Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏନ୍‌ସେଫାଲାଇଟିସ୍ ପାଇଁ ମୁଖ୍ୟତଃ ୩ଟି କାରଣ ଦାୟୀ : ଜାଣନ୍ତୁ କଣ କଣ

18/06/2019 at 10:53 AM

ଭୁବନେଶ୍ବର ୧୮|୬: ବିହାର ମୁଜାଫରପୁରରେ ଆତଙ୍କ ମଚାଇଛି ଏକ୍ୟୁଟ ଏନ୍‌ସିଫାଲାଇଟିସ୍‌ ସିଣ୍ଡ୍ରୋମ । ଏପର୍ଯ୍ୟନ୍ତ ଶହେରୁ ଅଧିକ ପିଲାଙ୍କର ମୃତ୍ୟୁ ହୋଇସାରିଲାଣି । ଅସୁସ୍ଥ ହୋଇ ପିଲାମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁ ନାହାଁନ୍ତି। ତେବେ ଏହି ରୋଗର କାରଣ କଣ ?  କାହିଁକି ମୃତ୍ୟୁ ବରଣ କରୁଛନ୍ତି ଏତେ ସଂଖ୍ୟକ ଶିଶୁ ? ଯାହାର କାରଣ ଶୁଣିଲେ ଆପଣ ମଧ୍ୟ ଚକମି ଉଠିବେ । କାରଣ ତ ଆମେ ଆପଣଙ୍କୁ କହିବୁ କିନ୍ତୁ ମୁଜାଫରପୁରରେ ଏ ରୋଗ ନୂଆ ନୁହେଁ ପୂର୍ବରୁ ଏକାଧିକ ମାଆଙ୍କର କୋଳ ଶୂନ୍ୟ କରିଦେଇଛି ଏହି ମାରାତ୍ମକ ଏନ୍‌ସିଫାଲାଇଟିସ୍‌ ।

ସତରେ ଲାଲ୍‌ ରଙ୍ଗର ଲିଚୁ କ’ଣ ଏତେ ମାରାତ୍ମକ ? ଖରାଦିନେ ବଜାରରେ ମିଳୁଥିବା ଲିଚୁ କ’ଣ ଏତେ ଘାତକ ? ହଁ ଆଜ୍ଞା ପାଟିକୁ ସୁଆଦିଆ ଲାଗୁଥିବା ଲିଚୁ ଯେତିକି ସୁନ୍ଦର ତା ଠାରୁ ଯଥେଷ୍ଟ ମାରାତ୍ମକ । ବିହାର ମୁଜାଫରପୁରରେ ଏବେ ଯାଏଁ  ଶହେରୁ ଅଧିକ ପିଲା ପ୍ରାଣ ହରାଇଲେଣି । ଯେଉଁ ମାନଙ୍କର ବୟସ ୧୦ ବର୍ଷରୁ କମ୍‌ । ଏନ୍‌ସିଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ପିଲାମାନେ ମୃତ୍ୟୁ ବରଣ କରୁଥିବା ଜଣାପଡ଼ିଛି । ତେବେ ଏହି ରୋଗ ପାଇଁ ଯେଉଁ କେତୋଟି କାରଣକୁ ଦାୟୀ କରାଯାଇଛି ସେଥିରୁ ପ୍ରମୁଖ କାରଣ ଲିଚୁ । ମୁଜାଫରପୁର ଏକ ଅଗ୍ରଣି ତଥା ବହୁମାତ୍ରାରେ ଲିଚୁ ଉତ୍ପାଦନ ହେଉଥିବା ସ୍ଥାନ । ଯାହାକୁ ଚାଷ କରି ସେଠାକାର ଲୋକେ ପେଟ ପୋଷୁଛନ୍ତି ଏବେ ସେହି ଫସଲ ସେମାନଙ୍କ ପାଇଁ ପାଲଟିଛି କାଳ । ଖାଲିପେଟରେ ଲିଚୁ ଖାଇବା ଯୋଗୁଁ ଏହି ରୋଗର ଶିକାର ପିଲାମାନେ ହେଉଥିବା ଜଣାପଡ଼ିଛି ।

ଖରାରେ ପାଟିକୁ ସ୍ବାଦିଷ୍ଟ ଲାଗୁଥିବା ଲିଚୁରେ କଣ ରହିଛି ? କାହିଁକି ମାରାତ୍ମକ ଲିଚୁ ? ଖରାଦିନେ ଶରୀରରେ ଜଳୀୟ ଅଂଶ ବୃଦ୍ଧି କରିବା ପାଇଁ ସାଧାରଣତଃ ସମସ୍ତେ ଲିଚୁ ଖାଇ ଥାନ୍ତି । କିନ୍ତୁ ସେହି ଲିଚୁକୁ ଖାଲି ପେଟରେ ଖାଇବା ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ କରିବା । ବିଶେଷ କରି ଯେଉଁ ଶିଶୁ ମାନେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଶଂ ପିଲା ଲିଚୁ ଖାଇଥିବା ସ୍ବୀକାର କରିଛନ୍ତି ସେମାନଙ୍କ ବାପାମାଆ । ଲିଚୁରେ ଥିବା ହାଇପୋଗ୍ଲାସିନ-A ଓ MPCH ହେଉଛି ଶରୀର ପାଇଁ ମାରାତ୍ମକ। ବିଶେଷ କରି ଛୋଟ ପିଲାମାନେ ଯଦି ଖାଲି ପେଟରେ ଲିଚୁ ଖାଆନ୍ତି ତେବେ ଏହି ରୋଗର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଖାଲି ପେଟରେ ଲିଚୁ ଖାଇବା ଦ୍ବାରା ଏହି ଦୁଇଟି ରାସାୟନିକ ପଦାର୍ଥର ପ୍ରଭାବରେ ଶରୀରରେ ଫେଟି ଏସିଡ୍‌ ମୋଟାପଲିଜିମ୍‌ ତିଆରିରେ ବାଧା ସୃଷ୍ଟି ହୋଇଥାଏ । ଫଳରେ ଆଶ୍ଚର୍ଯ୍ୟ ଜନକ ଭାବେ ଶରୀରର ସୁଗାର ପରିମାଣ କମିଯାଇଥାଏ ।ଯାହା ଦ୍ବାରା କମ୍ପ ଆସିବା ସହିତ ମୁଣ୍ଡ ବୁଲାଇଥାଏ ।

ଏହି ରୋଗରେ ଶିଶୁ ମୃତ୍ୟୁ ବରଣ କରିବା ବିହାରରେ ନୂଆ କଥା ନୁହେଁ । ଗତ ୧୦ ବର୍ଷ ହେଲା ଏପରି ପ୍ରତିବର୍ଷ ଏନ୍‌ସିଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରକୃତ କାରଣ ଖୋଜି ପାଉ ନାହାଁନ୍ତି ସ୍ବାସ୍ଥ୍ୟ ବିଜ୍ଞାନୀ । ଏବେ ଲିଚୁ ଏହି ରୋଗର କାରଣ ବୋଲି ଗୁଜବ ସୃଷ୍ଟି ହେବା ପରେ ବିବାଦ ସୃଷ୍ଟି ହୋଇଛି ।ଲିଚୁ ଖାଇବା ଦ୍ବାରା ଶରୀରରେ ରାସାୟନିକ ପ୍ରତିକ୍ରିୟା ପ୍ରଭାବରେ ଶରୀରରେ ସୁଗ୍ରାର ମାତ୍ରା କମିଯାଇଥାଏ । କିନ୍ତୁ ଏନ୍‌ସିଫାଲାଇଟିସ୍‌ର ଏହା ପ୍ରକୃତ କାରଣ ନୁହେଁ । କାରଣ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା ମୃତ୍ୟୁ ବରଣ କରିଥିବା ଶିଶୁଙ୍କ ମଧ୍ୟ ଏକ ବର୍ଷରୁ କମ୍‌ ବୟସର ଶିଶୁ ମଧ୍ୟ ଅଛନ୍ତି । ତେଣୁ ଖାଲି ପେଟରେ ଲିଚୁ ଖାଇବା ଦ୍ବାରା ଯେ ଏତେ ସଂଖ୍ୟକ ଶିଶୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ତାହା ସ୍ପଷ୍ଟ ନୁହେଁ ।

ଗତ ୧୦ ବର୍ଷ ମଧ୍ୟରେ ବିହାରର ମୁଜାଫରପୁର ସମେତ ବିଭିନ୍ନ ଅଞ୍ଚଳରେ ଦୁଇ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି ।୨୦୦୨ରୁ ୨୦୧୮ ମଧ୍ୟରେ ୨ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି । ଶିଶୁ ମୃତ୍ୟୁକୁ ଗମ୍ଭୀରତାର ସହ ନେଇ ସରକାରୀ ସ୍ତରରେ ମଧ୍ୟରେ ଏହାକୁ ନେଇ ଗବେଷଣା ହୋଇଛି । ଇଲଣ୍ଡ ଅନ୍ୟ ବିଦେଶୀ ଗବେଷକ ଏନ୍‌ସିଫାଲାଇଟିସ୍‌କୁ ନେଇ ଗବେଷଣା କରିଛନ୍ତି । ଏନ୍‌ସିଫାଲାଇଟିସ୍‌ ପାଇଁ ମୁଖ୍ୟତଃ ତିନୋଟି କାରଣକୁ ଦାୟୀ କରିଛନ୍ତି ଗବେଷକ ।

୧- ରାତିରେ ଖାଲିପେଟରେ ଶିଶୁ ଶୋଇଲେ

୨- ଖାଲି ପେଟରେ ଶିଶୁ ଲିଚୁ ଖାଇଲେ

୩- ଖରାଦିନରେ ଆଦ୍ରତା ବୃଦ୍ଧି ମଧ୍ୟ ଅନ୍ୟ ଏକ କାରଣ

ଏହି ସବୁ କାରଣକୁ ଦାୟୀ କରିଛନ୍ତି ଗବେଷକ, କିନ୍ତୁ ପ୍ରକୃତ ପ୍ରମାଣ  ବିନା ଲିଚୁକୁ ଦାୟୀ କରିବାକୁ ଯୁକ୍ତିଯୁକ୍ତ ମନେ କରୁ ନାହାଁନ୍ତି ଚିକିତ୍ସା କରୁଥିବା ଡାକ୍ତର । ସେପଟେ ମହାମାରୀ ପରି ଶିଶୁ ମୃତ୍ୟୁ ବ୍ୟାପିଚାଲୁଥିବା ବେଳେ ଏହି ତିନୋଟି କାରଣ ଠାରୁ ଦୂରେଇ ରହିବା ପାଇଁ ଜନସେଚତନତା ସୃଷ୍ଟି କରାଯାଉଛି ।

   Related Posts