ଏହି ଦେଶରେ ରହିଛି ଅଜବ ପ୍ରଥା :୨ଥର ବିବାହ କରିବାକୁ ବାଧ୍ୟ ହୁଅନ୍ତି ପୁରୁଷ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ ୧୪।୦୮: ବିବାହ ଓ ଅନ୍ୟ ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିଧିବିଧାନ ରହିଛି। ତେବେ ଏମିତି ଏକ ଦେଶ ଅଛି, ଯେଉଁଠି ଗୋଟିଏ ନୁହେଁ ଦୁଇଟି ବିବାହର ନିୟମ ରହିଛି । ପୁରୁଷଙ୍କ ପାଇଁ ଏଠାରେ ଦୁଇଟି ବିବାହ ଆଇନଗତ ଅନିବାର୍ଯ୍ୟ। ଏହାକୁ ବାରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ବିଧାନ ମଧ୍ୟ ରହିଛି। ପତ୍ନୀ ମଧ୍ୟ ସ୍ୱାମୀଙ୍କୁ ୨ୟ ବିବାହ କରିବାରୁ ଅଟକାଇ ପାରିବେ ନାହିଁ। 

ଆଫ୍ରିକା ମହାଦ୍ୱୀପର ଇରିଟ୍ରିୟାରେ ପୁରୁଷ ଦୁଇଟି ବିବାହ କରିବା ବାଧ୍ୟତାମୂଳକ। ଏଥିପାଇଁ ମନା କଲେ, ଆଜୀବନ ଜେଲ ଦଣ୍ଡ ହୋଇପାରେ। ପତ୍ନୀ ଯଦି ସ୍ୱାମୀଙ୍କ ୨ୟ ବିବାହକୁ ରୋକିବାକୁ ଚେଷ୍ଟା କରନ୍ତି। ତାଙ୍କ ଉପରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି।

ଏହି ଅଜବ ପ୍ରଥା ପଛର କାରଣ ଦେଶରେ ପୁରୁଷଙ୍କ ଅନୁପାତରେ ମହିଳାଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଏ। ଲୋକେ ଖୁସିରେ ଥାନ୍ତୁ ଅବା ଦୁଃଖରେ, ଇଚ୍ଛା ଥାଉ ବା ନ ଥାଉ, ଏଠାରେ ପୁରୁଷ ୨ ଥର ବିବାହ କରିବାକୁ ବାଧ୍ୟ। ଯଦି କେହି ଜଣେ ପତ୍ନୀଙ୍କ ସହ ରହନ୍ତି, ତେବେ ସେ ଆଇନ ଦୃଷ୍ଟିରେ ଅପରାଧୀ। ତେବେ ଏହି ଅଜବ ପ୍ରଥାକୁ ନେଇ ଇରିଟ୍ରିୟା ଖୁବ୍‌ ସମାଲୋଚିତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.