ଶ୍ରୀମନ୍ଦିରରେ ରହିଛି ଗୁପ୍ତଗଙ୍ଗା, କ'ଣ ରହିଛି ଏହାର ମାହାତ୍ମ୍ୟ, ଦେଖନ୍ତୁ Video

Published By : Prameya-News7 Bureau | June 01, 2022 IST

ପୁରୀ: ଶ୍ରୀମନ୍ଦିର ନିକଟ ଗୁପ୍ତଗଙ୍ଗା ବା ଶ୍ବେତଗଙ୍ଗା ପାଖରେ ରହିଛି ୫୫୦ ବର୍ଷ ପୁରୁଣା ଗଙ୍ଗାମାତା ମଠ । ଏହି ମଠରେ ଏକ ରହସ୍ୟମୟ ଗୁପ୍ତ ସୁଡ଼ଙ୍ଗ ଥିବାବେଳେ ଏଠାରେ  ଲୁଚି ରହିଛି ଅନେକ ଇତିହାସ। ଐତିହାସିକଙ୍କ ମତ ଅନୁସାରେ ଏହି ସୁଡ଼ଙ୍ଗ ଶ୍ୟାମାକାଳୀ ମନ୍ଦିର ନିକଟ ପୁରୁଣା ରାଜବାଟୀକୁ ସଂଯୋଗ କରୁଛି। କେବଳ ସେତିକି ନୁହେଁ ଏହି ସୁଡ଼ଙ୍ଗଟି ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ଵ ଦେଇ ମଧ୍ୟ ଶ୍ରୀମନ୍ଦିରକୁ ଯାଇଛି।

ପୁରାତନ କାଳରେ ପୁରୀ ମହାରାଜା, ରାଜଗୁରୁ ତଥା ଅନ୍ୟ ବିଶ୍ବସ୍ତ ସେନାଧିକାରୀ ଗୋପନରେ ଏହି ସୁଡ଼ଙ୍ଗ ଦେଇ ଯାତାୟତ କରୁଥିଲେ। ପୁରୀ ରାଜ ପରିବାର ବ୍ରିଟିଶ ନଜରରୁ ଦୂରେଇ ରହିବାକୁ ଗୁପ୍ତ ସୁଡ଼ଙ୍ଗକୁ ବ୍ୟବହାର କରୁଥିଲେ ବୋଲି ଅନୁମାନ କରାଯାଉଛି। ତେବେ ପୁରୀ ଶ୍ରୀମନ୍ଦିର ପାଖରେ କେଉଁ ଯାଗାରେ ରହିଛି ଏହି ଗଙ୍ଗାମାତା ମଠ। ଏହି ମଠର ପ୍ରତିଷ୍ଠାତା କିଏ। କଣ ରହିଛି ଏହାର ମାହାତ୍ମ୍ୟ। ପ୍ରକୃତରେ କଣ ଏହି ମଠରେ ଗୁପ୍ତ ସୁଡ଼ଙ୍ଗ ରହିଛି କି ନାହିଁ ସେନେଇ ଆମ ପ୍ରତିନିଧି ମଠ ପରସରରୁ ବିସ୍ତୃତ ଭାବେ ଏହାର ଖୁଲାସା କରିଛନ୍ତି ଆସନ୍ତୁ ଦେଖିବା।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.