ଇସ୍ରାଏଲରେ ପୁଣି ଗୁଳିକାଣ୍ଡ, ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିବା ୨ ଉଗ୍ରବାଦୀ ନିହତ

Published By : Prameya-News7 Bureau | November 30, 2023 IST

ଜେରୁଜେଲମ ୩୦।୧୧: ଇସ୍ରାଏଲରେ ପୁଣି ଗୁଳିକାଣ୍ଡ ହୋଇଛି। ସୂଚନା ଅନୁସାରେ ଜେରୁଜେଲମ ନିକଟ ସଡକରେ ଯାଉଥିବା ଲୋକଙ୍କୁ ଲକ୍ଷ କରି ଆତଙ୍କବାଦୀ ଜୋରଦାର ଗୁଳିବର୍ଷା କରିଛନ୍ତି। ତେବେ ପୋଲିସ ୨ ଆକ୍ରମଣକାରୀଙ୍କୁ ହତ୍ୟା କରିଛି। ସୂଚନା ଅନୁସାରେ ଜେରୁଜେଲମକୁ ପ୍ରବେଶ ସ୍ଥାନରେ ମୁଖ୍ୟ ରାଜମାର୍ଗ ନିକଟରେ ବସ୍‌କୁ ଅପେକ୍ଷା କରିଥିବା ଓ ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଗୁରୁବାର ୨ ଜଣ ବନ୍ଧୁକଧାରୀ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଇସ୍ରାଏଲ ପୋଲିସ ସୂଚନା ଅନୁସାରେ ଏହି ଗୁଳିକାଣ୍ଡରେ ୭ ଜଣ ଲୋକ ଆହତ ହୋଇଛନ୍ତି। ଏଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ସକାଳେ ବ୍ୟସ୍ତତମ ସମୟରେ ହୋଇଥିଲା। ତେବେ ଏପରି କାଣ୍ଡ କରିଥିବା ଦୁଇ ଆକ୍ରମଣକାରୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଅପରପଟେ ଇସ୍ରାଏଲ-ହମାସ ମଧ୍ୟରେ ଆଜି ଶେଷ ହେଉଥିବା ଯୁଦ୍ଧବିରତୀକୁ ୮ ମିନିଟ୍ ପୂର୍ବରୁ ଅର୍ଥାତ ଭାରତୀୟ ସମୟାନୁସାର ୧୦ଟା ୨୨ ମିନିଟ୍‌ରେ ପୁଣି ଦିନକ ଲାଗି ସମ୍ପ୍ରସାରଣ କରାଯାଇଛି। ଇସ୍ରାଏଲ ଓ କତାର ଅଧିକାରୀମାନେ ଏହି ଘୋଷଣା କରିଛନ୍ତି।

{"id":876767,"width":839,"height":472,"sizeSlug":"full","linkDestination":"none"}

ସୂଚନା ମୁତାବକ ହମାସ ଗୁରୁବାର ମୁକୁଳିବାକୁ ଥିବା ୧୦ ବନ୍ଧକଙ୍କ ସୂଚୀ ଦେଇଛି, ଯାହାକୁ ଇସ୍ରାଏଲ ଗୃହୀତ କରିଛି। ଯୁଦ୍ଧବିରାମରେ ହମାସ ଦୈନିକ ୧୦ ଜଣ ଲେଖାଏଁ ପଣବନ୍ଦୀଙ୍କୁ ମୁକ୍ତ କରିବ। ଏହା ବଦଳେ ଇସ୍ରାଏଲ ୩୦ ଜଣ ଲେଖାଏ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ। ତେବେ ଯୁଦ୍ଧବିରାମର ଦ୍ୱତୀୟ ସର୍ତ୍ତ ଉପରେ ଏବେବି ଆଲୋଚନା ଜାରି ଥିବା ଇସ୍ରାଏଲ ସେନା କହିଛି।

ଏହା ପୂର୍ବରୁ ଇସ୍ରାଏଲ-ହମାସ ସିଜ ଫାୟାର କାଳରେ ଗାଜା ଷ୍ଟ୍ରିପ୍‌ରୁ ୧୬ ଜଣ ବନ୍ଧକଙ୍କୁ ଇସ୍ରାଏଲକୁ ସମର୍ପଣ କରିଥିଲା। ଏହି ବନ୍ଧକମାନଙ୍କୁ ଛାଡିବା ବଦଳେ ଇସ୍ରାଏଲ ୩୦ ପାଲେଷ୍ଟାଇନ ମହିଳା ଓ ପିଲାଙ୍କୁ ଜେଲରୁ ମୁକାଳିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇସ୍ରାଏଲ ସୁରକ୍ଷା ବଳ (ଆଇଡିଏଫ) ହମାସ କବଳରୁ ୧୬ ବନ୍ଧକଙ୍କ ମୁକ୍ତି ପୁଷ୍ଟି କରିଛି। ଆଇଡିଏଫ ବନ୍ଧକଙ୍କ ପରିବାରଙ୍କୁ ଏ ବାବଦେ ତାଜା ସୂଚନାରେ ଜଣାଇ ଦିଆଯିବ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.