ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଜିଲ୍ଲା ମୁଖ୍ୟାଳୟରେ ନାହିଁ ବସଷ୍ଟାଣ୍ଡ; ଅଣାୟତ୍ତ ହେଉଛି ଟ୍ରାଫିକ ସମସ୍ୟା, ବଢ଼ୁଛି ଦୁର୍ଘଟଣା  

13/07/2022 at 11:53 PM

କଳାହାଣ୍ଡି ୧୩/୦୭: ଭବାନୀପାଟଣା ସହର କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସଦର ମହକୁମା ହେଇଥିବା ବେଳେ ପ୍ରତିଦିନ ଏଠାକୁ ଶହଶହ ବସ ବିଭିନ୍ନ ଜାଗାରୁ ଯିବା ଆସିବା କରେ। କିନ୍ତୁ ଏଠି କୌଣସି ବସଷ୍ଟାଣ୍ଡର ବ୍ୟବସ୍ଥା ନାହିଁ।ପୂର୍ବରୁ ଏଠାରେ ଏକ ବସଷ୍ଟାଣ୍ଡ ଥିବାବେଳେ ତାହା ପୁରୁଣା ହେଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ତାକୁ ଭାଙ୍ଗି ନୂତନ ବସଷ୍ଟାଣ୍ଡ ତିଆରି କରାଯାଉଛି। କିନ୍ତୁ ସେହି ବସଷ୍ଟାଣ୍ଡଟି ତିଆରି ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ବସଷ୍ଟାଣ୍ଡ ଭଙ୍ଗାବାରିରେ ନିର୍ମାଣ କରା ଯାଇଥିଲା ଯାହାକି ଭବାନୀପାଟଣା ସହରରୁ ପ୍ରାୟ ୪ କିମି ଦୂରରେ ରହିଛି। ସହର ଦୂରରେ ଥିବାରୁ ଲୋକେ ସେଠିକି ଯିବା ପାଇଁ ଇଚ୍ଛା କରୁ ନାହାନ୍ତି। ସହର ମଝିରେ ବିଭିନ୍ନ ଜାଗାରେ ବସ କୁ ଅଟକାଇ ସେଠୁ ବସରେ ଚଢୁଛନ୍ତି ଏବଂ ଓହ୍ଲାଉଛନ୍ତି । ସେଥିପାଇଁ ସହରରେ ପ୍ରବଳ ମାତ୍ରାରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି।

ସହରର ବିଭିନ୍ନ ଛକ ମାନଙ୍କରେ ବସ ସବୁ ଅଟକି ରହୁଛି। ଯାତ୍ରୀମାନେ ସହର ମଧ୍ୟରେ ବସ ଅଟକାଇ ଜିନିଷ ପତ୍ର ମଧ୍ୟ ଲୋଡ୍‌ କରୁଛନ୍ତି। ବିଭିନ୍ନ ଅଞ୍ଚଳରୁ ବସ ଆସୁଥିବା ବେଳେ ଯାତ୍ରୀମାନେ ସହର ମୁଖ୍ୟ ରାସ୍ତାମାନଙ୍କରେ ଓହ୍ଲାଉଛନ୍ତି ଏବଂ ରିକ୍ସା ଅଟୋ ଡ୍ରାଇଭରମାନେ ମଧ୍ୟ ଯାତ୍ରୀମାନଙ୍କୁ ନେବା ପାଇଁ ନିଜ ଗାଡିକୁ ରାସ୍ତା କଡ଼ରେ ରଖୁଥିବାରୁ ଟ୍ରାଫିକ ସମସ୍ୟା ଆହୁରି ବଢ଼ୁଛି। ଯେତେବେଳେ ସ୍କୁଲ ଛୁଟି ହେଉଛି ସେତେବେଳେ ମଧ୍ୟ ସହରର ମୁଖ୍ୟ ଛକମାନଙ୍କରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।ବିଭିନ୍ନ ବେସରକାରୀ ସ୍କୁଲ ସବୁ ମୁଖ୍ୟ ରାସ୍ତାକଡ଼ରେ ଥିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲରୁ ବାହାରିବା ସମୟରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଓ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। 

ଭବାନୀପାଟଣା କଳାହାଣ୍ଡି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ। ପ୍ରତ୍ୟେକ ଅଫିସରୁ ଠାରୁ  ଆରମ୍ଭ କରି ଏସପି, ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର କାର୍ଯ୍ୟାଳୟ ଏଠାରେ ରହିଛି। ପ୍ରତିଦିନ ହଜାର ହଜାର ଲୋକ ଗାଁରୁ ନିଜ ନିତିଦିନିଆ କାମ ପାଇଁ ଏଠାକୁ ଆସନ୍ତି। କିନ୍ତୁ ଟ୍ରାଫିକ ସମସ୍ୟା ପାଇଁ ସେମାନେ ଅନେକ ଅସୁବିଧାର ସାମ୍ନା କରନ୍ତି। ଏହି ଟ୍ରାଫିକ ସମସ୍ୟା ପାଇଁ ଭବାନୀପାଟଣାରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି।  ଯଦି ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବେ ତାହେଲେ ଟ୍ରାଫିକ ସମସ୍ୟା କଳାହାଣ୍ଡିର ଆଉ ଏକ ମୁଖ୍ୟ ସମସ୍ୟା ଭାବରେ ମୁଣ୍ଡ ଟେକିବ।

   Related Posts