ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଆଜାଦ ଯିବା ପରେ କଂଗ୍ରେସରେ ଇସ୍ତଫା ପର୍ବ ଜାରି, ଦଳ ଛାଡିଲେ ଆଉ ତିନି ନେତା

29/08/2022 at 4:29 PM

ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ୍ କଂଗ୍ରେସ ଛାଡିବା ପରେ ପାର୍ଟିରେ ଇସ୍ତଫାର ପର୍ବ ଜାରି ରହିଛି। ସୋମବାର ଆଉ ତିନି ଜଣ କଂଗ୍ରେସ ନେତା ଦଳରୁ ଇସ୍ତଫା  ଦେଇଛନ୍ତି। ପୂର୍ବତନ ଉପ ବାଚସ୍ପତି ଗୁଲାମ ହାଇଦର ମଲିକଙ୍କ ସହିତ ଆଉ ତିନି ନେତା ଆଜାଦଙ୍କ ସମର୍ଥନରେ ପାର୍ଟିରୁ ଇସ୍ତଫା ଘୋଷଣା କରିଛନ୍ତି। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ଆଜାଦ ଶୁକ୍ରବାର କଂଗ୍ରେସ ସହିତ ନିଜର ପାଞ୍ଚ ଦଶନ୍ଧିର ସଂପର୍କରେ ପୂର୍ଣ୍ଣଛେଦ ପକାଇଥିଲେ।

ଆଜାଦ ପାର୍ଟିର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ପାର୍ଟିର ସ୍ଥିତିକୁ ନେଇ ହାଇକମାଣ୍ଡଙ୍କୁ ଦାୟୀ କରିଥିଲେ। ଏପରିକି ସେ ରାହୁଲ ଗାନ୍ଧୀଙ୍କୁ ଅପରିପକ୍ଵ ଏବଂ ପିଲାଳିଆମୀ ନେତା କହିଥିଲେ।

ଆଜାଦଙ୍କ ନିକଟତର ସହଯୋଗୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ ସରୁରୀ କହିଛନ୍ତି, ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ତିନି ନେତା ହେଉଛନ୍ତି ମଲିକ, ଗୁପ୍ତା ଏବଂ ଭଗତ। ତିନି ନେତାଙ୍କଠୁ ଆମକୁ ସମର୍ଥନ ପତ୍ର ମିଳିଛି। ଏହାବାଦ୍ ଜାମ୍ମୁ-କାଶ୍ମୀରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରା ଚନ୍ଦ, ପୂର୍ବତନ ମନ୍ତ୍ରୀ ଅବଦୁଲ ମାଜିଦ ଓ୍ବାନୀ, ମନୋହଲ ଲାଲ ଶର୍ମା, ଘରୁ ରାମ ଏବଂ ପୂର୍ବତନ ବିଧାୟକ ବଲବାନ ସିଂହ ମଧ୍ୟ ଦିଲ୍ଲୀରେ ଆଜାଦଙ୍କୁ ଭେଟିଛନ୍ତି ଏବଂ କଂଗ୍ରେସରୁ ଇସ୍ତଫା ଦେବା ପରେ ମଙ୍ଗଳବାର ତାଙ୍କ ପ୍ରତି ନିଜର ସମର୍ଥନ ଘୋଷଣା କରି ପାରନ୍ତି।

ସୂଚନାଯୋଗ୍ୟ, ଆଜାଦ କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ତିନି ପୂର୍ବତନ ମନ୍ତ୍ରୀ ସହିତ ପାର୍ଟିର ଆଠ ବରିଷ୍ଠ ନେତା ପାର୍ଟିର  ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଜାଦ ଖୁବ୍ ଶୀଘ୍ର ନୂତନ ପାର୍ଟି ଗଠନ କରି ପାରନ୍ତି। ଏପରିକି ଆଜାଦଙ୍କ ଆହୁରି ନିକଟତର ଲୋକ କଂଗ୍ରେସରୁ ଇସ୍ତଫା ଦେବାକୁ ବିଚାର କରୁଥିବା ଜଣା ପଡିଛି।

   Related Posts