ମମତା ବାନାର୍ଜୀଙ୍କ ପାର୍ଟି ଏବଂ ସିବିଆଇ ମଧ୍ୟରେ ଚାଲିଥିଲା ମଧୁ ଚନ୍ଦ୍ରିକା, ଦିଲୀପ ଘୋଷଙ୍କ ଚାଞ୍ଚଲ୍ୟକର ଦାବି

Published By : Prameya-News7 Bureau | August 22, 2022 IST

କୋଲକାତା: ପଶ୍ଚିମବଙ୍ଗର ବିଜେପି ନେତା ଦିଲୀପ ଘୋଷ ସୋମବାର ଚାଞ୍ଚଲ୍ୟକର ଦାବି। କିଛି ସିବିଆଇ ଅଫିସରଙ୍କ ପଶ୍ଚିମବଙ୍ଗର କ୍ଷମତାସୀନ ପାର୍ଟି ସହ ମଧୁର ସଂପର୍କ ଆରମ୍ଭ ହୋଇ ଯାଇଥିଲା। ଏହି କାରଣରୁ ସେଠାରେ ଇଡିର ଟିମ୍‌କୁ ଯାଞ୍ଚ ପାଇଁ ପଠାଗଲା। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦିଲୀପ ଘୋଷ ଏହା କହିଛନ୍ତି।

ସେ କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ସିବିଆଇ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଲାଗି ରହିଥିଲା। ଫଳରେ କୋଇଲା ଦୁର୍ନୀତି, ଗୋରୁ ଚାଲାଣ ଏବଂ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପରି ଘଟଣା ସାମ୍ନାକୁ ଆସି ପାରୁନଥିଲା। ଏହି କାରଣରୁ ମାମଲାର ତଦନ୍ତ ପାଇଁ ଇଡିକୁ ପଠାଇବାକୁ ନିଷ୍ପତ୍ତି ହୋଇଥିଲା।

ପଶ୍ଚିମବଙ୍ଗରେ ବିକ୍ରି ହୋଇ ଯାଇଥିଲେ ସିବିଆଇ ଅଫିସର

ସେ ଦାବି କରିଛନ୍ତି, ପଶ୍ଚିମବଙ୍ଗରେ ତଦନ୍ତ ପାଇଁ ଯାଇଥିବା କିଛି ସିବିଆଇ ଅଫିସର ଏବଂ ଟିଏମସି ମଧ୍ୟରେ ସେଟିଂ  ହୋଇ ଯାଇଥିଲା। ଏହି କାରଣରୁ ଯାଞ୍ଚ ଏଜେନ୍ସି କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲେ। ଅନେକ ମାସ ଧରି ତଦନ୍ତକୁ ଚପାଇ ରଖା ଯାଇଥିଲା। ଏପରିକି ସିବିଆଇ ଅଫିସର ବିକ୍ରି ହୋଇ ଯାଇଥିବା ସେ ସଙ୍ଗୀନ ଅଭିଯୋଗ କରିଛନ୍ତି। କିଛି ସିବିଆଇ ଅଫିସର ଲକ୍ଷାଧିକ ତ କିଛି କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଲୋକସଭା ସାଂସଦ ଦିଲୀପ ଘୋଷ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ସେମିନାରରେ ଏହା କହିଛନ୍ତି।

ଘୋଷ କହିଛନ୍ତି, ଏହା ପରେ ଅର୍ଥ ମନ୍ତ୍ରଣାଳୟର ଆଦେଶକ୍ରମେ ଇଡିକୁ ତଦନ୍ତ ପାଇଁ ପଠାଗଲା। ଇଡି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପରେ ଦୁର୍ନୀତିଗ୍ରସ୍ତ ସିବିଆଇ ଅଫିସରଙ୍କୁ ପଶ୍ଚିମବଙ୍ଗ ବାହାରକୁ ବଦଳି କରାଯାଇଛି। ଏବେ ଟିଏମସି ନେତା ଏହାକୁ ନେଇ ଭୟଭୀତ ଯେ, ଇଡି ଅଫିସରଙ୍କୁ ସେମାନେ ଆଉ ସିବିଆଇ ପରି ବ୍ୟବହାର କରି ପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.