suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଜେପିକୁ JDUର ପ୍ରଶ୍ନ –ଯଦି PM ମୋଦିଙ୍କ ବିରୋଧରେ କହିବା ପଛୁଆ ବର୍ଗର ଅପମାନ, ତେବେ ନିତିଶଙ୍କ DNA କୁ ନେଇ ପ୍ରଶ୍ନ କରିବା କଣ?

26/03/2023 at 7:55 PM

ପାଟନା ୨୬।୩: ମୋଦି ଉପନାମ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଦେଶର ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି। ବିଜେପି ରାହୁଲ ଗାନ୍ଧିଙ୍କ ସେହି ବୟାନକୁ ପଛୁଆ ବର୍ଗଙ୍କ ଅପମାନ ବୋଲି କହିଥିଲା ଓ ଦଣ୍ଡ ବିଧାନ ପରେ ତାଙ୍କୁ ପଛୁଆ ଲୋକଙ୍କ ଅପମାନର ଦଣ୍ଡ ମିଳିଲା ବୋଲି କହିଛି। ଏଥିରେ ବିହାର ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେହି ବୟାନର ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ ନିତିଶ କୁମାରଙ୍କ ଡିଏନଏ ଉପରେ ପ୍ରଶ୍ନ କରିଥିଲେ।

ଜେଡିୟୁ ଜାତୀୟ ସଭାପତି ଲଲନ ସିଂହ ଏ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ବିଜେପିର ଛୋଟରୁ ନେଇ ବଡ ନେତା ସମସ୍ତେ ପୁରା ମାଖନ ଲଗେଇକି କହୁଛନ୍ତି ଦେଶର ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଅପମାନ ପଛୁଆ ବର୍ଗର ଅପମାନ..ଏଥିରେ ମୋତେ ହସ ବି ଲାଗୁଛି ଆମେ ୨୫ ଜୁଲାଇ ୨୦୧୫କୁ ମନେ ପକାଇବାକୁ ଚାହୁଁଛୁ ଯେଉଁ ଦିନ ଆଦରଣୀୟ ପ୍ରଧାନମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଡିଏନଏ ଉପରେ ପ୍ରଶ୍ନ ଉଠାଇଥିଲେ, ତେବେ ନିତିଶ କୁମାର କେଉଁ ବର୍ଗର ନେତା ସେ ବିଷୟରେ ବି ବିଜେପି ନେତା କିଛି କୁହ ବୋଲି ଉଲ୍ଲେଖ କରିଛନ୍ତି।  

ଉଲ୍ଲେଖ ଯୋଗ୍ୟ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମୋଦି ସରନେମ କେସ୍‌ରେ ୨ ବର୍ଷ ଦଣ୍ଡାଦେଶ ହୋଇଛି। ଏହା ପରେ ତାଙ୍କ ସଂସଦ ସଦସ୍ୟତା ମଧ୍ୟ ରଦ୍ଦ ହୋଇଯାଇଛି। ଏହାକୁ ନେଇ କଂଗ୍ରେସ କେନ୍ଦ୍ର ଉପରେ ଷଡ଼ଯନ୍ତ୍ରର ଅଭିଯୋଗ କରିବା ସହ ଦେଶରେ ଏବେ ବିରୋଧ ପ୍ରଦର୍ଶନ କରୁଛି। ଏହି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାହୁଲଙ୍କ ସମର୍ଥନରେ ଆସିବା ସହ ବିଜେପିକୁ ବିରୋଧ କରିଥିଲେ।

ବିଜେପି ୨୦୧୯ ମସିହାରେ ରାହୁଲ ପଛୁଆ ବର୍ଗଙ୍କର ଯେଉଁ ଅପମାନ କରିଥିଲେ ଏବେ ସେଥି ପାଇଁ ଦଣ୍ଡ ପାଇଲେ ବୋଲି ବିହାର ବିଜେପି ନେତା ସୁଶୀଲ ମୋଦି କହିଥିଲେ। ତେବେ ସଂସଦ ସଦସ୍ୟତା ରଦ୍ଦ ହେବାର ଦେଶରେ ଏହା ପ୍ରଥମ ମାମଲା ନୁହେଁ ବୋଲି କହିଥିଲେ। ଲାଲୁ ଯାଦବ, ଜୟଲଳିତା ଆଦିଙ୍କର ମଧ୍ୟ ଅତୀତରେ ସଦସ୍ୟତା ରଦ୍ଦ ହୋଇଥିବାର ସେ କହିଥିଲେ।

   Related Posts