ନୂଆଦିଲ୍ଲୀ ୧୩।୧୨: ସୀମାରେ ଚୀନ୍ର ହରକତ ଜାରି ରହିଛି। ଏହି କ୍ରମରେ ଅଋଣାଚଳ ପ୍ରଦେଶର ଏଲଏସିରେ ଚୀନ୍ ଗତ କିଛି ସମୟ ହେଲା ଆକ୍ରମକ ପ୍ରଦର୍ଶନ କରୁଛି। ତୱାଙ୍ଗରେ ଚୀନ୍-ଭାରତ ସୈନିକଙ୍କ ମଧ୍ୟରେ ହାତାହାତି ଏହାର ପରିଣାମ ବୋଲି ଏବେ କୁହାଯାଉଛି। ଏହି ଝଗଡାର କିଛି ଦିନ ପୂର୍ବରୁ ଚୀନ୍ ଡ୍ରୋନ ଏଲଏସିରେ ଭାରତ ସୀମାର ନିକଟବର୍ତ୍ତି ହୋଇଥିଲେ। ଡ୍ରୋନ ଗୁଡିକୁ ଘଉଡାଇବା ଲାଗି ବାୟୁସେନାକୁ ସୁଖୋଇ ମୁତୟନ କରିବାକୁ ପଡିଥିଲା।
ଏହି ଘଟଣା ପରେ ଡିସେମ୍ବର ୯ ତାରିଖ ଦିନ ଚୀନ୍ ସେନା ତୱାଙ୍ଗର ୟାଙ୍ଗତ୍ସେରେ ଭାରତୀୟ ପୋଷ୍ଟକୁ ହଟାଇ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରିଥିଲା। ହେଲେ ଭାରତୀୟ ସେନା ତୁରନ୍ତ ଏହାର ଜବାବ ଦେଇଥିଲା। ଭାରତୀୟ ସେନା ଆଗରେ ଛିଡା ହୋଇପାରିନଥିଲେ ଚୀନ୍ ସୈନିକ ଏଣୁ ନିଜ ପୋଷ୍ଟକୁ ଫେରିଯାଇଥିଲେ। ତେବେ ଆସନ୍ତୁ ଜାଣିବା ତୱାଙ୍ଗରେ କଣ ସବୁ ହୋଇଛି।
{"id":720542,"sizeSlug":"large","linkDestination":"none"}
ଏଲଏସିସ୍ଥିତ ୟାଙ୍ଗତ୍ସେରେ ଚୀନ୍ ଭାରତୀୟ ସେନାର ଉପସ୍ଥିତିକୁ ବାରମ୍ବାର ବିରୋଧ କରିଆସୁଛି। ହେଲେ ଗତ କିଛି ସମୟ ହେଲା ଚୀନ୍ ସେନା ଏଲଏସିର ୟାଙ୍ଗତ୍ସେ ନିକଟରେ ଆକ୍ରମକ ବ୍ୟବହାର କରୁଛି। ପ୍ରତିରକ୍ଷା ସୂତ୍ର ଅନୁସାରେ ଗତ କିଛି ସପ୍ତାହ ହେଲା ଏପରି ଦୁଇ ତିନିଥର ହୋଇଛି ଯେତେବେଳେ ଚୀନ୍ର ଡ୍ରୋନ ବିମାନଗୁଡିକ ଭାରତୀୟ ସୀମାର ଅତି ନିକଟରେ ଉଡିଥିଲେ। ଚୀନ୍ ଡ୍ରୋନଙ୍କୁ ଦେଖି ଭାରତୀୟ ବାୟୁସେନା ସୁଖୋଇ-୩୦ ବିମାନ ମୁତୟନ କରିଥିଲା। ଫଳରେ ଚୀନ୍ ଡ୍ରୋନ ସୀମାରୁ ଫେରିଯାଇଥିଲେ। ଗତ ୧୫ ଦିନ ହେଲା ସୀମାରେ ଚୀନ୍ ଏପରି ଉତ୍ତେଜନା ସୃଷ୍ଟି କରି ରଖିଥିଲା।
ଚୀନ୍ର ସବୁ ଉଦ୍ୟମ ବିଫଳ ହେବା ପରେ ଡିସେମ୍ବର ୯ ତାରିଖ ଦିନ ନୂଆ ଯୋଜନା କରିଥିଲା। ଏଥିରେ ଚୀନ ସୈନିକ ଗଲୱାନ ଭଳି କଣ୍ଟା ଲାଠି ଓ ବାଡି ସହ ପ୍ରସ୍ତୁତ ହୋଇ ଆସିଥିଲେ। ସୁପରିକଳ୍ପିତ ଯୋଜନା ଅନୁସାରେ ଅନୁନ୍ୟ ୩୦୦ ଚୀନ ସୈନିକ ପୁରା ପ୍ରସ୍ତୁତିରେ ପହଞ୍ଚିଥିଲେ। ହେଲେ ପୂର୍ବରୁ ସତର୍କ ଭାରତୀୟ ସୈନିକ ଏପରି ଜବାବ ଦେବେ ସମାନେ କଳ୍ପନା ବି କରିନଥିଲେ। ଭାରତୀୟ ସେନା ସହ ମୁକାବିଲାରେ ଚୀନ୍ ସେନା ମାଟି କାମୁଡିଥିଲେ। ଏଥିରେ ଭାରତୀୟ ସେନାବି ଆହତ ହୋଇଛନ୍ତି। ହେଲେ ଏତେ ଗୁରୁତର ହୋଇ ନାହାନ୍ତି।
{"id":720543,"sizeSlug":"full","linkDestination":"none"}
ଭାରତୀୟ ସେନାଙ୍କ ମୁକାବିଲା କରି ନ ପାରି ଚୀନ୍ ସେନା ଛତ୍ରଭଙ୍ଗ ଦେଇଥିଲେ।ପଛକୁ ହଟିବା ବେଳେ ଢେଲା ପଥର ମାଡ କରିଥିଲେ। ଫଳରେ ୬ ଜଣ ଭାରତୀୟ ଜବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ମଙ୍ଗଳବାର ସଂସଦରେ ଜବାବ ରଖିଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ ପିଏଲଏ ଜବାନମାନେ ତୱାଙ୍ଗ ସେକ୍ଚରରେ ଅନୁପ୍ରବେଶ କରି ଯଥାସ୍ଥିତି ବଦଳାଇବାକୁ ଉଦ୍ୟମ କରିଥିଲେ। ତେବେ ଭାରତୀୟ ସେନା ସେମାନଙ୍କୁ ଉଦ୍ୟମରେ ସଫଳ ହେବାକୁ ଦେଇ ନାହାନ୍ତି ବୋଲି ଗୃହରେ କହିଛନ୍ତି।