ଜିରାର ରପ୍ତାନୀ ଚାହିଦା ବଢୁଛି, ଦେଶରେ ପୁଣି ଦରବୃଦ୍ଧି ଆଶଙ୍କା

Published By : Prameya-News7 Bureau | November 14, 2023 IST

ଗାନ୍ଧିନଗର ୧୪।୧୧: ଜିରା ଦର ପୁଣି ବଢିବାର ଆଶଙ୍କା କରାଯାଉଛି। ଜିରାର ରପ୍ତାନୀ ଚାହିଦା ବୃଦ୍ଧି ହେଉଥିବାରୁ ଏପରି ଆଶଙ୍କା କରାଯାଉଛି। ଏହି ମସଲାର ଦୁଇ ଉତ୍ପାଦକ ରାଜ୍ୟ ଗୁଜରାଟ ଓ ରାଜସ୍ଥାନରେ ଏବେ  ନୂଆ ସିଜନ ପାଇଁ ଚାଷ କାମ ଆରମ୍ଭ ହୋଇଗଲାଣି। ଗତ କିଛି ମାସ ହେଲା ଜିରାର ରପ୍ତାନୀ ଚାହିଦା ହ୍ରାସ ହୋଇଥିଲା। ଫଳରେ ଦେଶରେ ଦର ହ୍ରାସ ହୋଇଥିଲା। ଜୁନ-ଅକ୍ଟୋବର ଅବଧିରେ ଜିରା ମୂଲ୍ୟ ବର୍ଷକ ପୂର୍ବ ଦର ତୁଳନାରେ ୧୦୦ରୁ ୨୦୦ ପ୍ରତିଶତ ବୃଦ୍ଧି ହୋଇ କେଜି ପିଛାଦର ୫୦୦ରୁ ୭୦୦ ଟଙ୍କାକୁ ପହଞ୍ଚିଥିଲା।

{"id":869699,"width":838,"height":550,"sizeSlug":"full","linkDestination":"none"}

ଜିରାର ଭାରତ ସବୁଠୁ ବଡ଼ ଉତ୍ପାଦକ ଦେଶ,ଯାହା ଲଙ୍କା ପରେ ଦେଶରୁ ରପ୍ତାନୀ ହେଉଥିବା ଦ୍ୱିତୀୟ ମସଲା। ତେବେ ଗତବର୍ଷ ଜିରା ଚାଷ ରକବା ହ୍ରାସ ଓ ଫସଲ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁ ଜୁନ-ଅକ୍ଟୋବର ଅବଧିରେ ଜିରା ଦର ଆକାଶ ଛୁଇଁଥିଲା। ଦେଶର ଜିରା ଦର ବୃଦ୍ଧି ରପ୍ତାନୀକୁ ମଧ୍ୟ ପ୍ରଭାବିତ କରିଥିଲା। ମସଲା ବୋର୍ଡଙ୍କ ଆକଳନ ଅନୁସାରେ ଏପ୍ରିଲ-ଅଗଷ୍ଟ ୨୦୨୩ରେ ଜିରା ରପ୍ତାନୀ ପରିମାଣ ପୂର୍ବ ବର୍ଷର ଏହି ଅବଧିରେ ହୋଇଥିବା ରପ୍ତାନୀଠାରୁ ୨୪ ପ୍ରତିଶତ ହ୍ରାସ ହୋଇଥିଲା।

{"id":869700,"width":841,"height":639,"sizeSlug":"full","linkDestination":"none"}

ମୂଲ୍ୟ ବୃଦ୍ଧି ଯୋଗୁ ରପ୍ତାନୀ ହ୍ରାସ ହୋଇଥିଲେ ମଧ୍ୟ ରପ୍ତାନୀକାରୀଙ୍କ ଆୟ ଉପରେ ପ୍ରଭାବ ପଡିନଥିଲା। ଏକ୍ସପର୍ଟ ହ୍ରାସ ସତ୍ତ୍ୱେ ରପ୍ତାନୀକାରୀଙ୍କ ଆୟରେ ୨୬ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହା ସତ୍ତ୍ୱେ ୨୦୨୩ ବର୍ଷରେ ଜିରା ରପ୍ତାନୀ ୧,୮୬,୫୦୮ ଟନ ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ନୂଆ ଜିରା ଫସଲ ପାଇଁ କୃଷି କ୍ଷେତ୍ର ପ୍ରସ୍ତୁତି ଯୋଗୁ ଜିରା ଦର ହ୍ରାସ ହୋଇ କେଜି ପିଛା ଦର ୪୫୦ ଟଙ୍କାକୁ ପହଞ୍ଚିଛି। ଏହା ମଧ୍ୟ ଗତବର୍ଷ ତୁଳନାରେ ଢେର ଅଧିକ। ଜିରା ଦର ହ୍ରାସ ସହ ରପ୍ତାନୀ ଚାହିଦା ପୁଣି ବଢିଥିବା ଜଣାପଡିଛି।

ଖୁଚୁରା ପରେ ପାଇକାରୀ ମୁଦ୍ରାସ୍ଫୀତିରେବି ହ୍ରାସ, କ୍ରମାଗତ ସପ୍ତମ ମାସରେ ଶୂନ ତଳେ ରହିଲା ସୂଚକାଙ୍କ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.