‘ପେଟ୍ରୋଲ ନାହିଁ, ତଥାପି ସ୍ମୃତି ମନ୍ଧାନାଙ୍କୁ ଦେଖିବାକୁ ଆସିଛୁ’, ଶ୍ରୀଲଙ୍କାରେ ମନ୍ଧାନାଙ୍କ ଜବରା ଫ୍ୟାନ

Published By : Prameya-News7 Bureau | June 25, 2022 IST

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କାକୁ ପାଞ୍ଚ ୱିକେଟରେ ହରାଇ ସିରିଜ ନିଜ ନାମରେ କରି ନେଇଛି । ଦଳର ଏହି ବିଜୟରେ ସ୍ମୃତି ମନ୍ଧାନା ଏବଂ ଅଧିନାୟକ ହରମନପ୍ରୀତ କୌରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ମନ୍ଧାନା ୩୪ ବଲରୁ ୮ ଚୌକା ସହ ୩୯ ରନ କରିଥିବା ବେଳେ ହରମନପ୍ରୀତ ୩୧ ରନ କରିଛନ୍ତି । ହରମନପ୍ରୀତ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ମ୍ୟାଚ୍ ସମୟରେ ମନ୍ଧାନାଙ୍କ ଏକ ବଡ ପ୍ରଶଂସକଙ୍କୁ ଶ୍ରୀଲଙ୍କାରେ ଦେଖିବାକୁ ମିଳିଛି ।

ମ୍ୟାଚ୍ ବେଳେ ଏକ ଫ୍ୟାନ ନିଜ ହାତରେ ଏକ ପୋଷ୍ଟର ଧରି ଆସିଥିଲେ । ତାଙ୍କୁ ଷ୍ଟାଡିୟମ ଯାଏଁ ପହଞ୍ଚିବାରେ କେତେ ସମସ୍ୟାର ସାମ୍ନା କରିବାକୁ ପଡିଛି। ପ୍ରଶଂସକଙ୍କ ପୋଷ୍ଟରରେ ଏମିତି ଲାଇନ ଲେଖା ହୋଇଛି ଯାହାକୁ ଦେଖିଲେ ଏହା କୁହାଯାଇ ପାରିବ ଯେ, କ୍ରିକେଟ୍ ଦୁନିଆରେ ଭାରତୀୟ ମହିଳା କ୍ରିକେଟରଙ୍କ ମଧ୍ୟ ଫ୍ୟାନ ଫଲୋଇଙ୍ଗ ବହୁତ ରହିଛି । ଏହି ପୋଷ୍ଟରରେ ଏମିତି ଲେଖା ହୋଇଛି ଯାହାକୁ ଦେଖି ପ୍ରଶଂସକ ମଧ୍ୟ ଭାବୁକ ହୋଇଛନ୍ତି । ପ୍ରଶଂସକ ନିଜ ପୋଷ୍ଟରରେ ଲେଖିଛନ୍ତି, ପେଟ୍ରୋଲ ନାହିଁ, ତଥାପି ସ୍ମୃତି ମନ୍ଧାନାଙ୍କୁ ଦେଖିବାକୁ ଆସିଛୁ । ଏହି ବଡ ପ୍ରଶଂସକଙ୍କ ପୋଷ୍ଟର ଏବେ ଖୁବ୍ ଭାଇରାଲ୍ ହୋଇଛି ।

wp:html /wp:html

ଭାରତୀୟ ମହିଳା କ୍ରିକେଟ୍ ଦଳ ତିନି ମ୍ୟାଚର ଟି-୨୦ ସିରିଜ୍ ଜିତି ନେଇଛି । ସିରିଜର ପ୍ରଥମ ମ୍ୟାଚ୍ ଭାରତ ୩୪ ରନରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ୫ ୱିକେଟରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୨୫ ରନ କରିଥିଲା । ଜବାବରେ ଭାରତୀୟ ଦଳ ୧୯.୧ ଓଭରରେ ୫ ୱିକେଟ୍ ହରାଇ ବିଜୟ ହାସଲ କରି ନେଇଛି ।

ଶ୍ରୀଲଙ୍କା ୧୯୪୮ରେ ନିଜ ସ୍ୱାଧୀନତା ପରେ ସଂପ୍ରତି ଦୁର୍ଦ୍ଦିନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ଖାଦ୍ୟ ସାମଗ୍ରୀ, ଔଷଧ, ରୋଷେଇ ଗ୍ୟାସ୍ ଏବଂ ଇନ୍ଧନ ପରି ଅତ୍ୟାବଶ୍ୟକ ବସ୍ତୁର ଘୋର ଅଭାବ ଦେଖିବାକୁ ମିଳିଛି । ଶ୍ରୀଲଙ୍କା ଉପରେ ମୋଟ୍ ବିଦେଶୀ ଋଣଭାର ୫୧ ଅରବ ଡଲାର ରହିଛି । ପେଟ୍ରୋଲ ପାଇଁ ସଡକରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.