ନୂଆଦିଲ୍ଲୀ ୧୮।୦୫: କ୍ଷୀରର ରଙ୍ଗ ସାଧାରଣତଃ ଧଳା ହୋଇଥାଏ । କିନ୍ତୁ କେବେ କଳା କ୍ଷୀର ଦେଖିଛନ୍ତି ? ପ୍ରାୟ ସମସ୍ତଙ୍କ ଉତ୍ତର ନାଁ ଆସିବ । କିନ୍ତୁ ବିଶ୍ବରେ ଏମିତି ଏକ ପଶୁ ଅଛି ଯାହାର କ୍ଷୀରର ରଙ୍ଗ ଧଳା ନୁହେଁ ବରଂ କଳା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନାଁ କିନ୍ତୁ ଏହା ସତ ।
ଏହି କ୍ଷୀର ଦେଖିବାକୁ କଳା ହୋଇଥିଲେ ମଧ୍ୟ ଏହା ପୋଷଣରେ ଭରପୂର ଅଟେ । ବାସ୍ତବରେ ଏହି ଜୀବ ଦେଖିବାକୁ କଳା ରଙ୍ଗର । ଆଉ ଏହାର କ୍ଷୀରର ରଙ୍ଗ ମଧ୍ୟ କଳା । ଏହି ଜୀବଟିର ନାଁ ହେଉଛି ଗଣ୍ଡା ବା ରିହାନୋର । ଗଣ୍ଡା କ୍ଷୀରର ରଙ୍ଗ କଳା । ତେବେ ସମସ୍ତ ଗଣ୍ଡା କଳା କ୍ଷୀର ଦେଇନଥାନ୍ତି ।
ଆଫ୍ରିକୀୟ ଜଙ୍ଗଲରେ ରିହାନୋସେରୋସ୍ ନାମକ ଏକ ବିରଳ ପ୍ରଜାତି ଦେଖାଯାନ୍ତି । ସେହି ପ୍ରଜାତିର ଗଣ୍ଡାଙ୍କ ରଙ୍ଗ କଳା ହୋଇଥିବା ବେଳେ ସେମାନେ ଦେଇଥାନ୍ତି କଳା ରଙ୍ଗର କ୍ଷୀର ।
ଏହି ବିରଳ ପ୍ରଜାତିର ଗଣ୍ଡା ରିହାନୋସେରୋସ୍ କେବଳ ଆଫ୍ରିକୀୟ ଜଙ୍ଗଲରେ ହିଁ ଦେଖିବାକୁ ମିଳିଥାନ୍ତି । ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଏହି ପ୍ରଜାତି ଦେଖିବାକୁ ମିଳିନଥାନ୍ତି । ତେବେ ଏହି ପ୍ରଜାତି କଳାରଙ୍ଗର କ୍ଷୀର ଦେବାର କାରଣ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ବି ସନ୍ଧାନ ପାଇ ପାରିନାହାନ୍ତି ।