ଓଡ଼ିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ, କେବଳ ଶିମିଳିପାଳରେ ୨୪

Published By : Prameya-News7 Bureau | February 26, 2024 IST

ଭୁବନେଶ୍ଵର: ଓଡିଶା ଜଙ୍ଗଲରେ ୩୦ ମହାବଳ ବାଘ ରହିଛନ୍ତି। ରାଜ୍ୟ ବାଘ ଗଣନାରେ ବାଘ ସଂଖ୍ୟା ବଢିଥିବା ଜଣା ପଡ଼ିଛି। କେବଳ ଶିମିଳିପାଳରେ ୨୪ ମହାବଳ ବାଘ ଅଛନ୍ତି।  ସେହିପରି ୧ ବର୍ଷରୁ କମ ୮ ବାଘ ଛୁଆ ଶିମିଳିପାଳରେ ଅଛନ୍ତି। ବାଘ ଗଣନା ରିପୋର୍ଟ ଆସିବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶିମିଳିପାଳକୁ ଛାଡ଼ି କେନ୍ଦୁଝରରେ ଗୋଟିଏ, ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦରେ ଗୋଟିଏ ମହାବଳ ବାଘ ଥିବା ଚି଼ହ୍ନଟ ହୋଇଛି। ମୋଟ୍ ୧୩ ଟି ମେଲ୍ ଓ ୧୪ଟି ମାଈ ମହାବଳ ବାଘ ଥିବା କହିଛି ବନ ବିଭାଗ। ଅନ୍ୟ ପଟେ ଶିମିଳିପାଳରେ ଆଉ ୩ ମହାବଳ ବାଘ ଚିହ୍ନଟ ହୋଇଥିଲେ ମଧ୍ୟ କ୍ୟାମେରା ଟ୍ରାପରେ ତାହା ଜଣା ପଡ଼ିନାହିଁ।

wp:heading {"level":4}

Also read- ଆଗାମୀ ୬ ଦିନ କୋହଲା ପାଗ, ଘଡ଼ଘଡ଼ି ସହ ହେବ ଝିପିଝିପି ବର୍ଷା

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.