Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନଲାଇନ୍‌ ଫୁଡ୍‌ରେ ରହିଛି ଅନେକ ସମସ୍ୟା, ଅଭ୍ୟାସରେ କରନ୍ତୁ ପରିବର୍ତ୍ତନ

8/09/2023 at 2:55 PM

ନୂଆଦିଲ୍ଲୀ ୦୮।୦୯: ଟେକ୍ନୋଲୋଜି ଆମ ଜୀବନକୁ ଖୁବ୍‌  ସହଜ କରିଛି । ଯେଉଁଥିପାଇଁ କୁଆଡେ  ଯା’ଆସ କରିବା ସମୟରେ ଆମକୁ ଘଣ୍ଟା  ଘଣ୍ଟା ଅପେକ୍ଷା କରିବାକୁ ପଡୁନି । ଆପ୍‌  ଜରିଆରେ କ୍ୟାବ୍‌ ବୁକ୍‌ କରି ଦେଲେ ତୁରନ୍ତ  ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଉଛେ । ଏପରିକି  ପାଖରେ ଟଙ୍କା ନଥିଲେ ମଧ୍ୟ ଚିନ୍ତା ନାହିଁ ।  ଠିକ୍‌ ସେହିପରି ଅନଲାଇନ୍‌ରେ ଫୁଡ୍‌ ଅର୍ଡର୍‌  ସହଜ କିନ୍ତୁ ଏଥିରେ ସମସ୍ୟା ଅନେକ ରହିଛି ।

ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର ବହୁତ ଭଲ ବ୍ୟବସ୍ଥା, ଯାହା  ସାହାଯ୍ୟରେ ଲୋକମାନେ ଘରେ ବସି ନିଜ ପସନ୍ଦର  ଖାଦ୍ୟ ଖାଇପାରୁଛନ୍ତି । ପୂର୍ବରୁ ଲୋକମାନେ ଖାଦ୍ୟର ଅର୍ଡର  କେବଳ ଅସୁବିଧା ସମୟରେ ହିଁ କରୁଥିଲେ । କିନ୍ତୁ ଏବେ  ଏହା ଧୀରେ ଧୀରେ ଲୋକମାନଙ୍କର ଅଭ୍ୟାସରେ ପରିଣତ  ହେବାକୁ ବସିଲାଣି । ଯେତେବେଳେ ମନ ହେଲା ମୋବାଇଲ୍‌ରେ  ଫଟାଫଟ୍‌ ଖାଦ୍ୟ ଅର୍ଡର କରି ଦେଉଛନ୍ତି । ଏହି ଅଭ୍ୟାସ କ୍ରମଶଃ  ଲୋକମାନଙ୍କର ନିଶା ହେବାରେ ଲାଗିଛି ।  ଏପରିକି ଲୋକମାନେ ନିଜର ବଢୁଥିବା  ଓଜନ ଓ ପାଚନତନ୍ତ୍ରଜନିତ ସମସ୍ୟାକୁ ମଧ୍ୟ  ନଜରଅନ୍ଦାଜ୍‌ କରିବାକୁ ପଛାଉ ନାହାନ୍ତି ।  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଲୋକଙ୍କର  ଏହି ଅଭ୍ୟାସ କେବଳ ଶାରିରୀକ ନୁହେଁ,  ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ।  

ପୋଷଣ ଦୃଷ୍ଟିରୁ ଖରାପ- ଫୁଡ୍‌ ଡେଲିଭରୀରେ ମିଳୁଥିବା ଅଧିକାଂଶ ଖାଦ୍ୟ ଫାଷ୍ଟଫୁଡ୍‌, ପ୍ରୋସେସଡ୍‌ ସ୍ନାକ୍ସ ବ୍ୟତୀତ ଅଧିକ କ୍ୟାଲୋରୀ ଓ କମ୍‌  ପୋଷଣଯୁକ୍ତ ଖାଦ୍ୟ ହୋଇଥାଏ । ସମୟ ସହିତ ଲୋକଙ୍କର  ଏହି ନିର୍ଭରଶୀଳତା ଯୋଗୁ ଅସନ୍ତୁଳିତ ଡାଏଟ୍‌ର ମାତ୍ରା କ୍ରମଶଃ  ବଢିଚାଲିଛି । ଏହାଦ୍ୱାରା ଶରୀରରେ ଆବଶ୍ୟକ ଭିଟାମିନ୍‌,  ଖଣିଜ ପଦାର୍ଥ ଓ ପୋଷକ ତତ୍ତ୍ୱର ଅଭାବ ହେବାର ଆଶଙ୍କା  ବଢିପାରେ । 

ବଢୁଥିବା ଓଜନ ଓ ମୋଟାପଣ – ଅଧିକ କ୍ୟାଲୋରୀଯୁକ୍ତ ଏବଂ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା  ଖାଦ୍ୟ ଓଜନ ବଢାଇବା ସହିତ ମୋଟାପଣ ବଢାଇଥାଏ ।  ଏଥିରେ ଅସ୍ୱାସ୍ଥ୍ୟକର ଫ୍ୟାଟ୍ସ, ଶର୍କରା ଓ ସୋଡିୟମ୍‌ର ମାତ୍ରା  ଅଧିକ ରହିଥାଏ, ଯାହାଦ୍ୱାରା ମେଟାବଲିଜିମ୍‌ ବିଗିଡିପାରେ ।  ଏହାବ୍ୟତୀତ ଶରୀରରେ ଆବଶ୍ୟକତାଠାରୁ ଅଧିକ ଫ୍ୟାଟ୍‌  ଜମା ହୋଇପାରେ । 

Zomato, Swiggy down: 5 alternative food apps to download in India

ହୃଦ୍‌ଘାତଜନିତ ସମସ୍ୟା – ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ଖାଦ୍ୟ ଖାଇବା  ଦ୍ୱାରା କାର୍ଡିଓ ଭାସ୍କୁଲାର୍‌ ବା ହୃଦ୍‌ଘାତ ଜନିତ  ସମସ୍ୟା ହେବାର ଆଶଙ୍କା ବଢିପାରେ, ଯାହା  ମଧ୍ୟରେ ରହିଥାଏ ରକ୍ତଚାପ, ହୃଦ୍‌ରୋଗ  ଓ ଷ୍ଟ୍ରୋକ୍‌ ଆଦି । ଆବଶ୍ୟକଠାରୁ ଅଧିକ  ଫ୍ରାଏଡ୍‌ ଓ ପ୍ରୋସେସଡ୍‌ ଖାଦ୍ୟ ଖାଇବା ଦ୍ୱାରା  ଶରୀରରେ କୋଲେଷ୍ଟେରଲ୍‌ ସ୍ତର ବଢିବା ସହ ଧମନୀରେ ଫ୍ଲାକ୍‌  ଜମା ହେବାର ଆଶଙ୍କା ବଢିଥାଏ । 

ପାଚନ ତନ୍ତ୍ରରେ ସମସ୍ୟା –ଅନ୍‌ଲାଇନରେ ମିଳୁଥିବା ଖାଦ୍ୟରେ ଫାଇଭର ଓ ପୋଷକ ତତ୍ତ୍ୱ  ନଥାଏ । ଫଳରେ ପାଚନକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ ।  ଯେପରିକି କବ୍ଚ, ବାରମ୍ବାର ବାନ୍ତି ଲାଗିବା ଓ ଅନିୟମିତ ବାଉଲ୍‌  ମୁଭମେଣ୍ଟ୍‌ ଆଦି । 

ରକ୍ତରେ ଶର୍କରାର ଅସନ୍ତୁଳନ- ଅଧିକ ମିଠା ଓ ଅଧିକ କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟ ସାଙ୍ଗକୁ  ଖାଇବାରେ ଅନିୟମିତତା ରକ୍ତରେ ଶର୍କରା ସ୍ତରକୁ କେବେ  ଅଧିକ ତ କେତେ କମ୍‌ କରି ଦେଇଥାଏ । ଏହାଦ୍ୱାରା ଧୀରେ  ଧୀରେ ଇନ୍‌ସୁଲିନ୍‌ ସୃଷ୍ଟିରେ ବ୍ୟତିକ୍ରମ ଦେଖା ଦେଇଥାଏ ।  ଫଳରେ ଟାଇପ୍‌-୨ ମଧୁମେହ ଓ ମେଟାବଲିଜିମ୍‌ଜନିତ  ସମସ୍ୟା ଦେଖା ଦେଇପାରେ । 

Deliverect US | How To Rank High On Food Delivery Platforms

ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ- ଖାଦ୍ୟ ଅର୍ଡର କରିବା ଅଭ୍ୟାସର ନକାରାତ୍ମକ ପ୍ରଭାବ ମାନସିକ  ସ୍ୱାସ୍ଥ୍ୟ ଉପରେ ପଡିପାରେ । କଥାରେ ଅଛି ଯେମିତି ଖାଦ୍ୟ,  ସେମିତି ମନ ଅର୍ଥାତ୍‌ ସାଦା ଖାଦ୍ୟ ଉଭୟ ଶରୀର ଓ ମସ୍ତିଷ୍କ  ପାଇଁ ଭଲ ହୋଇଥାଏ । ସେହିପରି ଅତ୍ୟଧିକ ଛଣା ଓ ତୈଳାକ୍ତ  ଖାଦ୍ୟ ଖାଇବା ମଧ୍ୟ ଶରୀର ଉପରେ କୁପ୍ରଭାବ ପକାଇଥାଏ ।  ଯାହାଦ୍ୱାରା ଚିନ୍ତା ଓ ଅବସାଦ ବଢିବାରେ ଆଶଙ୍କା  ରହିଥାଏ । 

ଆର୍ଥିକ ଅଭାବ- ସବୁବେଳେ ଖାଦ୍ୟ ଅର୍ଡର କରିବା ଦ୍ୱାରା ପରିବାରରେ ଆର୍ଥିକ  ଖର୍ଚ୍ଚ ବଢିଥାଏ । ଫଳରେ ଘରର ବଜେଟ୍‌ ବିଗିଡ଼ି ଯାଇପାରେ ।  ଖାଦ୍ୟ ଅର୍ଡର୍‌ କରି ଖାଇବା ଦ୍ୱାରା ରାସନ୍‌ ପାଇଁ ହେବାକୁ ଥିବା  ଖର୍ଚ୍ଚ ବହୁ ମାତ୍ରାରେ ବଢିଥାଏ । ଏହା ଆର୍ଥିକ ଚିନ୍ତା ବଢାଇବା  ସହ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।  

ପରିବେଶ ଉପରେ ପ୍ରଭାବ- ଫୁଡ୍‌ ଅର୍ଡର ସହ ପ୍ୟାକେଜିଂ ଓ ୱେଷ୍ଟ ଯୋଡ଼ି ହୋଇଥାଏ,  ଯାହା ପରିବେଶ ଉପରେ କୁପ୍ରଭାବ ପକାଇଥାଏ । ଅଧିକ  ଖାଦ୍ୟର ଅର୍ଡର ଯୋଗୁ ପରିବେଶରେ ପ୍ଲାଷ୍ଟିକ୍‌ ଓ ପ୍ରଦୂଷଣ  ଜନିତ ସମସ୍ୟା ମଧ୍ୟ ବଢିଥାଏ । 

   Related Posts