Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

କରୋନା ମହାମାରୀରେ ଆଶ୍ଵସ୍ତିକର ଖବର, ରାଜ୍ୟରେ ନାହିଁ ଦ୍ଵିତୀୟ ସଂକ୍ରମଣର ଆଶଙ୍କା

5/12/2020 at 6:33 PM

ଭୁବନେଶ୍ଵର ୦୫।୧୨: କରୋନା ମହାମାରୀ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ଵସ୍ତିକର ଖବର। ରାଜ୍ୟରେ ଏବେ ଦ୍ଵିତୀୟ ସଂକ୍ରମଣର ଆଶଙ୍କା ନାହିଁ। ଓଡିଶାରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। କିନ୍ତୁ ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହି ନିୟମ ମାନିବାକୁ ପଡିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍ ପରାମର୍ଶଦାତା ଡାକ୍ତର  ଜୟନ୍ତ ପଣ୍ଡା। ଏସସିବି ମେଡିକାଲ କଲେଜ୍ ଓ୍ଵେବ୍‌ସାଇଟ୍‌ ଉନ୍ମୋଚନ ଅବସରରେ ସେ ଏହି ମତ ଦେଇଛନ୍ତି।  

ସେ କହିଛନ୍ତି  ଯେ, ରାଜ୍ୟରେ କରୋନାର ଦ୍ଵିତୀୟ ଲହରର ସମ୍ଭାବନା ନାହିଁ। କରୋନା ଗ୍ରାଫ ଢେର ହ୍ରାସ ପାଇଛି। ତଥାପି ଟିକା ନଆସିବା ଯାଏଁ ଆମକୁ ସତର୍କ ରହିବାକୁ ପଡିବ। ଅନ୍ତତଃ ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହି ନିୟମ ମାନିବାକୁ ପଡିବ। କିିଛି ସପ୍ତାହ ଭିତରେ ଟିକା ମିଳିବ ବୋଲି ବୋଲି ଡାକ୍ତର  ଜୟନ୍ତ ପଣ୍ଡା ଆଶା ପ୍ରକାଶ କରିଛନ୍ତି। ହୋଇପାରେ ଚଳିତ ମାସରେ ଲୋକଙ୍କୁ ଟିକା ଦିଆଯାଇପାରେ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ସଂପ୍ରତି କରୋନା ସଂକ୍ରମଣର ପ୍ରଭାବ କମିବାରେ ଲାଗିଛି। ଦୈନିକ  ସଂକ୍ରମଣ ୫୦୦ରୁ କମ ରହୁଛି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ଗତ ଦୁଇ ମାସରୁ ଅଧିକ ସମୟ ହେବ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦିଲ୍ଲୀ, ମହାରାଷ୍ଟ୍ର ଓ କେରଳରେ ଯେମିତି କରୋନାର ଦ୍ଵିତୀୟ ଲହର ଦେଖିବାକୁ ମିଳିଥିଲା ସେଥି ନେଇ ରାଜ୍ୟରେ ମଧ୍ୟ ଆଶଙ୍କା ପ୍ରକାଶ କରାଯାଇଥିଲା। ଦ୍ଵିତୀୟ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଏବେ ରାଜ୍ୟରେ କରୋନା ପ୍ରକୋପ ନାହିଁ କହିଲେ ଚଳେ। ପୂର୍ବ ପରି ମଧ୍ୟ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ ନାହିଁ। ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ୍ ଆଦି ଛାଡି ଦେଲେ ସମସ୍ତ କାର୍ଯ୍ୟକ୍ଷେତ୍ର ଖୋଲି ଯାଇଛି। ଏହା ମଧ୍ୟରେ  ରାଜ୍ୟ କୋଭିଡ୍ ପରାମର୍ଶଦାତାଙ୍କ ଏହି ଖବର ରାଜ୍ୟବାସୀଙ୍କୁ ଆହୁରି ଆଶ୍ଵସ୍ତି କରିଛି।

   Related Posts