ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଭାରତରେ ମଧ୍ୟ ରହିଛି ପାକିସ୍ତାନ, ଜାଣନ୍ତୁ କେଉଁଠି

5/06/2019 at 2:18 PM

ସ୍ବତନ୍ତ୍ରତା ମିଳିବା ପରେ ଭାରତ୨ ଭାଗରେ ବିଭାଜିତ ହୋଇଥିଲା। ଏଥିମଧ୍ୟରୁ କିଛି ମୁସ୍‌ଲିମ ଲୋକ ଭାରତ ବାହାରକୁ ଏବଂ ଦୂରକୁ ଚାଲିଯାଇଥିଲେ। ଏହା ସହ କିଛି ମୁସଲିମ୍‌ ଭାରତ ଭିତରେ ମଧ୍ୟ ରହିଥିଲେ। ଭାରତ ବାହାକୁ ଯାଇଥିବା କିଛି ମୁସଲିମ୍‌ ନିଜର ଅଲଗା ଦେଶ ପାକିସ୍ତାନ ତିଆରି କରିଥିଲେ। ତେବେ ଭାଗ ହେବା ପରେ ଭାରତ ଓ ପାକିସ୍ତାନ ଅଲଗା ଅଲଗା ଦେଶରେ ପରିଣତ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଭାରତରେ ମଧ୍ୟ ପାକିସ୍ତାନ ନାମକ ଏକ ଜାଗା ଅଛି।

ଏହି ସ୍ଥାନ ବିଷୟରେ ଅନେକ ଲୋକ ଜାଣି ନଥାନ୍ତି। ପ୍ରାୟତଃ ଲୋକଙ୍କ ଧାରଣା ଏହା ଥାଏ ଯେ, ପାକିସ୍ତାନ ସବୁବେଳେ ଭାରତର ଅନିଷ୍ଟ ଚାହେଁ ଓ ଏହା ସତ। ବିଗତ ଦିନରେ ପାକିସ୍ତାନର କାରନାମା ଭାରତୀୟଙ୍କୁ ଖୁବ ମହଙ୍ଗା ପଡିଛି। କିନ୍ତୁ ଭାରତରେ ପାକିସ୍ତାନ ନାମକ ଏକ ଗାଁ ଅଛି। ଆଇଏଏସ୍‌ର ପରୀକ୍ଷାରେ ଏହି ପ୍ରଶ୍ନ ଆସିଥିଲା ଯେ, ଭାରତର କେଉଁ ଜାଗାରେ ପାକିସ୍ତାନ ଅଛି। ପ୍ରକୃତରେ ଭାରତରେ ପାକିସ୍ତାନ ନାମକ ଏହି ଗାଁ ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଅଛି। ଏହି ପୂର୍ବ ପାକିସ୍ତାନକୁ ବାଙ୍ଗଲାଦେଶ ମଧ୍ୟ କୁହାଯାଏ।  ଏହି ସ୍ଥାନକୁ ଭାରତୀୟ ମୁସଲିମଙ୍କ ପାଇଁ ତିଆରି କରାଯାଇଥିଲା ଯାହା ବହୁତ କମ ଲୋକ ଜାଣିଥାନ୍ତି।

   Related Posts