୧୯୬୨, ୧୯୬୫ ଓ ୧୯୭୧ ଯୁଦ୍ଧର ରେକର୍ଡ ଏନ୍‌ଆଇଏ ପାଖରେ ନାହିଁ; ଦୁଃଖ ପ୍ରକାଶ କଲେ ମହାନିର୍ଦ୍ଦେଶକ

Published By : Prameya-News7 Bureau | December 26, 2022 IST

ନୂଆଦିଲ୍ଲୀ: ଭାରତ ଲଢ଼ିଥିବା ଯୁଦ୍ଧର ପ୍ରମାଣ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ। ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜାତୀୟ ଅଭିଲେଖାଗାର ମହାନିର୍ଦ୍ଦେଶକ ଚନ୍ଦନ ସିହ୍ନା। ୧୯୬୨, ୧୯୬୫ ଓ ୧୯୭୧ ଯୁଦ୍ଧର ରେକର୍ଡ ଜାତୀୟ ଅଭିଲେଖାଗାର ପାଖରେ ନାହିଁ। ଏଥିପାଇଁ କୌଣସି କାର୍ଯ୍ୟରେ ଏହି ତଥ୍ୟ ଦିଆଯାଇପାରୁ ନାହିଁ ବୋଲି ଚନ୍ଦନ ସିହ୍ନା ସୂଚନା ଦେଇଛନ୍ତି।

ସୂଚନା ଥାଉକି ଏନ୍‌ଆଇଏ କେବଳ ଭାରତ ସରକାର ଓ ଏହାର ସଂଗଠନଗୁଡ଼ିକର ରେକର୍ଡ ରଖିଥାଏ। ତେବେ ବର୍ଗୀକୃତ କରାଯାଇଥିବା ନଥିପତ୍ର ଦିଆଯାଇ ନାହିଁ। ତା ଛଡ଼ା ସ୍ୱାଧୀନତା ପରେ କେତେକ ମନ୍ତ୍ରାଳୟ ଏନ୍ଆଇଏ ସହିତ ତଥ୍ୟ ଶେୟାର କରି ନାହାଁନ୍ତି ବୋଲି ଚନ୍ଦନ ସିହ୍ନା କହିଛନ୍ତି।

ପ୍ରଶାସନିକ ସୁଧାର ଓ ଲୋକ ଅଭିଯୋଗ ବିଭାଗ ଦ୍ୱାରା ଆୟୋଜିତ ସୁଶାସନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଲେଖାଗାର ମହାନିର୍ଦ୍ଦେଶକ କହିଛନ୍ତି ୧୫୨ ମନ୍ତ୍ରାଳୟ ଓ ବିଭାଗ ଅଛି। ତେବେ ଏନ୍‌ଆଇଏ ପାଖରେ ୩୬ ମନ୍ତ୍ରାଳୟ ଓ ବିଭାଗ ସମେତ ମୋଟ ୬୪ ଏଜେନ୍ସିର ରେକର୍ଡ ରହିଛି। ଏମିତିକି ୧୯୬୨,୧୯୬୫ ଓ ୧୯୭୨ ଯୁଦ୍ଧରେ ରେକର୍ଡ ଆମ ପାଖରେ ନାହିଁ ବୋଲି ଟନ୍ଦନ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଦୁଃଖର ସହ ମୋତେ କହିବାକୁ ପଡ଼ୁଛି ଯେ ଦେଶରେ ଏମିତି ଅନେକ ଘଟଣା ରହିଛି ଯାହାର ତଥ୍ୟ ଆମ ପାଖରେ ନଥିବାରୁ ମୁଁ ଆପଣଙ୍କ ସହ ଏହା ବାଣ୍ଟିପାରୁ ନାହିଁ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଦେଶ ସ୍ୱାଧୀନ ପରେ ଆମେ ଆମର ଇତିହାସର ଏକ ବଡ଼ ଅଂଶକୁ ଧୀରେ ଧୀରେ ହଜାଇ ଦେଉଛନ୍ତି। ପ୍ରତିରକ୍ଷାମନ୍ତ୍ରାଳୟ ସ୍ୱାଧୀନତା ପରେ ଚଳିତ ବର୍ଷ ଆରମ୍ଭ ପର୍ଯ୍ୟନ୍ତ ମାତ୍ର ୪୭୬ ଫାଇଲ ପଠାଇଥିଲେ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଶ୍ରୀ ସିହ୍ନା ଆହୁରି ମଧ୍ୟ କହିଛନ୍ତି ଯେ ରେକର୍ଡ କରି ରଖିବାକୁ ହେଲେ ଫାଇଲଗୁଡ଼ିକର ରେକର୍ଡିଂ ଓ ବାଛିବା କାର୍ଯ୍ୟ ବିଶେଷ ଅଭିଯାନରେ ନ କରି ପ୍ରତି ୩ ମାସରେ ହେବା ଦରକାର। ଅଭିଲେଖାଗରର ମୂଲ୍ୟାଙ୍କନ ଓ ଏନ୍‌ଆଇଏର ସ୍ଥାନାନ୍ତରଣ ପାଇଁ ଏହାର ସମୀକ୍ଷା କରିବା ଓ ଚିହ୍ନଟ କରିବା ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ।

ବଡ଼ ଦୁଃଖର କଥା ହେଲା ଦେଶରେ ହୋଇଥିବା ସବୁଜ ବିଳ୍ପବର ତଥ୍ୟ ବି ଅଭିଲେଖାଗାରରେ ନାହିଁ। ଏନେଇ ଶ୍ରୀ ସିହ୍ନା କହିଛନ୍ତି ଯେଉଁ ସବୁଜ ବିଳ୍ପବର ଆମେ ସବୁବେଳେ ତାରିଫ କରୁ ତାର ରେକର୍ଡ ବି ଜାତୀୟ ଅଭିଲେଖାଗାରରେ ନାହିଁ। ବର୍ଷ ୧୯୬୦ ପର୍ଯ୍ୟନ୍ତ ୨୦ ହଜାର ଫାଇଲକୁ ଚଳିତ ବର୍ଷ ସ୍ଥାନାନ୍ତରଣ କରାଯାଇଛି ବୋଲି ଶ୍ରୀ ସିହ୍ନା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.