୟ କମିଟି ଆଲୋଚନା କରିଛନ୍ତି ।

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ  ବାସଭବନରେ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣ ପାଣ୍ଠିରୁ ଦେଶରେ ୫୮୧ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଭଦ୍ରକ ଜିଲ୍ଲାରେ ମଧ୍ୟ ଗୋଟିଏ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ହେବ । ପ୍ରାଥମିକତା ଭିତ୍ତିରେ ରାଜ୍ୟର ଦୁଇଟି ଜିଲ୍ଲାରେ କାର୍ଯ୍ୟ ଚାଲିଛି । ଆଗାମୀ ସମୟରେ ଭଦ୍ରକ ଜିଲ୍ଲାର ପ୍ରାୟୋରିଟି ଲିଷ୍ଟ ଆସିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜପଥ ସଂପ୍ରସାରଣ କାର୍ଯ୍ୟର ଅଗ୍ରଗତି ବିଷୟରେ ସାଂସଦ ସମୀକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.