suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ହାତୀ ଆକ୍ରମଣରେ ଜଣେ ମୃତ, ଧାନ ଗଦା ସଜାଡି ରଖୁଥିବାବେଳେ ଦଳିଦେଲା ଦନ୍ତା
  • ||
  • ବୌଦ୍ଧ: ବହିରା ଛକରେ ସିରିଜ୍ ଦୁର୍ଘଟଣା, ୫ ବାଇକ୍‌କୁ ପିଟି ହୋଟେଲରେ ପଶିଲା ସ୍କର୍ପିଓ
  • ||

ପାଇଖାନା ଭିତରେ ଥିଲା ବୋମା, ବିସ୍ଫୋରଣ କରି ନିଷ୍କ୍ରିୟ କଲେ ପୋଲିସ ଓ ସିଆରପିଏଫ ଯବାନ

7/12/2022 at 10:36 PM

ରାୟଗଡ଼ା,୭/୧୨: ପାଇଖାନା ଭିତରେ ବୋମା। ଏହି ବୋମାକୁ ବିସ୍ଫୋରଣ କରି ନିଷ୍କ୍ରିୟ କରିଛନ୍ତି ପୁଲିସ ଓ ସିଆରପିଏଫ ଯବାନ। ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ଏହି ଘଟଣା ଘଟିଛି। ଯାହାକି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

ଘଟଣାରୁ ପ୍ରକାଶ ଯେ, ସୁଙ୍ଗେର ଗ୍ରାମରେ ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଥିବା ଏକ ପାଇଖାନା ଭିତରେ ବୋମା ରହିଥିବା କାଶୀପୁର ପୁଲିସ ସୂଚନା ପାଇଥିଲା। ଏହି ଖବର ମିଳିବା ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ସାଇଁଟିଫିକ ଟିମ୍ ସହ ସିଆରପିଏଫ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ବୋମାକୁ ଠାବ କରିବା ପରେ ଅତି ସତର୍କତାର ସହିତ ତାହା ନିଷ୍କ୍ରିୟ କରାଯାଇଛି। ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦେବଜୋତି ଦାସ ଉପସ୍ଥିତ ରହି ବୋମାକୁ ନିଷ୍କ୍ରିୟ କରିଛନ୍ତି। ତେବେ କିଏ କାହିଁକି ଏହି ବୋମା ରଖିଥିଲା ତାହା ଜଣାପଡ଼ିନାହିଁ। ଏହାର ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ଶ୍ରୀ ଦାସ କହିଛନ୍ତି। ତେବେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ଘଟିନାହିଁ।

   Related Posts