କୁତବ ମୀନାର ପରିସରରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିବାର ପ୍ରମାଣ ନାହିଁ, କୋର୍ଟରେ ASIର ଦଲିଲ୍

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ:  ଜ୍ଞାନବାପୀ ମସଜିଦ ବିବାଦ ମଧ୍ୟରେ କୁତବ ମୀନାର ପରିସରରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ ଦାବି ଉପରେ ମଙ୍ଗଳବାର ଦିଲ୍ଲୀର ସାକେତ କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଜୁନ ୯ରେ ଅଦାଲତ ନିଜର ନିଷ୍ପତ୍ତି ଶୁଣାଇବେ। ପ୍ରତ୍ନତତ୍ଵ ସର୍ବେକ୍ଷେଣ ବିଭାଗ(ଏଏସଆଇ) କୋର୍ଟରେ ଜଣାଇଛନ୍ତି ଯେ, କୁତବ ମୀନାର ପରିସରରେ ସ୍ଥିତ ମସଜିଦ କୌଣସି ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିବାର ସେମିତି କୌଣସି ପ୍ରମାଣ ନାହିଁ।

ଏଏସଆଇ ଜଣାଇଛନ୍ତି, ଏହାର ବି କୌଣସି ପ୍ରମାଣ ନାହିଁ ଯାହା ସାବ୍ୟସ୍ତ କରାଯାଇ ପାରିବ ଯେ ଲୁହାର ଖମ୍ବ ଏବଂ ମନ୍ଦିରର ଅବଶେଷ ସେଠାରେ ପୂର୍ବରୁ ଥିଲା। ଏଏସଆଇ ସ୍ପଷ୍ଟ ଭାବେ କହିଛି ଯେ, କୁତବ ମୀନାର କେବେ ବି ପୂଜା ସ୍ଥଳ ନଥିଲା। କୁତବ ମୀନାର ପରିସରରେ ମନ୍ଦିରର ଜୀର୍ଣ୍ଣଦ୍ଵାର କରିବା ଦାବିକୁ ଏଏସଆଇ ବିରୋଧ କରିଛି। ୧୯୧୪ରୁ କୁତବ ମୀନାରକୁ ଏକ ଐତିହାସିକ ସ୍ମାରକ ଭାବେ ସୁରକ୍ଷା ଦିଆଯାଉଛି ଏବଂ ଏହାର ନିର୍ମାଣ ଶୈଳୀକୁ ବଦଳା ଯାଇ ପାରିବ ନାହିଁ।

କଣ ମାମଲା ?

ଯାଚିକାରେ ଦାବି କରାଯାଇଥିଲା ଯେ, କୁତବ ମୀନାର ପରିସରରେ ହିନ୍ଦୁ ଏବଂ ଜୈନ ମନ୍ଦିର ଥିଲା, ଯାହାକୁ ଭାଙ୍ଗି ଦିଆଯାଇଥିଲା। ଆବେଦନକାରୀ ପରିସରରେ ପୂଜା କରିବାକୁ ଅନୁମତି ମାଗିଥିଲେ। ଏହି ବିବାଦ ସେହି ସମୟରେ ଆରମ୍ଭ ହେଲା ଯେତେବେଳେ ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧର୍ମବୀର ଶର୍ମା ଦାବି କରିଥିଲେ ଯେ, କୁତବ ମୀନାରକୁ ହିନ୍ଦୁ ରାଜା ବିକ୍ରମାଦିତ୍ୟ ନିର୍ମାଣ କରିଥିଲେ। ତାଙ୍କ ମତରେ ଏହା ଏକ ସନ ଟାଓ୍ଵାର ଥିଲା। ସେ ଏହା ମଧ୍ୟ ଦାବି କରିଥିଲେ, ପରିସରରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମିଳିଥିଲା। ତୁବତ ଉଲ ଇସଲାମ ୨୭ ଜୈନ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.