ରାଜପଥର ୬ କିଲୋମିଟର ପର୍ଯ୍ୟନ୍ତ ନାହିଁ ଗଳା ପୋଲ, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

Published By : Prameya-News7 Bureau | July 06, 2023 IST

ଭଦ୍ରକ ୦୬/୦୭: ରାଜପଥ ନିର୍ମାଣ ବେଳେ ସ୍ଥାନୀୟ ଲୋକ ଓ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ନାହିଁ ସର୍ଭିସ ରୋଡ଼ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ଠାରୁ ସାନ ଅସୁରା ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ କୌଣସି ଗଳା ପୋଲ ନାହିଁ । ରାସ୍ତାର ଗୋଟିଏ ପାର୍ଶ୍ଵରେ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ସହ ଆଇଟିଆଇ ଭଳି ଶିକ୍ଷାନୁଷ୍ଠାନ ସହ ୬ ଗୋଟି ବିଦ୍ୟାଳୟ ରହିଛି ।

କିନ୍ତୁ ଏହି ୪ କିଲୋମିଟର ରାସ୍ତା ମଧ୍ୟ ରେ ଗଳା ପୋଲ କିମ୍ବା ସର୍ଭିସ ରୋଡ଼କୁ ସଂଯୋଗ ନାହିଁ । ତେଣୁ ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେଣୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିଜ ଅଭିଯୋଗ ନେଇ ଦାବିପତ୍ର ଦେଇଛନ୍ତି । ଆବଶ୍ୟକ ଅନୁଯାୟୀ ଗଳା ପୋଲ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି ।

you can also read..

wp:embed {"url":"https://www.prameyanews7.com/helpless-father-asking-for-justice/","type":"wp-embed","providerNameSlug":"prameya-news-7"}
https://www.prameyanews7.com/helpless-father-asking-for-justice/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.