ଟିମ୍‌ ଇଣ୍ଡିଆ କ୍ରିକେଟ୍ ୱାର୍ଲଡକପ୍‌ ଜିତିଲେ ସବୁ ଖେଳାଳିଙ୍କୁ ଗୁଜରାଟରେ ମିଳିବ ଇଣ୍ଡଷ୍ଟ୍ରିଆଲ ପ୍ଲଟ୍

Published By : Prameya-News7 Bureau | November 18, 2023 IST

ଅହମଦାବାଦ ୧୮।୧୧: ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍‌ ମଧ୍ୟରେ ରବିବାର ହେବାକୁ ଥିବା ୱାର୍ଲଡ କପ୍‌ ଫାଇନାଲ ମ୍ୟାଚ୍‌ରେ ପୁରସ୍କାର ବର୍ଷା ହେବ। ଭାରତୀୟ ଟିମ୍‌ ଯଦି ତୃତୀୟବାର କପ୍‌ ହାସଲ କରେ ତେବେ ଅହମଦାବାଦରେ ରୋ଼ଡ ଶୋ କରାଯିବ ଓ ଖେଳାଳିଙ୍କ ଉପରେ ପୁରସ୍କାର ବର୍ଷା ହେବ। ରାଜକୋଟ ତହସିଲ ସରପଞ୍ଚ ସଂଘର ପୂର୍ବତନ ମୁଖ୍ୟ ତଥା ବିଜେପି ନେତା କେୟୁର ଢୋଲରିୟା ପୁରସ୍କାର ଘୋଷଣା କରିଛନ୍ତି।

{"id":871538,"width":841,"height":893,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ଭାରତୀୟ ଟିମ୍‌ ଯଦି ୱାର୍ଲଡକପ ବିଜେତା ହୁଅନ୍ତି ତେବେ ଟିମ୍‌ର ସମସ୍ତ ୧୫ ଖେଳାଳି ଓ କୋଚ୍‌ଙ୍କ ସମେତ ୧୬ ଜଣଙ୍କୁ ୧୦ ଲକ୍ଷ ଟଙ୍କା ମୁଲ୍ୟର ଗୋଟିଏ ଗୋଟିଏ ଇଣ୍ଡଷ୍ଟ୍ରିଆଲ ପ୍ଲଟ ଉପହାର ଦିଆଯିବ। ଢୋଲରିୟା କହିଛନ୍ତି ଯେ ଭାରତୀୟ ଟିମ୍‌ରେ ଖେଳୁଥିବା ଖେଳାଳିମାନେ ଅଲଗା ଅଲଗା ରାଜ୍ୟର। ତେବେ ବିଶ୍ୱକପ୍ ବିଜେତା ହେବା ପରେ ସେମାନଙ୍କ ଠିକଣା କିନ୍ତୁ ଗୋଟିଏ ହେବ। ଢୋଲରିୟା କହିଛନ୍ତି ଯେ ଭାରତୀୟ ଟିମ୍‌ ଲିଗ୍‌ ମ୍ୟାଚ୍‌ରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସବୁ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏବେ ରବିବାର ଅନୁଷ୍ଠିତ ହେବାକୁ ଯାଉଥିବା ଫାଇନାଲ ମ୍ୟାଚ୍‌କୁ ମଧ୍ୟ ଟିମ୍‌ ଇଣ୍ଡିଆ ଜିତିବ।

{"id":871537,"sizeSlug":"full","linkDestination":"none"}

ରବିବାର ଫାଇନାଲ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ, ଦେଶ ଓ ବିଦେଶରୁ ଅନେକ କ୍ରିକେଟ ପ୍ରେମୀ ଷ୍ଟାଡିୟମରେ ଏକତ୍ରୀତ ହେବେ ଓ ପ୍ରଧାନମନ୍ତ୍ରୀ ନିଜେ ଏହି ୱାର୍ଲଡ କପ୍‌ର ସାକ୍ଷୀ ହେବେ। ଢୋଲରିୟା କହିଛନ୍ତି ଯେ ଭାରତୀୟ ଟିମ୍‌ ବିଶ୍ୱକପ୍ ବିଜେତା ହେଲେ ସମସ୍ତ ୧୬ ଜଣ ଖେଳାଳିଙ୍କୁ ରାଜକୋଟ ଇଣ୍ଡଷ୍ଟ୍ରିୟାଲ ଜୋନର ହବ କୁହାଯାଉଥିବା ଲୋଠଡା ଇଣ୍ଡଷ୍ଟ୍ରିଆଲ ଜୋନରେ ଏହି ପ୍ଲଟ ଦିଆଯିବ। କ୍ରିକେଟ୍ ବୋର୍ଡର ମଞ୍ଜୁରୀ ପରେ ସବୁ ଜରୁରି ପ୍ରକ୍ରିୟା ପୁରଣ କରାଯିବା ପରେ ଖେଳାଳିମାନଙ୍କୁ ପ୍ଲଟ୍ ଆବଣ୍ଟନ ହେବ।  

ଦିଲ୍ଲୀ ଓ ଏନସିଆର ବାୟୁମାନରେ ଆସିଲା ସୁଧାର, ହଟିଲା ଗ୍ରେପ-୪ରେ ଲାଗିଥିବା କଟକଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.