ଧମାକାଦାର ଅଫର: ୫୦ ପଇସାରେ ଟି-ଶର୍ଟ, ଦୋକାନରେ ଦଳାଚକଟା, ଟ୍ରାଫିକ୍‌ ଜାମ୍‌ ପାଇଁ ପୋଲିସ ନାକେଦମ୍‌

Published By : Prameya-News7 Bureau | October 21, 2021 IST

ଚେନ୍ନାଇ ୨୧/୧୦: ହର୍‌ ଏକ ଟି-ଶର୍ଟ @ 50 ପଇସା । ୫୦ ପଇସାରେ ମନପସନ୍ଦର ଟି-ଶର୍ଟ ନେଇ ଯାଆନ୍ତୁ । ଧମାକାଦାର ଅଫର ଘୋଷଣା ପରେ ଲୁଗା ଦୋକାନରେ ଲାଗିଥିଲା ଅସମ୍ଭାଳ ଭିଡ଼। ପରିସ୍ଥିତି ଏମିତି ହେଲା ଯେ, ଦୋକାନରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା ସତ କିନ୍ତୁ ରାସ୍ତାଘାଟ ପୂରା ଜାମ୍‌ ହୋଇଯାଇଥିଲା। ଏଭଳି ସ୍ଥିତି ଦେଖି ପୋଲିସର ବୁଦ୍ଧି ଗୁଡୁମ୍‌ ହୋଇଯାଇଥିଲା।

ଶେଷରେ ବାଧ୍ୟ ହୋଇ ଦୋକାନ ବନ୍ଦ କରିବାକୁ ପଡ଼ିଥିଲା । ନୂଆ ଦୋକାନ ଖୋଲିବା ପରେ ଦୋକାନୀ ଜବରଦସ୍ତ ଅଫର ଘୋଷଣା କରିଥିଲେ। କେବଳ ୫୦ ପଇସାରେ ଗୋଟିଏ ଟି-ଶର୍ଟ। ଏମିତି ଅନେକ ପୋଷ୍ଟର ବି ଲାଗିଥିଲା। ଏହା ପରେ ଦୋକାନ​‌ରେ ଭିଡ଼ ଜମିଥିଲା। ତାମିଲନାଡୁ ତିରୁଚିରେ ଉଦଘାଟିତ ଏକ ଦୋକାନରେ ଏହି ଅଫର ଲାଗିଥିଲା।

ଅସମ୍ଭାଳ ଭିଡ଼ ଜମିବା ପରେ ଦୋକାନର ମାଲିକ ହକିମ ମହମ୍ମଦଙ୍କୁ ପୋଲିସ ତାଗିଦ କରିଥିଲା। ଏହା ପରେ ଦୋକାନ ଦିନ ଗୋଟାଏ ଯାଏଁ ବନ୍ଦ କରାଯାଇଥିଲା । ପୁଣି ଥରେ ଦୋକାନ ଖୋଲିବା ପ​‌ରେ ଗ୍ରାହକଙ୍କ ଭିଡ଼ ଜମିଥିଲା । କିନ୍ତୁ ସେତେବେଳକୁ ଅଫର ଅବଧି ସମାପ୍ତ ହୋଇସାରିଥିଲା।

ହକିମ ମହମ୍ମଦଙ୍କ ଅନୁସାରେ, ଅଫର ଦେବା ପାଇଁ ସେ ହଜାରେ ଟି-ଶର୍ଟ ଆଣିଥିଲେ। ଅତ୍ୟଧିକ ଭିଡ଼ କାରଣରୁ କେବଳ ୧୦୦ ଶର୍ଟ ହିଁ ବିକ୍ରି ହୋଇପାରିଥିଲା। ପରେ ଅଫର ଶେଷ ହୋଇଥିବାରୁ ଗ୍ରାହକ ନିରାଶ ହୋଇ ଫେରିଯାଇଥିଲେ । ​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.