ପାଟଣା ୧୭।୦୭: ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ନାହିଁ ଭଲ ରାସ୍ତାଟିଏ। ବାରମ୍ବାର ଅଭିଯୋଗ ଓ ଆବେଦନ ପରେ ବି ଫଳ ଶୂନ। ଶେଷରେ ବିଧାୟକଙ୍କୁ ପାଦରେ ଚଲାଇ ଅସୁବିଧାକୁ ହୃଦୟଙ୍ଗମ କରାଇଇଲେ ଗାଁ ଲୋକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର ଭୁଲୁଦା ଗ୍ରାମରେ।
ଦୀର୍ଘ ବର୍ଷ ଧରି ଗାଁ ଲୋକେ ଭଲ ରାସ୍ତା ପାଇଁ ଦାବି କରି ଆସୁଛନ୍ତି। ସେମାନଙ୍କ କହିବା କଥା ଭାଲୁଘର ସାହିର ୩ କିଲୋମିଟର ରାସ୍ତାକୁ ଜଙ୍ଗଲ ରାସ୍ତାରେ କରାଗଲେ ଏହି ରାସ୍ତା ସିଧା ସଳଖ ସଦର ବ୍ଲକର ପୁଟଳ ଗ୍ରାମ ଦେଇ ୪୯ ନମ୍ବର ରାଜପଥ ସହ ଯୋଡି ହେବ। ଏମିତି ହେଲେ ଉକ୍ତ ଗ୍ରାମର ୨୦୦୦ ରୁ ଲୋକେ ଉପକୃତ ହେବେ। ହେଲେ ପ୍ରତିବନ୍ଧକ ସାଜିଥିଲା ଜଙ୍ଗଲ। ପଞ୍ଚାୟତର ଜନପ୍ରତିନିଧି ବ୍ଲକ କର୍ତ୍ତୃପକ୍ଷଙ୍କ ବୈମାତୃକ ମୋନଭାବ ଯୋଗୁଁ ରାସ୍ତା ହେଇ ପାରି ନଥିଲା। ଶୁକ୍ରବାର ପାଟଣା ବିଧାୟକ ଜଗନ୍ନାଥ ନାଏକ ଉକ୍ତ ଗ୍ରାମକୁ ଯାଇଥିବା ବେଳେ ଲୋକେ ୩ କିଲୋମିଟର ଚଲାଇ ନିଜର ଅସୁବିଧା ଜଣାଇଥିଲେ।
{"id":482168,"sizeSlug":"large","linkDestination":"none"}
ଏବେ ଭୁଲୁଦା ଗ୍ରାମବାସୀ ଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଚାଲି ଚାଲି ଯିବା ପରେ ବିଧାୟକ ଜଗନ୍ନାଥ ନାଏକ ନିଜେ ଲୋକଙ୍କ ଅସୁବିଧା ହୃଦୟଙ୍ଗମ କରିଛନ୍ତି। ବିଧାୟକଙ୍କ ସହିତ ବ୍ଲକ ଅଧକ୍ଷ ବିଶ୍ଵନାଥ ନାଏକ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ, କନିଷ୍ଠ ଯନ୍ତ୍ରୀ ଅଜୟ ବେହେରା, କେନ୍ଦେଇ ପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତଙ୍କୁ ଲୋକେ ଚଲେଇ ଚଲେଇ ନେଇ ନିଜର ସମସ୍ୟା କଥା ଦେଖାଇ ଥିଲେ। ଏବେ ଦେଖିବା ବାକି ରହିଲା ଯେ, ଗାଁକୁ କେବେ ପକ୍କା ସଡକଟିଏ ଯାଉଛି।