ଗୁଜାପଡ଼ା ଗାଁକୁ ନାହିଁ ପକ୍କା ରାସ୍ତା; ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି ସ୍ଥାନୀୟ ବାସିନ୍ଦା
6/09/2022 at 11:16 PM

ଝାରସୁଗୁଡ଼ା ୦୬/୦୯: ଝାରସୁଗୁଡ଼ା ଜିଲ୍ଲା ଗୁଜାପଡ଼ା ଗାଁକୁ ପକ୍କା ରାସ୍ତା ତିଆରି କରିବା ଦାବି କରିଛନ୍ତି ଗ୍ରାମବାସୀ l ଏଥିପାଇଁ ଗାଁ ଲୋକମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗ୍ରାମବାସୀ କହିଛନ୍ତି ଯେ, ଗୁଜାପଡ଼ା ଝାରସୁଗୁଡା ପୌରପରିଷଦର ୧୫ ନମ୍ବର ୱାର୍ଡରେ ରହିଥିଲେ ଏଠାକୁ ଆସିବା ପାଇଁ ଏକ ଭଲ ରାସ୍ତାଟିଏ ନାହିଁ l ଯାହାଫଳରେ ଗାଁ ଲୋକମାନେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି l ଗୁଜାପଡ଼ା ଗାଁକୁ ସଂଯୋଗ କରିବା ପାଇଁ ଥିବା ଏକ ମାତ୍ର ମାଟି ରାସ୍ତାଟି ବର୍ଷା ଦିନେ କାଦୁଅ ଯୋଗୁଁ ମରଣଜନ୍ତା ପାଲଟୁଛି l ଯାହାଫଳରେ ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟିବାସହ ଗାଁ ଲୋକମାନେ ଅନେକ ଅସୁବିଧାର ସମ୍ନା କରୁଛନ୍ତି l ତୁରନ୍ତ ଗୁଜାପଡ଼ାକୁ ଏକ ପକ୍କା ରାସ୍ତା ତିଆରି ହେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି l