ଦଳରୁ ବାହାରେ ଥାଇ ବି ପ୍ରଶଂସା ସାଉଁଟିଲେ ବିରାଟ କୋହଲି, ମଜାଳିଆ ଶୈଳୀରେ ପଡ଼ିଆରେ କଲେ ଏଣ୍ଟ୍ରି
15/09/2023 at 5:37 PM

କଲୋମ୍ବୋ: ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ସଂପ୍ରତି ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ। ସେ ପଡ଼ିଆରେ ହେଉ କି ବାହାରେ ତାଙ୍କ ଉପସ୍ଥିତି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥାଏ। ଭାରତ ଓ ବାଂଲାଦେଶ ମଧ୍ୟରେ ଏସିଆ କପ୍ ୨୦୨୩ର ସୁପର ୪ର ଶେଷ ମୁକାବିଲା ଖେଳା ଯାଉଛି। ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବାଂଲାଦେଶ ଇନିଂସ ଆରମ୍ଭରେ ଓ୍ଵିକେଟ୍ ହରାଇବା ପରେ ଡ୍ରିଙ୍ଗ୍ସ ସମୟରେ ବିରାଟ କୋହଲି ଓ୍ଵାଟର ବୟ ହିସାବରେ ପଡ଼ିଆକୁ ପ୍ରବେଶ କରିଥିଲେ। ତାଙ୍କ ସହିତ ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ନଜର ଆସିଥିଲେ। ବିରାଟ କୋହଲି ହାତରେ ଗୋଟିଏ ବ୍ୟାଗ୍ ଧରି ମଜାଳିଆ ଶୈଳୀରେ ପଡ଼ିଆକୁ ପ୍ରବେଶ କରିଥିଲେ। ବିରାଟ କୋହଲିଙ୍କ ଏମିତି ମଜାଳିଆ ବ୍ୟବହାରକୁ ପ୍ରଶଂସକ ଖୁବ୍ ପ୍ରଶଂସା କରିଛନ୍ତି। ତାଙ୍କର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି।
Virat Kohli having fun – he is such a character!
— Mufaddal Vohra (@mufaddal_vohra) September 15, 2023
– The GOAT….!!! pic.twitter.com/Jqcrvf072E
ଆଜିର ମ୍ୟାଚ୍ରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଘଟିଛି। ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ମହମ୍ମଦ ଶାମି, ଶାର୍ଦ୍ଦୁଳ ଠାକୁର ଓ ପ୍ରସିଦ୍ଧ କୃଷ୍ଣଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଆଉ ମ୍ୟାଚ୍ରେ ଓ୍ଵାଟର ବୟ ହିସାବରେ ବିରାଟ କୋହଲିଙ୍କ କୌତୁହଳପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ- ତିନି ବର୍ଷର ଅପେକ୍ଷା ଶେଷ, ଅହମ୍ମଦାବାଦ୍ ଟେଷ୍ଟରେ ଶତକ ମାରିଲେ ବିରାଟ କୋହଲି
ଉଲ୍ଲେଖନୀୟ ଏସିଆ କପ୍ରେ ଭାରତ ଫାଇନାଲ୍ରେ ପହଞ୍ଚି ସାରିଛି। ସେପ୍ଟେମ୍ବର ୧୭ରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ସଂପୂର୍ଣ୍ଣ ଫିଟ୍ ରହିବା ପାଇଁ ବିରାଟ କୋହଲି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି।