ଗାଁରେ ହାଇସ୍କୁଲ୍‌ ନିର୍ମାଣ ଦାବି; ରାସ୍ତାରୋକ କଲେ ଶତାଧିକ ଗ୍ରାମବାସୀ

Published By : Prameya-News7 Bureau | October 18, 2022 IST

ନୂଆପଡ଼ା ୧୮/୧୦: ନୂଆପଡ଼ା ବୋଡେନ ବ୍ଲକର ଡୁର୍କାମୁଣ୍ଡା ଗାଁ। ଗାଁରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଉଚ୍ଚ ଶିକ୍ଷା ପାଇଁ ସେଠାକାର ଛାତ୍ରଛାତ୍ରୀମାନଙ୍କୁ ପାଖାପାଖି ୬ ରୁ ୭ କିମି ଯିବାକୁ ପଡ଼େ। ସେଥିପାଇଁ ଗାଁରେ ଏକ ହାଇସ୍କୁଲ ତିଆରି କରିବାକୁ ୧୦ ବର୍ଷ ହେଲା ଗାଁରେ ଗାଁ ଲୋକମାନେ ଦାବି କରୁଛନ୍ତି।

କିନ୍ତୁ ଗାଁ ଲୋକଙ୍କ ଅଭିଯୋଗକୁ ଜିଲ୍ଲା ଶିକ୍ଷା ବିଭାଗ ଶୁଣୁନଥିବା କୁହାଯାଇଛି। ଫଳର ମଙ୍ଗଳବାର  ୧୦୦ରୁ ଅଧିକ ଗାଁ ଲୋକମାନେ ପ୍ରଥମେ ସ୍କୁଲ ଗେଟରେ ତାଲା ପକାଇବା ସହ ଖଡିଆଳରୁ ବୋଡେନ ଯାଉଥିବା ରାସ୍ତାର ଡୁର୍କାମୁଣ୍ଡା ଛକରେ ରାସ୍ତା ଅବରୋଧ କରିବା ସହ ଦାବି ପୂରଣ ପାଇଁ ଜିଦ୍‌ ଧରିଛନ୍ତି। ଘଟଣାସ୍ଥଳକୁ ବୋଡେନ ପୋଲିସ ଓ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଛି। କିନ୍ତୁ ଖବର ଲେଖାହେବା ସୁଦ୍ଧା ଏହି ସମସ୍ୟାର କୌଣସି ସମାଧାନ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.